Below header

୧୮,୦୦୦ ଡିସକାଉଣ୍ଟ ସହିତ କିଣନ୍ତୁ iPhone 12 Mini, ଜାଣନ୍ତୁ କେମିତି ଉଠାଇବେ ଅଫରର ଲାଭ

ଭାରତରେ ର ଡିମାଣ୍ଡ ବହୁତ ଅଧିକ। ଯଦି ଆପଣ iPhone ଧରିବାକୁ ଚାହୁଁଛନ୍ତି ଏବଂ କମ୍‌ ଦାମରେ ବି ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। କାହିଁକିନା କମ୍ପାନୀ ଆଣିଛି ଏକଦମ୍‌ ବଢ଼ିଆ ଖବର। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ଏହି ସମୟରେ ଆପଲ ରେ ଜବରଦସ୍ତ ଅଫର ଦେଉଛି।

ଅଫର ଅନୁଯାୟୀ ଏହି ଫୋନକୁ ଆପଣ ମାତ୍ର ୧୮,୦୦୦ ଟଙ୍କାରୁ ବି କମ୍‌ ଦାମରେ କିଣିପାରିବେ। ଆପଲ୍‌ କିଛି ଦିନ ପୂର୍ବରୁ ହିଁ ସିରିଜର ୪ଟି ନୂଆ ଆଇଫୋନ iPhone 12, iPhone 12 Pro, iPhone 12 Mini ଏବଂ iPhone 12 Pro Max କୁ ଲଞ୍ଚ୍‌ କରିଛି। ଏଥିରେ  iPhone 12 Mini ସିରିଜର ସବୁଠାରୁ କମ୍‌ ଦାମରେ ମିଳୁଥିବା ଫୋନ ହେଉଛି।

ଜାଣନ୍ତୁ କେମିତି ଉଠାଇବେ ଅଫରର ଲାଭ

ଏଥିପାଇଁ ଗ୍ରାହକଙ୍କୁ HDFC କାର୍ଡକୁ ବ୍ୟବହାର କରିବାକୁ ହେବ। ଯାହାଦ୍ୱାରା ଆପଣ ୬,୦୦୦ ଟଙ୍କା ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ। ପୁରୁଣା ସ୍ମାର୍ଟଫୋନ ଏକ୍ସଚେଞ୍ଜ କରିବା ଦ୍ୱାରା ଆପଣ ୯,୦୦୦ ଟଙ୍କା କ୍ୟାସବ୍ୟାକ୍‌ ପାଇପାରିବେ। ଏହାଛଡା ୩୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ମଧ୍ୟ ମିଳିବ। ଏମିତିରେ ଆପଣ ମୋଟ ୧୮,୦୦୦ ଟଙ୍କା କ୍ୟାସବ୍ୟାକ ପାଇପାରିବେ। ତେଣୁ ଯଦି ଆପଣ ଆଇଫୋନ୍‌ କିଣିବାକୁ ଚାହୁଁଛନ୍ତି ତାହେଲେ ଏହି ଅଫର ଆପଣଙ୍କ ପାଇଁ ଏକଦମ୍‌ ବେଷ୍ଟ ହେବ।

iphoneiPhone 12 Mini ର ଫିଚର୍ସ

ସର୍ବପ୍ରଥମେ ଫୋନର ଡିସପ୍ଲେ ବିଷୟରେ କହିବା ତ ଏଥିରେ ୫.୪ ଇଞ୍ଚର ସୁପର ରେଟିନା XDR OLED ଡିସପ୍ଲେ ଦିଆଯାଇଛି। ରେ ଡୁଆଲ-ସିମ କାର୍ଡ ସପୋର୍ଟ ଦିଆଯାଇଛି। ଏହି ଫୋନରେ ନାନୋ ଏବଂ ଇ-ସିମ୍‌ ବ୍ୟବହାର କରାଯାଇପାରିବେ। ଏହି ଫୋନ ସଫ୍ଟେଓ୍ଵୟାର ଉପରେ କାମ କରାଯାଇପାରେ। ଏହି ଫୋନ ସଫ୍ଟେଓ୍ଵୟାର ଉପରେ କାମ କରିଥାଏ। ଏଥିରେ A14 ବାୟୋନିକ ଚିପ ମହଜୁଦ ରହିଛି। ଏହା ଆଇଫୋନ ତିନ୍‌ ଷ୍ଟୋରେଜ୍‌ ଭେରିୟଣ୍ଟ ୬୪ଜିବି, ୧୨୮ ଜିବି ଏବଂ ୨୫୬ ଜିବିରେ ଆସିଥାଏ।

ଡୁଆଲ ରିୟର କ୍ୟାମେରା ସେଟଅପ୍‌

iPhone 12 Miniରେ ଡୁଆଲ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ଏହାର ପ୍ରାଇମେରୀ ସେନସର ୧୨ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ ରହିଛି। ଅନ୍ୟଟିରେ ୧୨ ମେଗାପିକ୍ସେଲର ଓ୍ଵାଇଡ ସେନ୍ସର ରହିଛି। ଏଥିରେ ନାଇଟ୍‌ ମୋଡ, ଡିପ୍‌ ଫ୍ୟୁଜନ, ସ୍ମାର୍ଟ HDR 3, 4K ନାଇଟ୍‌ ମୋଡ, 4K Dollby Vision HDR ରେକର୍ଡିଙ୍ଗ୍‌ ଭଳି ଫିଚର୍ସ ଦିଆଯାଇଛି। ଫୋନରେ ଫ୍ରଣ୍ଟ ୧୨ ମେଗାପିକ୍ସେଲର ଟ୍ରୁ ଡେପ୍ଥ ସେନ୍ସର ଦିଆଯାଇଛି। ଯାହା ନାଇଟ ମୋଡ ଏବଂ 4K Dollby Vision HDR ସପୋର୍ଟ ସହିତ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.