Below header

Whatsappରେ ଡିଲିଟ ହୋଇଥିବା ମେସେଜକୁ ପୁଣି ଥରେ ପଢିବାକୁ ଚାହୁଁଛନ୍ତିକି, ତେବେ ଫଲୋ କରନ୍ତୁ ଏହି ଟ୍ରିକ

ନିକଟରେ WhatsApp ପ୍ରାଇଭେସି ପଲିସୀକୁ ନେଇ ବିବାଦ ଉଠିଥିଲା । କିନ୍ତୁ ପରେ କୋର୍ଟଙ୍କ ରାୟ ପରେ ଏହି ମାମଲା ସାମାନ୍ୟ ଥମିଥିଲା । କିନ୍ତୁ ଏବେବି ବିଶ୍ଵବ୍ୟାପୀ କୋଟି କୋଟି ଉପଭୋକ୍ତା WhatsApp ବ୍ୟବହାର କରୁଛନ୍ତି । ଆଉ ଏବେ କମ୍ପାନୀ ପକ୍ଷରୁ ଏକ ବଢିଆ ଫିଚର ଲଞ୍ଚ କରାଯାଇଛି । ପୂର୍ବରୁ ଆପଣ ପଠାଇଥିବା ମେସେଜକୁ ସମସ୍ତଙ୍କ ପାଇଁ ଡିଲିଟ କରିପାରିବା ଭଳି ସୁବିଧା ଥିଲା । ଆଉ ଏହି ଫିଚରର ଅନେକେ ଭୁଲ ଫାଇଦା ନେଉଥିଲେ । ଆଉ କିଛି ଜଣ ବଦମାସୀ କରି ଗୁରୁତ୍ୱପୂର୍ଣ୍ଣ ମେସେଜ ଗୁଡିକୁ ବି ଡିଲିଟ କରିଦେଉଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରିକ ବିଷୟରେ କହୁଛୁ ଯାହା ସାହାଯ୍ୟରେ ଆପଣ ଡିଲିଟ ହୋଇଥିବା ମେସେଜ ଗୁଡିକୁ ବି ଅତି ସହଜରେ ପଢି ପାରିବେ ।

– ଏହି ଟ୍ରିକ କେବଳ ମାତ୍ର ଆଣ୍ଡ୍ରଏଡ଼ ୟୁଜରଙ୍କ ପାଇଁ ।

– ଏହାକୁ ଆପଣ ଏକ ଥାର୍ଡ଼ ପାର୍ଟି ଆପ ସାହାଯ୍ୟରେ ହିଁ ପଢିପାରିବେ ।

– ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରରୁ whatsremoved + ଆପ ଡାଉନଲୋଡ଼ କରନ୍ତୁ ।

– ଏହା ପରେ ଆପର ସେଟିଙ୍ଗ ପୁରା କରନ୍ତୁ । ସେଟିଙ୍ଗ ପୁରା କରନ୍ତୁ ଆଉ ଜରୁରୀ ପରମିଶନ ଦିଅନ୍ତୁ । ପରମିଶନ ଦେବା ପରେ ଆପକୁ ଯାଆନ୍ତୁ । ଏବେ ଏହି ଆପକୁ ସିଲେକ୍ଟ କରନ୍ତୁ ଯାହାର ନୋଟିଫିକେସନକୁ ଆପଣ ସେଭ କରିବାକୁ ଚାହୁଁଛନ୍ତି ତେବେ ସିଲେକ୍ଟ କରନ୍ତୁ ।

– ଏବେ ନେକସଟ ବିକଳ୍ପ ଉପରେ ଟ୍ୟାପ କରନ୍ତୁ । ଏହା ପରେ ସ୍କ୍ରିନ ଉପରେ yes ଉପରେ କ୍ଲିକ କରନ୍ତୁ । ଯାହା ପରେ ଆପଣ ଆପକୁ ବ୍ୟବହାର କରିପାରିବେ । ଯାହା ପରେ ଡିଲିଟ ହୋଇଥିବା ମେସେଜ ଗୁଡିକୁ ପଢି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.