ଭୁବନେଶ୍ୱର: ଗେଷ୍ଟ ହାଉସରୁ ବ୍ୟବସାୟୀଙ୍କ ମୃତଦେହ ଜବତ

ଗେଷ୍ଟ ହାଉସରୁ ମୃତଦେହ । ଭୁବନେଶ୍ୱରରେ ବ୍ୟବସାୟୀଙ୍କ ସନ୍ଦେଜନକ ମୃତ୍ୟୁ । ଭୁବନେଶ୍ୱର ମୈତ୍ରି ବିହାର ଥାନା ଶାନ୍ତି ଗେଷ୍ଟ ହାଉସରୁ ମୃତଦେହ ଜବତ କରାଯାଇଛି । ମୃତଦେହଟି ଗଳିତ ଅବସ୍ଥାରେ ରହିଥିଲା ।

ଭୁବନେଶ୍ୱର (କେନ୍ୟୁଜ୍‌): ଗେଷ୍ଟ ହାଉସରୁ ମୃତଦେହ । ଭୁବନେଶ୍ୱରରେ ବ୍ୟବସାୟୀଙ୍କ ସନ୍ଦେଜନକ ମୃତ୍ୟୁ । ଭୁବନେଶ୍ୱର ମୈତ୍ରି ବିହାର ଥାନା ଶାନ୍ତି ଗେଷ୍ଟ ହାଉସରୁ ମୃତଦେହ ଜବତ କରାଯାଇଛି । ମୃତଦେହଟି ଗଳିତ ଅବସ୍ଥାରେ ରହିଥିଲା ।

ମୃତକ ହେଉଛନ୍ତି ବ୍ୟବସାୟୀ ତପନ ପ୍ରସାଦ ଆଚାର୍ଯ୍ୟ । ତାଙ୍କ ଘର ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳରେ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ବୋଲି ଜଣାପଡ଼ିଛି । ସବୁ ମାସ ପରି ତପନ କର୍ପୋରେଟ ମିଟିଂ ପାଇଁ ଭୁବନେଶ୍ୱର ଆସିଥିଲେ ।

ମଙ୍ଗଳବାର ଦିନ ଶାନ୍ତି ଗେଷ୍ଟ ହାଉସର୨୦୨ ନମ୍ବର ରୁମରେ ରହୁଥିଲେ । ତେବେ ଗୁରୁବାର ତାଙ୍କ ମୃତଦେହ ମିଳିଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.