ପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ବିଶ୍ୱଶାନ୍ତି ମହାଯଜ୍ଞ: ଡ. ଇତି ସାମନ୍ତଙ୍କୁ ମା’ ସୁଭଦ୍ରା ସମ୍ମାନରେ କରାଗଲା ସମ୍ମାନିତ

ଟାଙ୍ଗୀ(କେନ୍ୟୁଜ୍):  ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଅନୁଷ୍ଠିତ। ଖୋରଧାର ଚିଲିକା ବ୍ଲକ୍‌ ନଈର ଗ୍ରାମ ନିକଟ ଏକ କୂଦରେ କାଙ୍କଣଶିଖରୀରେ ଗତ ତିନି ଦିନ ଧରି ଚାଲିଥିଲା ବିଶ୍ୱଶାନ୍ତି ମହାଯଜ୍ଞ। ପୂର୍ଣ୍ଣାହୁତି ଦିନରେ ପୁରୀ ଶ୍ରୀ ମନ୍ଦିରର ପୂଜାପଣ୍ଡା ଯୋଗ ଦେଇଥିଲେ।

ଏହାସହ ବହୁ ସଂସ୍କୃତି ପ୍ରେମୀ, ସାଧୁସନ୍ଥ, ଓ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜଗନ୍ନାଥ ସଂସ୍କୃତି ପାଇଁ କାମ କରୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ଥାନୀୟ ଅଞ୍ଚଳର ଶିକ୍ଷା ଗୁରୁଙ୍କୁ ସମ୍ମାନୀତ କରାଯାଇଛି। ଲୋକପ୍ରିୟ ପତ୍ରିକା କାଦମ୍ବିନୀର ସଂପାଦିକା ଡ. ଇତି ସାମନ୍ତଙ୍କୁ ମା’ ସୁଭଦ୍ରା ସମ୍ମାନରେ ସମ୍ମାନିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.