ଆପଣଙ୍କ ଶରୀରରେ ଥିବା ରୋଗ ସମ୍ପର୍କରେ ଜଣାଇବ ପାଦର ଏହି ପରିବର୍ତ୍ତନ

ସମସ୍ତେ ଚାହାନ୍ତି ସୁସ୍ଥ ସବଳ ରହିବାକୁ । ଫିଟ ଆଉ ହେଲଦି ରହିଲେ ଯେମିତି ଜୀବନର ସବୁ କାମ ସହଜ ଓ ସରଳ ହୋଇଯାଏ । ସେଥିପାଇଁ ତ କଥାରେ ଅଛି “ସ୍ୱାସ୍ଥ୍ୟ ହିଁ ସମ୍ପଦ” । ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ଯେତେଦୂର ସମ୍ଭବ ଚେଷ୍ଟା କରିବା ଉଚିତ । କିନ୍ତୁ ତଥାପି ବି ଯଦି ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି କି ଆପଣଙ୍କୁ କୌଣସି ରୋଗ ଧୀରେ ଧୀରେ ଗ୍ରାସ କରୁଛି ତେବେ ଆପଣ କେତେକ ଲକ୍ଷଣରୁ ଏବାବଦରେ ଜାଣି ପାରିବେ । ଆଉ ସବୁଠୁ ଅଧିକ ପାଦରୁ ହିଁ ଏବାବଦରେ ଜାଣି ହୁଏ । ତେବେ ଆସନ୍ତୁ ଆଜି ସେଉପରେ ଏକ ନଜର ପକାଇବା ।

ପାଦରେ ଆବୁ ହେବା:

ଯଦି ଦୀର୍ଘ ଦିନ ଧରି ପାଦରେ ଆବୁ ଉଠିବା ପରି ଲାଗେ ତେବେ ଜାଣି ରଖନ୍ତୁ ଆପଣଙ୍କ ରକ୍ତ ଚଳାଚଳ ଠିକ ନାହିଁ । କମ ପାଣି ପିଇଲେ କିମ୍ବା ତରଳ ଖାଦ୍ୟ ଖାଇଲେ ବି ଏମିତି ଅସୁବିଧା ଦେଖାଦିଏ । ତେଣୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ପାଦ ଦରଜ ହେଉଥିଲେ:

ଯଦି ଲଗାତାର ପାଦ ଦରଜ ଲାଗି ରହୁଥାଏ । ତେବେ ସତର୍କ ହୋଇଯାନ୍ତୁ । ଶରୀରରେ ଗ୍ଲୁକୋଜ ମାତ୍ର କମିଲେ ହିଁ ଏହି ସମସ୍ୟା ଦେଖାଦେଉଥିବା ନେଇ ଏକ୍ସପର୍ଟ ମାନେ କହିଛନ୍ତି ।

foot

ପାଦ ଫୁଲୁଥିଲେ:

କିଡ୍ନୀ ଜନିତ ସମସ୍ୟା ଥିଲେ କିମ୍ବା ରକ୍ତ ପରିମାଣ କମିଲେ ସାଧାରଣତଃ ପାଦ ଫୁଲିଥାଏ । ଏମିତି ସଂକେତ ଦେଖାଦେଉଥିଲେ ଭରପୁର ପୋଷାକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଆଉ ଅବସ୍ଥା ଅଧିକ ବିଗିଡ଼ିଲେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ ।

ନଖ ହଳଦିଆ ପଡିଲେ:

ଅନେକ ଥର ଦେଖାଦିଏ କି ହଠାତ ଆମ ନଖ ରଙ୍ଗ ବଦଳି ହଳଦିଆ ହେବାକୁ ଲାଗେ । କିଛି ଜଣଙ୍କର ନଖ ବଙ୍କା ହୋଇ ମୋଡ଼ିବାକୁ ବି ଲାଗିଥାଏ । ଏହାକୁ ବିଲକୁଲ ବି ନଜର ଅନ୍ଦାଜ କରନ୍ତୁନି । ଏମିତି ଲକ୍ଷଣ କ୍ୟାନ୍ସର ପରି ଗମ୍ଭୀର ରୋଗର କାରଣ ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.