ରାଜ୍ୟ

ଏମସିଏ ପାଠ ପଢି ଚାକିରୀ ଛାଡି ରାଜନୀତିରେ ପାଦ ଥାପିଲେ ଆଦିବାସୀ ଯୁବତୀ

ଗୁଣୁପୁର(କେନ୍ଯୁଜ୍): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବହୁ ଶିକ୍ଷିତ ଯୁବକ ଯୁବତୀ । କେହି ଇଂଜିନିଅରିଂ ପାଠ ପଢି ରାଜନୀତି ମଇଦାନକୁ ଓହ୍ଲାଉ ଥିବାବେଳେ ଆଉ କେହି ଡାକ୍ତର ପରି ପେଶାକୁ ପଛରେ ପକାଇ ରାଜନୀତି ନିଶାରେ ମାତିଛନ୍ତି । ତେବେ ଏଭଳି ରେସରେ ଯୋଡି ହୋଇଛନ୍ତି ଆଉ ଜଣେ ଆଦିବାସୀ ଉଚ୍ଚ ଶିଖିତା ଯୁବତୀ। ଯିଏକି ଏମ ସି ଏ ପାଠ ପଢି ଏକ ଘରୋଇ କମ୍ପାନୀର ଚାକିରୀରୁ ଇସ୍ତଫା ଦେଇ ରାଜନୀତିରେ ପାଦ ଥାପିଛନ୍ତି ।

ରାମାନାଗୁଡା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରୀ ଗ୍ରାମର ଉଚ୍ଚ ଶିକ୍ଷିତା ଯୁବତୀ ଜଣକ ହେଲେ ସସ୍ମିତା ଗମାଙ୍ଗ ।ଗୁଣୁପୁର୍ ସ୍ଥିତ ଏକ ବୈଷୟିକ ବିଦ୍ୟାଳୟରୁ ଏମ ସି ଏ ପାଠ ସାରି ଭୁବନେଶ୍ୱର ସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ ।କିନ୍ତୁ ରାଜନୀତି ପ୍ରତି ଅହେତୁକ ଦୁର୍ବଳତା ଥିବାରୁ ବର୍ତମାନ ଚାକିରିରୁ ଇସ୍ତଫା ଦେଇ ରାମାନାଗୁଡା ବ୍ଲକ ଖ ଜୋନ୍ ରୁ ଜିଲ୍ଲା ପରିଷଦ ଆସନ ପାଇଁ କଂଗ୍ରେସ ପକ୍ଷରୁ ଗୁଣୁପୁର୍ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରି  ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି ।

ଆଗାମୀ ଦିନରେ ଲୋକଙ୍କ ସେବା କରିବା ସହ ଆଂଚଳିକ ସମସ୍ୟା ପ୍ରତି ଗୁରୁତ୍ୱ ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷିତ ଯୁବତୀ ଜଣକ । ନିର୍ବାଚନ ଲଢ଼ୁଥିବାରୁ ବେଶ ଗର୍ବିତ ଥିବା ଗାଁ ଲୋକ କହିଛନ୍ତି। ଅପରପକ୍ଷେ ଚଳିତ ତ୍ରିସ୍ତରୀୟ ପଂଚାୟତରେ ଅନେକ ଶିଖିତ ପାର୍ଥୀ ନିର୍ବାଚନକୁ ଓହ୍ଲାଇଛନ୍ତି । ତେଣୁ ଏହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଶୁଭଙ୍କର ବୋଲି ପ୍ରକାଶ କରିଛନ୍ତି ରାଜନୈତିକ ସମୀକ୍ଷକ ।

 

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

23 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

25 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago