ଭୁବନେଶ୍ୱର: ଧାର ଟଙ୍କା କରାବାରକୁ ନେଇ ଗଣ୍ଡଗୋଳ, ଭୁଜାଲି ଚୋଟରେ ଗଲା ସ୍ବାମୀ ଜୀବନ ସ୍ତ୍ରୀ ଗୁରୁତର

ଭୁବନେଶ୍ୱର(କେନ୍ୟୁଜ୍):ପୁଣି ମୁଣ୍ଡ ଗଡିଲା ମଞ୍ଚେଶ୍ୱର ଥାନା ଝରଣା ବସ୍ତି ଅଞ୍ଚଳରେ। ଗତ କାଲି ରାତିରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଏଥିରେ ସ୍ବାମୀ  ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସ୍ତ୍ରୀ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡ ଅଞ୍ଚଳର ଛୋଟୁଲାଲ ବେଶ୍ରା, ସ୍ତ୍ରୀ ଏବଂ ପିଲାଛୁଆ ସହ ମଞ୍ଚେଶ୍ୱରର ଝରଣା ବସ୍ତିରେ ରହିଆସୁଥିଲେ। ଗତକାଲି ରାତିରେ ତାଙ୍କ ପଡ଼ୋଶୀ ଚଣ୍ଡିନାୟକ, ସୁକାନ୍ତ ଦାସ,  ସୁନିତା ନାୟକ,ରାଜୁ ନାୟକ, ମାଳତି ଦାସ, ଅନୀତା ଦାସ, ପ୍ରଦୀପ ସିଯ ପ୍ରମୁଖ କିଛି ଲୋକ ଧାର ଟଙ୍କା  କାରବାରକୁ ନେଇ ଛୋଟୁଲାଲଙ୍କ ଘର ଭିତରକୁ ହଠାତ୍‌ ପଶି ଆସି ସଂଘବଦ୍ଧ ଆକ୍ରମଣ କରିଥିଲେ।

mancheswar 1

ସେମାନଙ୍କ ମଧ୍ୟରୁ ସୁକାନ୍ତ ନାମକ ଜଣେ ବ୍ୟକ୍ତି ଭୁଜାଲିରେ ଛୋଟୁଲାଲ୍‌ ଏବଂ ତାଙ୍କ ସ୍ତ୍ରୀ କବିତାଙ୍କୁ ଆକ୍ରମଣ କରିଥିଲେ।  ରାଜୁ ଏବଂ ଚଣ୍ଡି ଠେଙ୍ଗା ଓ ଭଙ୍ଗା ମଦ ବୋତଲରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଛୋଟୁଲାଲଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଛୋଟୁଲାଲଙ୍କ ପୁଅ ତବିଶା ବେଶ୍ରା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଆଧାର କରି  ୪୮/୨୧ରେ କେସ ରୁଜ୍ଜୁ କରି ଜଣଙ୍କୁ ଗିରଫ କରିଥିବା  ସହ  ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.