ସ୍ପେଶାଲ

୨୨ ହଜାର ଡଲାର ଖର୍ଚ୍ଚ କରି ମଣିଷ ହେଲା କୁକୁର, ପାର୍କରେ ବୁଲି ଅନ୍ୟ କୁକୁରଙ୍କୁ ଶୁଂଘିଲା ମାନବ କୁକୁର ଟୋକୋ

ଅନେକ ଲୋକଙ୍କର ଅନେକ ପସନ୍ଦ ଥାଏ । କିଛି ଲୋକ ନିଜ ଶରୀରରେ ଖୁସି ନଥାନ୍ତି ଏବଂ ନିଜକୁ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି ନିଜକୁ କୁକୁରରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଏବଂ ସେ ନିଜର ଇଚ୍ଛାକୁ ପୂରଣ କରିଛନ୍ତି । ଆପଣଙ୍କୁ ହୁଏତ ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଘଟଣାଟି ସତ । ଜଣେ ଜାପାନୀ ବ୍ୟକ୍ତି ନିଜକୁ କୁକୁରରେ ପରିବର୍ତ୍ତନ କରିଛନ୍ତି । ସେ ଟୋକୋ ଭାବେ ବର୍ତ୍ତମାନ ଜଣାଶୁଣା । ଏହି ହ୍ୟୁମାନ ଡଗ୍‌ ହେବା ପ୍ରକ୍ରିୟାରେ ତାଙ୍କୁ ଦୁଇ ମିଲିୟନ୍ ୟେନ୍ ଅର୍ଥାତ ୨୨,୦୦୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିଥିଲା ।

ଜାପାନର ଏକ କମ୍ପାନୀ ଜେପେଟ୍, ଯାହା ଟିଭି କମର୍ସିଆଲ ଏବଂ ଫିଲ୍ମ ପାଇଁ କଷ୍ଟ୍ୟୁମ ତିଆରି କରେ, ସେହି ବ୍ୟକ୍ତିଙ୍କ ପାଇଁ ଏହି କମ୍ପାନୀ ହାଇପର-ରିଅଲିଷ୍ଟିକ ଡଗ ଆଉଟଫିଟ ତିଆରି କରିଛି । ଏହି ଆଉଟଫିଟ ପ୍ରସ୍ତୁତ କରିବା ପାଇଁ ୪୦ ଦିନ ସମୟ ଲାଗିଥିଲା । ଏହି କମ୍ପାନୀ ମୂର୍ତ୍ତି, ବଡି ସୁଟ୍, ୩-ଡି ମଡେଲ୍ ତିଆରି କରିବାରେ ବିଶେଷ ଭାବେ କାମ କରେ । କମ୍ପାନୀର ଜଣେ ମୁଖ୍ୟ କହିଛନ୍ତି ଯେ, ଏକ କୋଲି ଡଗ ଭାବେ ତିଆରି ହୋଇଥିବା ଏହି ମଡେଲ ଚାରି ଗୋଡରେ ଚାଲୁଥିବା ପ୍ରକୃତ କୁକୁର ଭଳି ଦେଖାଯାଏ ।

ଉକ୍ତ ବ୍ୟକ୍ତି ଜଣକ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ‘ମୁଁ ଜଣେ ପଶୁ ହେବାକୁ ଚାହୁଁଛି’ ନାମକ ଏକ ଭିଡିଓ ଅପଲୋଡ୍ କରିଛନ୍ତି । ଚ୍ୟାନେଲରେ ୩୧ ହଜାରରୁ ଅଧିକ ସବସ୍କ୍ରାଇବର୍ସ ଅଛନ୍ତି ଏବଂ ଭିଡିଓଟି ୧ ମିଲିୟନରୁ ଅଧିକ ଭ୍ୟୁଜ୍‌ ପାଇଛି । ଭିଡିଓଟି ଏକ ବର୍ଷ ପୂର୍ବରୁ ସୁଟିଂ କରାଯାଇଥିଲା କିନ୍ତୁ ଏହା ନିକଟରେ ହିଁ ଅପଲୋଡ୍ ହୋଇଛି । ଜର୍ମାନର ଏକ ଟିଭି ଷ୍ଟେସନ ଆରଟିଏଲ ଦ୍ୱାରା ହୋଇଥିବା ଏକ ସାକ୍ଷାତକାରର ଅଂଶ ଭାବରେ ଏହାକୁ ସୁଟ୍ କରାଯାଇଥିଲା ।

