ରାଜ୍ୟ

ସଜେଇ ହେଲାଣି ବାଲାସିଂଘା ଗାଁ ଓ କଲ୍ୟାଣ ମଣ୍ଡପ, ଯୁବ ବୈଜ୍ଞାନିକ ଶେଷ କିଷାନଙ୍କ ବାହାଘର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଆଜି ହେଲା ନିର୍ବନ୍ଧ

ରେଢାଖୋଲ(କେନ୍ୟୁଜ୍): ବିବାହ ବନ୍ଧନରେ ବାନ୍ଧି ହେବେ ଶେଷ କିଷାନ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବାଲାସିଂଘା ଗ୍ରାମର ଯୁବ ବୈଜ୍ଞାନିକ ଶେଷ କିଷାନ ଆସନ୍ତା ୨୨ ତାରିଖରେ ରେଢାଖୋଲ ସହର ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ବିବାହ କରିବେ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ଜୟଶ୍ରୀ ଜେନାଙ୍କୁ ରୀତିନୀତି ଅନୁସାରେ ବିବାହ କରୁବା ନେଇ ସ୍ଥିର ହୋଇଛି।  ବିବାହ ପାଇଁ କଲ୍ୟାମଣ୍ଡପରେ ସାଜସଜ୍ଜା ଏବଂ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା  ଦେଖିବାକୁ ମିଳିଛି।

ରେଢାଖୋଲ ସହର ଆଦର୍ଶ ନଗରର ସୁନନ୍ଦ ପ୍ରଧାନ ଏବଂ ତାଙ୍କ ପତ୍ନି ସୌଦାମିନୀ ଦୁହେଁ ଶେଷଙ୍କ ପିତା,ମାତା ହୋଇ ବିବାହ କାର୍ଯ୍ୟ କରାଉଥିବା ବେଳେ , ଆଜି ଶେଷ କିଷାନ ଙ୍କ ପରିବାର ଏବଂ ଜୟଶ୍ରୀ ଜେନାଙ୍କ ପରିବାର ସହିତ ବନ୍ଧୁ ବାନ୍ଧବ ଗହଣରେ ହିନ୍ଦୁ ଧର୍ମ ର ରୀତିନୀତି ଅନୁସାରେ ନିର୍ବନ୍ଧ କାମ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି ।

ଜନ୍ମ ମାଟି ବଲାସିଂଘାରୁ ଜର୍ମାନୀର ବୈଜ୍ଞାନିକ ହୋଇଥିବା ଶେଷ କିସାନ ନିଟକରେ ଓଡ଼ିଶାକୁ ଫେରିଥିଲେ। ତାଙ୍କ ଜୀବନ ସଂଘର୍ଷ କାହାଣୀ ସମସ୍ତଙ୍କୁ ପ୍ରେରଣା ଦେଲା ଭଳି । ଜଣେ ସାଧାରଣ ଗାଈ ଚରାଳିରୁ ସେ ନିଜ ନିଷ୍ଠା, ପରିଶ୍ରମ ଏବଂ ଶିକ୍ଷା ବଳରେ ବୈଜ୍ଞାନିକ ହେବା ସହ ଡକ୍ଟରେଟ ମଧ୍ୟ ଲାଭ କରିଛନ୍ତି । ସେ ଜର୍ମାନୀର ଗୋଟିନ୍ ଜେନ୍ ବିଶ୍ୱ ବିଦ୍ୟାଳୟରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି । ଏବେ ନିଜ ଜନ୍ମମାଟି ଓଡ଼ିଶା ପାଇଁ କିଛି କରିବାକୁ ଚାହୁଁଛନ୍ତି ।
ଅତି ଛୋଟ ବେଳୁ ପରିବାରର ସମସ୍ତଙ୍କୁ ହରାଇ ନିଘଞ୍ଚ ଜଙ୍ଗଲ ଭିତରେ ଦିନ ବିତାଉଥିଲେ । ହେଲେ ପରିଶ୍ରମୀକୁ ଭଗବାନ ହିଁ ସାହା ହୁଅନ୍ତି । ଅନ୍ୟର ସହାୟତାରେ ନିଜକୁ ଜଣେ ଗାଈ ଚରାଳିରୁ ବୈଜ୍ଞାନିକରେ ପରିଣତ କରିଦେଲେ ଶେଷଦେବ । ଜର୍ମାନରେ ଥାଇ ମଧ୍ୟ ନିଜ ଗାଁ ଆଖପାଖ ଅଂଚଳର ୧୭୦ ଜଣ ଗରିବ ପିଲାଙ୍କୁ ପାଠ ପଢ଼ାଇଛନ୍ତି । ନିଜ ଖର୍ଚ୍ଚରେ ଶିକ୍ଷକ ନିଯୁକ୍ତ କରାଇ ସେମାନଙ୍କ ଶିକ୍ଷାର ଦାୟିତ୍ୱ ନେଇଛନ୍ତି । ନିଜ ପିଲାଦିନର କଷ୍ଟ କଥା ବୁଝିଛନ୍ତି ଏଇ ଯୁବ ବୈଜ୍ଞାନିକ । ସେଥିଲାଗି ମାଟି ମା’ର ମୋହରେ ଫେରିଛନ୍ତି ଓଡ଼ିଶାକୁ । ଆଉ ଏଇଠୁ ଜୀବନ ସାଥୀ ପାଇ ଘରସଂସାର କରିବାକୁ ଯାଉଛନ୍ତି ।

 

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

7 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

16 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

19 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

53 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

55 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago