ରାଜ୍ୟ

ଜଳପ୍ରପାତ ନିକଟରେ ରିଲସ୍‌ ବନାଉଥିବା ବେଳେ ଖସିଗଲା ପାଦ, ଅକାଳରେ ଚାଲିଗଲା ଯୁବ ଫଟୋଗ୍ରାଫଙ୍କ ଜୀବନ

ଉଦଳା(କେନ୍ୟୁଜ୍):  ରିଲ୍‌ସ କରିବା କାଳ ହେଲା । ଜଳପ୍ରପାତ ନିକଟରେ ରିଲସ୍‌ ବନାଉଥିବା ବେଳେ ଖସିଗଲା ପାଦ । ଜଳପ୍ରପାତ ଭିତରେ ପଡ଼ିଗଲେ ଯୁବ ଫଟୋଗ୍ରାଫର । ଅକାଳରେ ଚାଲିଗଲା ଜୀବନ । ଶିମିଳିପାଳର ଟୁଙ୍କି ଜଳପ୍ରପାତରେ ବୁଡ଼ି ଜଣେ ଯୁବ ଫଟୋଗ୍ରାଫରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନାଁ ଅମିତାଂଶୁ । ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବାଙ୍କୀସହି ଗାଁରେ । ଶିମିଳିପାଳର ଟୁଙ୍କି ଜଳପ୍ରପାତକୁ ୫ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ ଅମିତାଂଶୁ । ସେଠାରେ ଫଟୋ ଉଠାଇଉଥିଲେ । ଏତିକିବେଳେ ଅସାବଧାନତା ଯୋଗୁ ପାଣିରେ ପଡ଼ିଯାଇଥିଲେ ଅମିତାଂଶୁ । ପାହାଡ଼ ଉପରୁ ଖସୁଥିବା ଜଳସ୍ରୋତ ତାଙ୍କୁ କୁଣ୍ଡ ଭିତରକୁ ଟାଣି ନେଇଥିଲା । ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟ କରି ବିଫଳ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍‌ । ବହୁ ଖୋଜାଖୋଜି ପରେ ଉଦ୍ଧାର ହୋଇଥିଲା ମୃତଦେହ । ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟ କୁଣ୍ଡାବାଇ କଲେଜର ଯୁକ୍ତ ତିନିରେ ପଢୁଥିଲେ ଅମିତାଂଶୁ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ରିଲ୍‌ସ ନିଶାରେ ପଡିଛନ୍ତି ଯୁବପୀଢ଼ି । ବିପଦ ମୁହଁରେ ଠିଆ ହୋଇ ରିଲ୍‌ସ କରୁଛନ୍ତି । ସାମାନ୍ୟ ଅସାବଧାନତା ଓ ଅବହେଳା ଜୀବନ ନେଇ ଯାଉଛି ।

Sasmita

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

8 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

41 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

43 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

50 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

58 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

59 mins ago