“ମୁଁ ଏକ କୋଲି ହୋଇଗଲି, ଛୋଟ ବେଳରୁ ଏକ ପଶୁ ହେବାକୁ ଥିବା ସ୍ୱପ୍ନକୁ ମୁଁ ପୂରଣ କରିପାରିଛି । ଭିଡିଓର ଆରମ୍ଭରେ ଥିବା ସବଟାଇଟଲକୁ ଆପଣମାନେ ପଢ଼ିପାରିବେ । ଏହି ଭିଡିଓରେ ଟୋକୋ ବେକରେ ଲାଗିଥିବା ଏକ ପଟି ରହିଛି ଏବଂ ଏହା ବୁଲିବା ପାଇଁ ବାହାରକୁ ଯାଉଥିବା ନଜର ଆସିଛି । ହ୍ୟୁମାନ ଡଗ୍‌ ବା ମାନବ କୁକୁରଟି ପାର୍କରେ ଥିବା ଅନ୍ୟ କୁକୁରମାନଙ୍କୁ ଶୁଂଘିବା ସହ ଅନ୍ୟ ପଶୁମାନଙ୍କ ପରି ଚଟାଣରେ ଗଡ଼ିଥିବା ଦେଖାଯାଇଛି ।

ଗତ ବର୍ଷ ଟୋକୋ ଡେଲି ମେଲ ସହିତ ଯୋଗାଯୋଗ କରିଥିଲେ ଏବଂ ସେ କାହିଁକି ମାନବ କୁକୁର ହେବା ପାଇଁ ବିଚାର କରିଥିଲେ ସେ ବିଷୟରେ ଆଲୋଚନା କରିଥିଲେ। ବ୍ୟକ୍ତି ଜଣକ କହିଛନ୍ତି, “ମୁଁ ଚାହେଁ ନାହିଁ ଯେ ମୋର ଅଭ୍ୟାସ କେହି ଜାଣନ୍ତୁ ବିଶେଷ ଭାବରେ ମୋ ସହ କାମ କରୁଥିବା ଲୋକ ଏବିଷୟରେ ନଜାଣନ୍ତୁ । ମୁଁ କୁକୁର ହେବାକୁ ଚାହୁଁଛି ଏହା ଅନ୍ୟମାନଙ୍କ ପାଇଁ ଆଶ୍ଚର୍ଯ୍ୟ । ଏହି କାରଣରୁ ମୁଁ ମୋର ପ୍ରକୃତ ଚେହେରା ଦେଖାଇ ପାରିବି ନାହିଁ । ମିରର ସହ ଅନ୍ୟ ଏକ ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ମୋର ବନ୍ଧୁମାନଙ୍କୁ କେବେ କେବେ ଏବିଷୟରେ କହିଥାଏ କାରଣ ମୁଁ ଭୟ କରେ ଯେ ସେମାନେ ମୋତେ ଅଲଗା ନଜରରେ ଦେଖିପାରନ୍ତି । ସେ କହିଛନ୍ତି ଯେ ମୋର ପଶୁ ହେବା କଥାରେ ମୋର ପରିବାର ଲୋକ ଏବଂ ମୋର ବନ୍ଧୁମାନଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିଥିଲା।

Subhalaxmi Das

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

3 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

36 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

38 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

45 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

53 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

54 mins ago