Below header

ଯାନ୍ତ୍ରିକ ତ୍ରୁଟି ପାଇଁ ସଇଁତଳାରେ ଅଟକିଲା ଇସ୍ପାତ ଏକ୍ସପ୍ରେସ୍‌, ଦେଢ ଘଣ୍ଟା ହେଲା ଅଟକି ରହିଛି

ଆଜି ସକାଳୁ ଟ୍ରେନ୍‌ଟି ଟିଟିଲାଗଡ଼ରୁ ହାୱଡ଼ା ଯାଉଥିବାବେଳେ ହଠାତ୍‌ ଇଂଜିନ ଖରାପ ହୋଇଯିବାରୁ ଅଟକି ଯାଇଥିଲା। ଘଟଣାସ୍ଥଳରେ ରେଳ ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି। ତ୍ରୁଟିକୁ ସଜାଡି ରେଳ ଚଳାଚଳ ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଟ୍ରେନ୍‌ ଅଟକି ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।

ବଲାଙ୍ଗିର(କେନ୍ୟୁଜ୍): ଯାନ୍ତ୍ରିକ ତ୍ରୁଟି, ସଇଁତଳାରେ ଅଟକିଲା ଇସ୍ପାତ ଏକ୍ସପ୍ରେସ୍‌। ବଲାଙ୍ଗିର ଜିଲ୍ଲା ସଇଁତଳା ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ଇଂଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଦେଢ ଘଣ୍ଟା ହେଲା ଅଟକି ରହିଛି ଇସ୍ପାତ ଏକ୍ସପ୍ରେସ୍‌।

ଆଜି ସକାଳୁ ଟ୍ରେନ୍‌ଟି ଟିଟିଲାଗଡ଼ରୁ ହାୱଡ଼ା ଯାଉଥିବାବେଳେ ହଠାତ୍‌ ଇଂଜିନ ଖରାପ ହୋଇଯିବାରୁ ଅଟକି ଯାଇଥିଲା। ଘଟଣାସ୍ଥଳରେ ରେଳ ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି। ତ୍ରୁଟିକୁ ସଜାଡି ରେଳ ଚଳାଚଳ ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଟ୍ରେନ୍‌ ଅଟକି ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.