ରାଜ୍ୟ

ବିଦ୍ୟୁତ ତାର ଛିଡି ଯୁବକ ଗୁରୁତର

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନଳପାହି ଗାଁ ରାସ୍ତା ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଯୋଗୁଁ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି | ସୂଚନା ମୁତାବକ, ଆଜି ରାତି ପ୍ରାୟ ୮ ଟା  ସମୟରେ ଏକମାଣିଆ ପଞ୍ଚାୟତ ନଳପାହି ଗାଁର ସନ୍ତୋଷ ରାଉତ  ଗାଁ ଦାଣ୍ଡରେ ଚାଲି ଚାଲି ଘରକୁ ଯାଉଥିଲେ | ଗାଁ ଦାଣ୍ଡରେ ଯାଉଥିବା ବେଳେ ହଟାତ ୧୧ କେଭି ବିଦ୍ୟୁତ ତାର ସନ୍ତୋଷ ଙ୍କ ଉପରେ ଛିଡି ପଡିଥିଲା |

ସନ୍ତୋଷ ଙ୍କ ଡାହାଣ ପଟ ଜଙ୍ଘ ଉପରେ ୧୧ କେଭି ବିଦ୍ୟୁତ ତାର ପଡିବା ଯୋଗୁଁ ଜଙ୍ଘର କିଛି ଅଂଶ ପୋଡିଯିବା ସହିତ ସେ ଚେତା ହରାଇ ପଡି ଯାଇଥିଲେ | ତାଙ୍କୁ ଚିକିତ୍ସା ପାଇଁ ଗ୍ରାମବାସୀ ଏବଂ ସମ୍ପକୀୟ ନଦୀ ପାର କରାଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ |  ଚିକିତ୍ସା  ପରେ ସନ୍ତୋଷ ଙ୍କ ଚେତା ଫେରିଥିଲେ ମଧ୍ୟ ଅବସ୍ଥା ଗୁରୁତର ରହିଛି | ଗାଁ ଦାଣ୍ଡରେ ବିପଦ ପୂର୍ଣ୍ଣ ଭାବେ ରହିଥିବା ବିଦ୍ୟୁତ ତାର ତୁରନ୍ତ ବଦଳାଇବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି |

 

 

Niharanjan

Recent Posts

ଆଜି ପହିଲି ରଜ: ଦୋଳି ଖେଳ ସାଙ୍ଗକୁ ମିଠା ପାନରେ ଜମୁଛି ଆସର

ଭୁବନେଶ୍ୱର (କେନ୍ୟୁଜ): ଆଜି ପହିଲି ରଜ ।  ଓଡ଼ିଶାର ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର ଗାଆଁଠୁ ସହର…

2 mins ago

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

7 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

9 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

9 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

11 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

11 hours ago