ରାଜ୍ୟ

ମାଲକାନଗିରିରେ ହୋମ୍ ଡେଲିଭରିର ସୁବିଧା ଯୋଗାଛନ୍ତି ଯୁବପିଢୀ, ‘ଗୋ ଫଟା ଫଟ’ରେ ଅର୍ଡର ଦେଲେ ଘରେ ପହଁଚୁଛି ଆବଶ୍ଯକ ସାମଗ୍ରୀ

ମାଲକାନଗିରି: କରୋନା କାହାର କରିଛି ସର୍ବନାଶ ତ ଆଉ କାହାର କରିଛି ପୁଷ ମାସ। ନିଜ ଗୋଡ଼ରେ ନିଜେ କିଭଳି ଆତ୍ମ ନିର୍ଭରଶୀଳ ହେବ ତାହା ଶିଖାଇ ଦେଇଛି କରୋନା।ସତରେ କିଛି ଯୁବପିଢୀ ପାଇଁ କରୋନା ଦେଖାଇଛି ନୂଆ ରାହା । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲାରେ। ୫୦ଜଣ ଯୁବବର୍ଗ ମିଳି ମିଶି ଏକାଠି ହୋଇ ଚିନ୍ତା କଲେ କିଛି ଗୋଟେ ଅଲଗା କରିବେ ଏହି ଉପାନ୍ତ ଅଞ୍ଚଳରେ। ସେହି ଅଲଗା କରିବାର ଚିନ୍ତାଧାର ସେମାନଙ୍କୁ ଆଜି ପୁରା ଜିଲ୍ଲାରେ ପରିଚୟ କରିପାରିଛି।’ଗୋ ଫଟା ଫଟ’ ଏହି ଇ କମର୍ସ ୱେବସାଇଟ ପ୍ରସ୍ତୁତ କରି ଲକ୍ ଡାଉନ୍ ସମୟରେ ଲୋକଙ୍କ ପାଖରେ ସମସ୍ତ ପ୍ରକାର ସମାଗ୍ରୀ ଯୋଗାଉଛନ୍ତି ଗୋବିନ୍ଦପାଲ୍ଲୀର କିଛି ଯୁବ ପିଢୀ।

କହିବାକୁ ଗଲେ ମାଲକାନଗିରିର କିଛି ଯବକ ଯୁବତୀ ଯୋଗାଇଥାନ୍ତି ହୋମ୍ ଡେଲିଭରିର ସୁବିଧା। ବ୍ୟସ୍ତ ବହୁଳ ଜୀବନ ରେ ମୋବାଇଲ ଓ ଇଣ୍ଟରନେଟ୍ ସମସ୍ତଙ୍କୁ ବାନ୍ଧି ରଖିଛି। କରୋନା ମହାମାରୀ ସମୟରେ ଆବଶ୍ଯକତାକୁ ପାଥେୟ କରି ଯୁବପିଢୀ ଇଣ୍ଟରନେଟ୍ ସାହାଯ୍ଯରେ ପ୍ରସ୍ତୁତ କଲେ ଏକ ୱେବ୍ ସାଇଟ। ଯାହାର ନାଁ ରଖିଲେ ଗୋ ଫଟା ଫଟ ଗୋ। ଏହି ୱେବସାଇଟଟି କେବଳ ମାଲକାନଗିରି ଜିଲ୍ଲା ବାସୀଙ୍କ ପାଇଁ ତିଆରି କରି ସମସ୍ତ ପ୍ରକାର ଆବଶ୍ୟକୀୟ ସାମଗ୍ରୀ ଏବେ ଅର୍ଡର କଲେ ଗ୍ରାହକ ପାଇଁ ପାରୁଛନ୍ତି ନିଜ ଘରେ। ଅଳ୍ପ ସମୟରେ ଅର୍ଡର କଲେ ମିଳୁଛି ସାମଗ୍ରୀ।

କିନ୍ତୁ ଲୋକଙ୍କ ଚାହିଦା ଅନୁସାରେ ଆଗକୁ ଅନ୍ୟ ଜିଲ୍ଲାକୁ ମଧ୍ୟ ସୁଲଭ ମୂଲ୍ୟରେ ସମସ୍ତ ସାମଗ୍ରୀ ଯୋଗାଇ ଦେବାକୁ ରହିଛି ଏହି ଯୁବପୀଢିଙ୍କ ଯୋଜନା। ଲକ ଡାଉନ ସମୟରେ ଅତି ଆବଶ୍ୟକ ନ ଥିଲେ କେହି ଘରୁ ବାହାରିବାକୁ ମନା ଥିଲା। ସେହି ସମୟରେ ଲୋକଙ୍କ ପାଖରେ ଆବଶ୍ୟକ ମୁତାବକ ସାମଗ୍ରୀ ପହଞ୍ଚାଉ ଥିବା ଏହି ସ୍ଥାନୀୟ ଅଞ୍ଚଳର ଇ କମର୍ସ ୱେବସାଇଟ ଏବେ ବେଶ୍ ପ୍ରଶଂସା ସାଉଁଟୁଥିବା ବେଳେ ପ୍ରାୟ ୫୦ରୁ ଅଧିକ ଯୁବକ ଯୁବତୀ ଏହି ୱେବସାଇଟ୍ ପାଇଁ ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଲକ୍ ଡାଉନ୍ ସମୟରେ ଗୋ ଫଟା ଫଟ ଗୋ ଲୋକଙ୍କ ଅତି ନିକଟର ହୋଇ ପାରିଛି ୧ ୱେବସାଇଟ ର ନାଁ ଭଳି ଫଟା ଫଟ ଲୋକଙ୍କ ପାଖରେ ଅର୍ଡର ସାମଗ୍ରୀ ମଧ୍ୟ ପହଞ୍ଚାଇ ଥାନ୍ତି ଏଠାରେ କାମକରୁଥିବା ଡେଲିଭର ବୟ। ତେଣୁ ସଂସ୍ଥା ଏବେ ଜିଲ୍ଲାରେ ବେଶ୍ ଭରଷାଯୋଗ୍ଯ ମଧ୍ଯ ହୋଇପାରିଛି ।

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

29 seconds ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

9 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

25 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

58 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

60 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago