ପ୍ରଥମ ଦିନିକିଆର ପ୍ରତିଶୋଧ ନେଲା ୱେଷ୍ଟଇଣ୍ଡିଜ୍, ୬ ଓ୍ଵିକେଟରେ ଜିତିଲା ଦ୍ୱିତୀୟ ଦିନିକିଆ ମ୍ୟାଚ୍
ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ବାଜି ମାରିନେଲା ଇଣ୍ଡିଜ । ୬ ଓ୍ଵିକେଟରେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ ବରାବର କରିଛି ଘରୋଇ ଦଳ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦେବା ଟିମ୍ ପରାଜୟର କାରଣ ସାଜିଲା ବୋଲି ଫ୍ୟାନ୍ସ କହୁଛନ୍ତି ।
ଦ୍ୱିତୀୟ ଦିନିକିଆରେ ଭାରତକୁ ହରାଇ ସିରିଜ୍ ବରାବର କଲା ୱେଷ୍ଟଇଣ୍ଡିଜ୍ । ବ୍ରିଜଟାଉନରେ ଖେଳାଯାଇଥିବା ଦ୍ୱିିତୀୟ ମ୍ୟାଚରେ ଘରୋଇ ଦଳ ୬ ୱିକେଟରେ ଭାରତକୁ ପରାସ୍ତ କରିଛି । ଭାରତୀୟ ବ୍ୟାଟର ଓ ବୋଲର ନିରାଶ କରିଛନ୍ତି। ଏଥର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ।
ପ୍ରଥମେ ଟସ୍ ଜିତି ବୋଲିଂ କରିଥିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଭାରତ ୪୦.୫ ଓଭରରେ ୧୮୧ ରନ୍ ଅଲଆଉଟ୍ ହୋଇଥିଲା । ୱେଷ୍ଟଇଣ୍ଡିଜ୍ ୩୬.୪ ଓଭରରେ ଏହି ଟାର୍ଗେଟକୁ ପୂରଣ କରିନେଇଥିଲା । ଟିମ୍ ହାରିବା ଯୋଗୁଁ ଫ୍ୟାନ୍ସ ରୋହିତ ଶର୍ମା ଏବଂ ବିରାଟଙ୍କୁ ମିସ୍ କରିଥିଲେ ।
ସଞ୍ଜୁ ସାମସନ୍ ଓ ଅକ୍ଷର ପଟେଲଙ୍କୁ ଦଳରେ ସ୍ଥାନ ମିଳିଥିବା ମ୍ୟାଚ୍ରେ ତାଙ୍କ ପ୍ରଦର୍ଶନ ପ୍ରଭାବହୀନ ଥିଲା । ଅକ୍ଷର କେବଳ ୧ ରନ୍ କରିଥିବା ବେଳେ ସଞ୍ଜୁ ୯ ରନ୍ କରି ଆଉଟ୍ ହୋଇଥିଲେ । କେବଳ ଗିଲ୍ ଓ ଈଶାନ ୯୦ ରନର ଦୃଢ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ଗିଲ୍ ୩୪ ରନ୍ କରିଥିବା ବେଳେ ଈଶାନ ୫୫ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । କେବଳ ବ୍ୟାଟର ନୁହଁନ୍ତି ଫେଲ୍ ମାରିଥିଲେ ବୋଲର । ପ୍ରଥମ ମ୍ୟାଚରେ ସ୍ପିନର ଯୋଡି କୁଲଦୀପ-ଜାଡେଜା ଯେଉଁ ପ୍ରଦର୍ଶନ ଦେଇଥିଲେ, ଦ୍ୱିତୀୟ ମ୍ୟାଚରେ କିଛି ପ୍ରଭାବ ପକାଇପାରିନଥିଲେ । ତେବେ ଦ୍ୱିତୀୟ ଦିନିକିଆ ଜିତି ୱେଷ୍ଟଇଣ୍ଡିଜ୍ ସିରିଜ ୧-୧ରେ ବରାବର କରିଛି ।
Again we saw today our batting is nothing without,
ROHIT SHARMA AND VIRATKOHLI 💔 #Indvswi pic.twitter.com/p4J49l0a14— RCB LOVER (@RCB_LOVER18) July 29, 2023