ଝିଅଙ୍କ ହସରେ ଲୁଚି ରହିଥାଏ ଗଭୀର ରହସ୍ୟ, ଜାଣନ୍ତୁ କ’ଣ କହୁଛି ଆପଣଙ୍କ ହସ

ସୁଃଖ ଓ ଦୁଃଖ ଜୀବନର ଏକ ଅଙ୍ଗ । ତଥାପି ସମସ୍ତେ ନିଜ ଜୀବନରେ ଖୁସି ହିଁ ଆଶା କରିଥାନ୍ତି । ତେବେ ହସ ଖୁସିର ବ୍ୟକ୍ତିଙ୍କୁ ଦେଖିଲେ କିଛି କ୍ଷଣ ପାଇଁ ହେଉ ପଛେ ଦୁଃଖ ଭୂଲି ହୋଇଯାଇଥାଏ । ତେବେ ପ୍ରତ୍ୟେକଙ୍କ ହସରେ ଅଲଗା ଅଲଗା ଭାବ ଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହି ହସ ଭିତରେ ମଧ୍ୟ ଜଣଙ୍କର ସ୍ୱଭାବ ଲୁଚି କରି ରହିଥାଏ । ଆସନ୍ତୁ ଜାଣିବା ହସିବାର ଶୈଳିରୁ ଜଣେ ବ୍ୟକ୍ତିର ସ୍ୱଭାବ ସମ୍ପର୍କରେ ।

ଖିଲି ଖିଲି ହସୁଥିଲେ :

ସବୁବେଳେ ଚେହେରାରେ ହସ ଝଲକୁଥିବା ଓ ଖିଲି ଖିଲି ହସୁଥିବା ଝିଅ ଆଖପାଖର ଲୋକଙ୍କୁ ଖୁସି ରଖିଥାନ୍ତି । ଏମାନେ ଯୁଆଡେ ଯାଆନ୍ତି ସେଠାରେ ଏକ ଖୁସିର ମାହୋଲ ସୃଷ୍ଟି କରିଥାନ୍ତି । ଏହି ଝିଅମାନେ ସେମାନଙ୍କର ପାର୍ଟନରଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ସ୍ୱଭାବର ଝିଅ ସହନଶୀଳ, ଦୟାଳୁ, ଭାବୁକ, କେୟାରିଂ ଓ ରୋମାଣ୍ଟିକ ହୋଇଥାନ୍ତି ।

laugh
photo credit: punjabkesari.in

ଆବାଜ କରି ହସୁଥିଲେ :

ଆବାଜ କରି ହସୁଥିବା ଝିଅମାନେ ଭରପୁର ଆତ୍ମ ବିଶ୍ୱାସୀ ହୋଇଥାନ୍ତି । ଏହି ଗୁଣ ପାଇଁ ସେମାନେ ଜୀବନରେ ଖୁବ୍‌ ଶୀଘ୍ର ସଫଳତା ପାଇଥାନ୍ତି । ଯଦି ଏହି ଝିଅମାନେ ଜୋର କରି ହସିବା ସହ ଭାବରେ ଥଟ୍ଟା ମଜ୍ଜା କରୁଥାନ୍ତି ତେବେ ସେମାନଙ୍କୁ ଅହଂକାରୀ ବୋଲି ଭାବିବାକୁ ହେବ ।

ଧୀରେ ଧୀରେ ହସୁଥିଲେ :

ସାମୁଦ୍ରିକ ଶାସ୍ତ୍ରରେ ଧିରେ ଧିରେ ହସୁଥିବା ଝିଅଙ୍କୁ ବହୁତ ଗମ୍ଭୀର ସ୍ୱଭାବର ବୋଲି ଧରାଯାଏ । ଏହି ଝିଅମାନେ ଆତ୍ମ ବିଶ୍ୱାସ ଓ ଧୈର୍ଯ୍ୟରେ ପରିପୂର୍ଣ୍ଣ ଥାଆନ୍ତି । ଏହା ସହିତ ଏମାନଙ୍କ ମସ୍ତିସ୍କ ଖୁବ୍‌ ତେଜ୍‌ରେ ଚାଲୁଥିବାରୁ ଏମାନେ ଖୁବ୍‌ ଶୀଘ୍ର ସଫଳତା ହାସଲ କରିନିଅନ୍ତି ।

laugh
photo credit: punjabkesari.in

ରହି ରହି ହସୁଥିଲେ :

ରହି ରହି କିମ୍ବା ଗୋଟିଏ କଥାରେ ବାର ବାର ହସୁଥିବା ଝିଅ ମାନସିକ ଭାବେ କମ୍‌ଜୋର ହୋଇଥାନ୍ତି । ଏମାନଙ୍କ ସ୍ମରଣ ଶକ୍ତି କମ୍‌ ହେବା କାରଣରୁ ଏମାନେ ଖୁବ୍‌ ଶୀଘ୍ର କଥା ଭୂଲି ଯାଆନ୍ତି । ଏହାଛଡ଼ା ଆଳସ୍ୟ କାରଣରୁ ଏହି ଝିଅମାନେ ଗୋଟିଏ କାମକୁ କରିବାରେ ବହୁତ ସମୟ ନେଇଥାନ୍ତି ।

Leave A Reply

Your email address will not be published.