ରାଜ୍ୟ

କଟକ: ମାହାଙ୍ଗାରେ ନାବାଳିକା ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଯୁବକ

ମାହାଙ୍ଗା(କେନ୍ୟୁଜ୍): ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ ପରେ ବନ୍ଧା ହେଲା ଯୁବକ। ଏହି ଘଟଣା ଆଜି ମାହାଙ୍ଗା ଭଦ୍ରେଶ୍ୱର ଫାଣ୍ଡି ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ଖବର ମୁତାବକ ଗତ କାଲି ମାହାଙ୍ଗା ବ୍ଲକ  ହଳଦିଆ ଗ୍ରାମର ଜଣେ ୧୬ ବର୍ଷୀୟା  କଲେଜ ପଢୁଆ ନାବାଳିକାକୁ ଓଳକଣା ଗ୍ରାମର ଅରକ୍ଷିତ ପ୍ରଧାନଙ୍କ ପୁଅ ଅଶୋକ ପ୍ରଧାନ ହଳଦିଆ ହାଟ ନିକଟରୁ  ମିଥ୍ୟା ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା।  ପରେ  କଟକରେ ରଖି ଦୁଷ୍କର୍ମ କରିଥିବା  ଭଦ୍ରେଶ୍ୱର ଫାଣ୍ଡିରେ ପୀଡିତା ନାବାଳିକାଙ୍କ ମା ଅଭିଯୋଗ କରିଛନ୍ତି  ।

ତେବେ ଆଜି ଉକ୍ତ ନାବାଳିକା ଓ ଯୁବକକୁ ପରିବାର ଲୋକ ସାଲେପୁରରୁ  ଉଦ୍ଧାର କରି ଘରକୁ ଆଣିବା  ସମୟରେ  ସମ୍ପୃକ୍ତ  ଯୁବକ ନାବାଳିକାର ଘର ନିକଟରେ ଅଟୋରୁ ଡେଇଁ ପଳାଇ ଯାଉଥିବାବେଳେ  ଲୋକେ କାବୁକାରୀ ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ରସିକିଆ ଯୁବକକୁ ଉଦ୍ଧାର କରିବା ସହ ଫାଣ୍ଡିକୁ ନେଇ ଅଟକ ରଖି ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ତପନ ନାୟକ ସୂଚନା ଦେଇଛନ୍ତି।

KNews Bureau

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

5 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

11 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

19 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

22 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

29 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

54 mins ago