ଏମିତି ମା’ ସରସ୍ବତୀଙ୍କୁ ମିଳିଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ

ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ଦିନର ଏକ ବିଶେଷ ମହତ୍ତ୍ୱ ରହିଛି । ଏହି ପବିତ୍ର ଦିନରେ ଜ୍ଞାନ, ବୁଦ୍ଧି, ବାଣୀ, କଳାର ଦେବୀ ମା’ ସରସ୍ବତୀଙ୍କ ପୂଜା ଆରାଧନା କରାଯାଇଥାଏ । ଏହି ବସନ୍ତ ପଞ୍ଚମୀକୁ ନେଇ ଲୋକ କଥା ପ୍ରଚଳନ ଅଛି । ଯେଉଁଥିରେ ମା’ ସରସ୍ବତୀଙ୍କ ପ୍ରକଟ ହେବା ଓ ଭଗବାନ ଶ୍ରୀକୃଷ୍ନଙ୍କ ଠାରୁ ପାଇଥିବା ଆଶୀର୍ବାଦ ବିଷୟରେ ବର୍ଣ୍ଣିତ ଅଛି । ଆସନ୍ତୁ ଆଜି ସେବିଷୟରେ ଏକ ନଜର ପକାଇବା । ପୌରାଣିକ କଥା ଅନୁଯାୟୀ, ସୃଷ୍ଟିର ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଆଜ୍ଞାରେ ସଂସାରର ରଚୟିତା ବ୍ରହ୍ମା ମନୁଷ୍ୟ ଯୋନିର ନିର୍ମାଣ କରିଥିଲେ ।

ଥରେ ପୃଥିବୀ ପୃଷ୍ଠାରେ ବିଚରଣ କରୁଥିବା ସମୟରେ ମନୁଷ୍ୟ ତଥା ଅନ୍ୟ ପ୍ରାଣୀ ମାନଙ୍କୁ ଦେଖିଥିଲେ । ସେ ସମୟରେ ସେ ଅନୁଭବ କରିଥିଲେଯେ, ଏତେ ଜୀବଜଗତର ସୃଷ୍ଟି ପରେ ବି ପୃଥିବୀରେ ଶାନ୍ତି ବଜାୟ ଅଛି । ତାଙ୍କୁ କିଛି ଅଭାବ ଅନୁଭବ ହେବାରୁ କମଣ୍ଡଳରୁ ଜଳ ବାହାର କରି ପୃଥିବୀ ଉପରେ ଛିଂଚି ଦେଇଥିଲେ । ଏମିତି କରିବା ପରେ ଚତୁର୍ଭୁଜା ବିଶିଷ୍ଟ ଜଣେ ଅତି ସୁନ୍ଦର ଦେବୀ ପ୍ରକଟ ହୋଇଥିଲେ । ତାଙ୍କର ଗୋଟେ ହାତରେ ବୀଣା, ଗୋଟେ ହାତରେ ମାଳା, ଗୋଟେ ହାତରେ ପୁସ୍ତକ ଓ ଅନ୍ୟ ଏକ ହସ୍ତରେ ମୁଦ୍ରା ଥିଲା । ବ୍ରହ୍ମା ତାଙ୍କୁ ବାଣୀର ଦେବୀ ସରସ୍ବତୀ ନାମରେ ଡାକିଥିଲେ ।

ଆଉ ପୃଥିବୀ ପୃଷ୍ଠର ପ୍ରାଣୀ ମାନଙ୍କୁ ବାକ ଶକ୍ତି ଦେବାକୁ ଅନୁରୋଧ କରିଥିଲେ । ଏହା ପରେ ମା’ ବାଗ୍ଦେବୀ ନିଜ ବୀଣାର ମଧୁର ନାଦରେ ସଂସାରର ସମସ୍ତ ଜୀବଙ୍କୁ ବାଣୀ ପ୍ରଦାନ କରିଥିଲେ । ଯେଉଁ ତିଥିରେ ଜ୍ଞାନର ଦେବୀ ମା’ ସରସ୍ବତୀ ପ୍ରକଟ ହୋଇଥିଲେ ତାହା ମାଘ ମାସର ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଥିଲା । ଯାହାକୁ ସେହି ଦିନ ଠାରୁ ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ଭାବରେ ପାଳନ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.