ଭିଡିଓ କନ୍‌ଫରେନ୍ସିଂରେ ଗଞ୍ଜାମ ହିଞ୍ଜିଳିକାଟୁ ପୌରାଞ୍ଚଳର ବଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଗଞ୍ଜାମ ହିଞ୍ଜିଳିକାଟୁ ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୨୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ବହୁ ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ହିଞ୍ଜିଳିକାଟୁ ପୌରାଞ୍ଚଳରେ ନବନିର୍ମିତ ଅତ୍ୟାଧୁନିକ ବସ ଟର୍ମିନାଲ, ଉପଖଣ୍ଡ ଚିକିତ୍ସାଳୟ, ଭେଣ୍ଡିଂ ଜୋନ୍‌, ଗେଷ୍ଟହାଉସ ଆଦି ୧୪ଟି ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ ନବୀନ ।

ଏହି ଅବସରରେ ନବୀନ କହିଥିଲେ, ପିଲା ହେଉଛନ୍ତି ଦେଶର ଭବିଷ୍ୟତ । ହିଞ୍ଜିଳିରେ ଶିକ୍ଷା କ୍ଷେତ୍ରରେ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ଆସିକା ସାଂସଦଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତି ଥିଲେ ।

Leave A Reply

Your email address will not be published.