ପାଣିରେ ଭାସିଯାଇ ୨ ଭାଇ ନିଖୋଜ ଘଟଣା: ମିଳିଲା ସାନ ଭାଇର ଶରୀର

ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଯୋକଡିଆ ନିକଟ ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ପାଣିରେ ଭାସିଯାଇ ୨ ଭାଇ ନିଖୋଜ ହେବା ଘଟଣା ।

ଯାଜପୁର ରୋଡ(କେନ୍ୟୁଜ୍‌) : ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଯୋକଡିଆ ନିକଟ ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ପାଣିରେ ଭାସିଯାଇ ୨ ଭାଇ ନିଖୋଜ ହେବା ଘଟଣା ।

ମିଳିଲା ସାନ ଭାଇର ମୃତଦେହ । ଆଜି ସକାଳୁ ମିଳିଥିଲା ବଡ଼ ଭାଇର ମୃତଦେହ । ମୃତ ୨ ଭାଇ ବ୍ୟାସନଗର ସାପଗଡି଼ଆ ଅଞ୍ଚଳର ସାସ୍ୱତ ରଞ୍ଜନ ସ୍ବାଇଁ ଓ ସ୍ୱାସ୍ତିକ ରଞ୍ଜନ ସ୍ୱଇଁ । ଉଭୟେ ଗତକାଲି ମଧ୍ୟାହ୍ନରେ ଖରସ୍ରୋତା ନଦୀରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିଲେ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.