Below header

ରାତି ପାହିଲେ ହୋଇଥାନ୍ତା ବାହାଘର, କିନ୍ତୁ ଅଧା ବାଟରେ ହାତ ଠାରି ଡାକିନେଲା ମୃତ୍ୟୁ

ଯାଜପୁର ଟାଉନ (କେନ୍ୟୁଜ୍‌) : ରାତି ପାହିଲେ ବର ବେଶରେ ସଜେଇ ହୋଇଥାନ୍ତେ। ଘରେ ବନ୍ଧୁ ବାନ୍ଧବ ଭର୍ତ୍ତି । ଏକ ମାତ୍ର ପୁଅ ବିଭାଘର ପାଇଁ ପରିବାର ଲୋକେ ସବୁ ପ୍ରସ୍ତୁତି ସାରିଥିଲେ । ମାତ୍ର ବିଧିର ବିଧାନ ଥିଲା ବିପରୀତ। ବର ବେଶରେ ସଜେଇ ହେବାକୁ କଟକରୁ ପୋଷାକ କିଣି ଆନନ୍ଦ ମନରେ ଘରକୁ ଫେଇବା ବାଟରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ଚାଲିଗଲା ।

ଏଭଳି ଏକ ଦୁଃଖ ଭରା ଘଟଣା ଘଟିଛି ଦଶରଥପୁର ବ୍ଲକ ଥାଲୁକୁଡି ପଂଚୟତ ଥାଲୁକୁଡି ଗାଁ ବିଶ୍ୱାଳ ସାହିର ଅଜୟ ବିଶ୍ବାଳଙ୍କ ଏକମାତ୍ର ପୁଅ ଦୀପକ କୁମାର ବିଶ୍ୱାଳ(୨୬)ଙ୍କ କ୍ଷେତ୍ରରେ। ଚଳିତ ମାସ ୧୨ତାରିଖ ଦିନ ବାହାଘର ସ୍ଥିର ହୋଇଥିବାରୁ ବର ବେଶରେ ସଜେଇ ହେବାକୁ ଗତକାଲି ବୁଧବାର ଦୀପକ କଟକ ଯାଇ ସବୁ କିଣାକିଣି ସାରି ରାତି ହୋଇଯିବାରୁ କଟକରେ ରହୁଥିବା ଜଣେ ସାଙ୍ଗ ପାଖରେ ରହିଯାଇଥିଲେ ।

familyଗୁରୁବାର ସକାଳୁ ଖୁସି ମନରେ ଘରକୁ ଫେରିବା ରାସ୍ତାର ବଡ଼ଚଣା ନିକଟସ୍ଥ ବନ୍ଦାଲୋ ଠାରେ ଏକ ଧାନ ବୋଝେଇ ଟ୍ରକ OR୦୯HO୨୬୯ ପଛରୁ ଧକ୍କା ଦେଇ ଦୀପକଙ୍କୁ ୧୦ ଫୁଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଫଳରେ ଘଟଣା ସ୍ଥଳରେ ଦୀପକଙ୍କ ମୃତ୍ୟୁ ଘଟିଥିଲା । ଖବର ଜଣାପଡିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପରିବାର ଲୋକଙ୍କ କାନ୍ଦ ବୋବାଳି ଦେଖି ସ୍ଥାନୀୟ ଲୋକେ ନିଜକୁ ସମ୍ବାଳି ପାରୁନାହାଁନ୍ତି। ସତରେ ଏମିତି ଦୁଃଖ କାହାକୁ ନଦିଅନ୍ତୁ ଭଗବାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.