କ୍ରୀଡା

ପ୍ରଥମ ଦିନିକିଆର ପ୍ରତିଶୋଧ ନେଲା ୱେଷ୍ଟଇଣ୍ଡିଜ୍‌, ୬ ଓ୍ଵିକେଟରେ ଜିତିଲା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌

ଦ୍ୱିତୀୟ ଦିନିକିଆରେ ଭାରତକୁ ହରାଇ ସିରିଜ୍‌ ବରାବର କଲା ୱେଷ୍ଟଇଣ୍ଡିଜ୍‌ । ବ୍ରିଜଟାଉନରେ ଖେଳାଯାଇଥିବା ଦ୍ୱିିତୀୟ ମ୍ୟାଚରେ ଘରୋଇ ଦଳ ୬ ୱିକେଟରେ ଭାରତକୁ ପରାସ୍ତ କରିଛି । ଭାରତୀୟ ବ୍ୟାଟର ଓ ବୋଲର ନିରାଶ କରିଛନ୍ତି। ଏଥର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ।

ପ୍ରଥମେ ଟସ୍‌ ଜିତି ବୋଲିଂ କରିଥିଲା ୱେଷ୍ଟଇଣ୍ଡିଜ୍‌ । ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଭାରତ ୪୦.୫ ଓଭରରେ ୧୮୧ ରନ୍‌ ଅଲଆଉଟ୍‌ ହୋଇଥିଲା । ୱେଷ୍ଟଇଣ୍ଡିଜ୍‌ ୩୬.୪ ଓଭରରେ ଏହି ଟାର୍ଗେଟକୁ ପୂରଣ କରିନେଇଥିଲା । ଟିମ୍‌ ହାରିବା ଯୋଗୁଁ ଫ୍ୟାନ୍ସ ରୋହିତ ଶର୍ମା ଏବଂ ବିରାଟଙ୍କୁ ମିସ୍‌ କରିଥିଲେ ।

ସଞ୍ଜୁ ସାମସନ୍‌ ଓ ଅକ୍ଷର ପଟେଲଙ୍କୁ ଦଳରେ ସ୍ଥାନ ମିଳିଥିବା ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ପ୍ରଭାବହୀନ ଥିଲା । ଅକ୍ଷର କେବଳ ୧ ରନ୍‌ କରିଥିବା ବେଳେ ସଞ୍ଜୁ ୯ ରନ୍‌ କରି ଆଉଟ୍‌ ହୋଇଥିଲେ । କେବଳ ଗିଲ୍‌ ଓ ଈଶାନ ୯୦ ରନର ଦୃଢ ପାର୍ଟନରସିପ୍‌ ଦେଖିବାକୁ ମିଳିଥିଲା । ଗିଲ୍‌ ୩୪ ରନ୍‌ କରିଥିବା ବେଳେ ଈଶାନ ୫୫ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ । କେବଳ ବ୍ୟାଟର ନୁହଁନ୍ତି ଫେଲ୍‌ ମାରିଥିଲେ ବୋଲର । ପ୍ରଥମ ମ୍ୟାଚରେ ସ୍ପିନର ଯୋଡି କୁଲଦୀପ-ଜାଡେଜା ଯେଉଁ ପ୍ରଦର୍ଶନ ଦେଇଥିଲେ, ଦ୍ୱିତୀୟ ମ୍ୟାଚରେ କିଛି ପ୍ରଭାବ ପକାଇପାରିନଥିଲେ । ତେବେ ଦ୍ୱିତୀୟ ଦିନିକିଆ ଜିତି ୱେଷ୍ଟଇଣ୍ଡିଜ୍‌ ସିରିଜ ୧-୧ରେ ବରାବର କରିଛି ।

Swagatika

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

2 hours ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

4 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

4 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

4 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

5 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

6 hours ago