ଚାଣକ୍ୟ ନୀତି: ଦାମ୍ପତ୍ୟ ଜୀବନରେ ବଜାୟ ରହିବ ସୁଖ-ଶାନ୍ତି, ଯଦି ଖରାପ ସ୍ଥିତିରେ ବି ଆପଣ ଜାରି ରଖିବେ କଥାବାର୍ତ୍ତା

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ସୁଖଦ ଦାମ୍ପତ୍ୟ ଜୀବନରେ ହିଁ ସଫଳତାର ରହସ୍ୟ ଲୁଚି ରହିଥାଏ। ଯେଉଁ ଲୋକଙ୍କର ଦାମ୍ପତ୍ୟ ଜୀବନ ମଧୁର ତଥା ସୁଖ-ଶାନ୍ତିରେ ପୂର୍ଣ୍ଣ ହୋଇଥାଏ, ସେମାନେ ପ୍ରତ୍ୟେକ କାର୍ଯ୍ୟକୁ ବହୁତ ନିପୁଣତାର ସହ କରିବାରେ ସକ୍ଷମ ହୋଇଥାଆନ୍ତି। ଚାଣକ୍ୟଙ୍କ କହିବା ହେଲା, ଦାମ୍ପତ୍ୟ ଜୀବନରେ ଶାନ୍ତିର ବିଶେଷ ସ୍ଥାନ ରହିଛି। ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ ଚିନ୍ତା, କଳହ ଏବଂ ବିବାଦଠୁ ଦୂରେଇ ରହିବା ଉଚିତ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟ ସୁଖମୟ ଦାମ୍ପତ୍ୟ ଜୀବନକୁ ନେଇ କ’ଣ କହିଛନ୍ତି।

୧. ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ସମ୍ବାଦର ଅଭାବ ରହିବା ଉଚିତ ନୁହେଁ। ଅର୍ଥାତ୍‌ ପ୍ରତ୍ୟେକ ବିଷୟ ଉପରେ ସେମାନେ ଖୋଲିକି କଥା ହେବା ଉଚିତ। କଥା ହେଲେ ହିଁ ବଡ଼ରୁ ଅତି ବଡ଼ ସମସ୍ୟାର ସମାଧାନ ବାହାରି ଯାଇଥାଏ। ଏଥିପାଇଁ କଥାବାର୍ତ୍ତା କଦାପି ବନ୍ଦ କରନ୍ତୁ ନାହିଁ। ଚାଣକ୍ୟଙ୍କ ଅନୁସାରେ, ଖରାପ ସ୍ଥିତିରେ ମଧ୍ୟ କଥାବାର୍ତ୍ତା ଜାରି ରଖିବା ଉଚିତ।

୨. ପ୍ରତ୍ୟେକ ସମ୍ପର୍କର ମର୍ଯ୍ୟାଦା ରହିଥାଏ। ଏହିପରି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧ୍ୟ ଏକ ମର୍ଯ୍ୟାଦା ରହିଛି। ଏହି ମର୍ଯ୍ୟାଦାକୁ କେବେ ବି ପାର୍‌ କରିବା ଉଚିତ ନୁହେଁ। ସ୍ୱାମୀ, ସ୍ତ୍ରୀ ପରସ୍ପରର ପୂରକ ହୋଇଥାଆନ୍ତି। ତେଣୁ ଜଣେ ଜଣଙ୍କୁ ସମ୍ବଳ ପ୍ରଦାନ କରିବା ଉଚିତ। ତାଙ୍କର ପ୍ରତ୍ୟେକ ସୁଖ, ଦୁଃଖର ସାଥୀ ହେବା ଉଚିତ।

୩. ଦାମ୍ପତ୍ୟ ଜୀବନରେ ସୁଖ, ଶାନ୍ତିର ବାସ ସେତେବେଳେ ରହିବ, ଯେତେବେଳେ ଜଣେ ଜଣଙ୍କୁ ବହୁତ ଭଲ ଭାବେ ବୁଝି ଜୀବନ ବିତାଇବେ। ଜଣେ ଜଣଙ୍କ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବେ। ଯଦି ଏହାକୁ ନେଇ ବିବାଦ ପରିସ୍ଥିତି ସୃଷ୍ଟି କରିବେ, ତା’ହେଲେ ସ୍ଥିତି ଆହୁରି ବିଗିଡ଼ିଯିବ। ଚାଣକ୍ୟଙ୍କ ଅନୁସାରେ, ବ୍ୟକ୍ତିଙ୍କୁ ନିଜ ସାଥୀର ଗୁଣକୁ ସକାରାତ୍ମକ ଭାବେ ନେଇ ଏହାକୁ ସୁଧାରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.