ମାଲକାନଗିରିରେ ହୋମ୍ ଡେଲିଭରିର ସୁବିଧା ଯୋଗାଛନ୍ତି ଯୁବପିଢୀ, ‘ଗୋ ଫଟା ଫଟ’ରେ ଅର୍ଡର ଦେଲେ ଘରେ ପହଁଚୁଛି ଆବଶ୍ଯକ ସାମଗ୍ରୀ

ମାଲକାନଗିରି: କରୋନା କାହାର କରିଛି ସର୍ବନାଶ ତ ଆଉ କାହାର କରିଛି ପୁଷ ମାସ। ନିଜ ଗୋଡ଼ରେ ନିଜେ କିଭଳି ଆତ୍ମ ନିର୍ଭରଶୀଳ ହେବ ତାହା ଶିଖାଇ ଦେଇଛି କରୋନା।ସତରେ କିଛି ଯୁବପିଢୀ ପାଇଁ କରୋନା ଦେଖାଇଛି ନୂଆ ରାହା । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲାରେ। ୫୦ଜଣ ଯୁବବର୍ଗ ମିଳି ମିଶି ଏକାଠି ହୋଇ ଚିନ୍ତା କଲେ କିଛି ଗୋଟେ ଅଲଗା କରିବେ ଏହି ଉପାନ୍ତ ଅଞ୍ଚଳରେ। ସେହି ଅଲଗା କରିବାର ଚିନ୍ତାଧାର ସେମାନଙ୍କୁ ଆଜି ପୁରା ଜିଲ୍ଲାରେ ପରିଚୟ କରିପାରିଛି।’ଗୋ ଫଟା ଫଟ’ ଏହି ଇ କମର୍ସ ୱେବସାଇଟ ପ୍ରସ୍ତୁତ କରି ଲକ୍ ଡାଉନ୍ ସମୟରେ ଲୋକଙ୍କ ପାଖରେ ସମସ୍ତ ପ୍ରକାର ସମାଗ୍ରୀ ଯୋଗାଉଛନ୍ତି ଗୋବିନ୍ଦପାଲ୍ଲୀର କିଛି ଯୁବ ପିଢୀ।

go fata fat goକହିବାକୁ ଗଲେ ମାଲକାନଗିରିର କିଛି ଯବକ ଯୁବତୀ ଯୋଗାଇଥାନ୍ତି ହୋମ୍ ଡେଲିଭରିର ସୁବିଧା। ବ୍ୟସ୍ତ ବହୁଳ ଜୀବନ ରେ ମୋବାଇଲ ଓ ଇଣ୍ଟରନେଟ୍ ସମସ୍ତଙ୍କୁ ବାନ୍ଧି ରଖିଛି। କରୋନା ମହାମାରୀ ସମୟରେ ଆବଶ୍ଯକତାକୁ ପାଥେୟ କରି ଯୁବପିଢୀ ଇଣ୍ଟରନେଟ୍ ସାହାଯ୍ଯରେ ପ୍ରସ୍ତୁତ କଲେ ଏକ ୱେବ୍ ସାଇଟ। ଯାହାର ନାଁ ରଖିଲେ ଗୋ ଫଟା ଫଟ ଗୋ। ଏହି ୱେବସାଇଟଟି କେବଳ ମାଲକାନଗିରି ଜିଲ୍ଲା ବାସୀଙ୍କ ପାଇଁ ତିଆରି କରି ସମସ୍ତ ପ୍ରକାର ଆବଶ୍ୟକୀୟ ସାମଗ୍ରୀ ଏବେ ଅର୍ଡର କଲେ ଗ୍ରାହକ ପାଇଁ ପାରୁଛନ୍ତି ନିଜ ଘରେ। ଅଳ୍ପ ସମୟରେ ଅର୍ଡର କଲେ ମିଳୁଛି ସାମଗ୍ରୀ।

home deliveryକିନ୍ତୁ ଲୋକଙ୍କ ଚାହିଦା ଅନୁସାରେ ଆଗକୁ ଅନ୍ୟ ଜିଲ୍ଲାକୁ ମଧ୍ୟ ସୁଲଭ ମୂଲ୍ୟରେ ସମସ୍ତ ସାମଗ୍ରୀ ଯୋଗାଇ ଦେବାକୁ ରହିଛି ଏହି ଯୁବପୀଢିଙ୍କ ଯୋଜନା। ଲକ ଡାଉନ ସମୟରେ ଅତି ଆବଶ୍ୟକ ନ ଥିଲେ କେହି ଘରୁ ବାହାରିବାକୁ ମନା ଥିଲା। ସେହି ସମୟରେ ଲୋକଙ୍କ ପାଖରେ ଆବଶ୍ୟକ ମୁତାବକ ସାମଗ୍ରୀ ପହଞ୍ଚାଉ ଥିବା ଏହି ସ୍ଥାନୀୟ ଅଞ୍ଚଳର ଇ କମର୍ସ ୱେବସାଇଟ ଏବେ ବେଶ୍ ପ୍ରଶଂସା ସାଉଁଟୁଥିବା ବେଳେ ପ୍ରାୟ ୫୦ରୁ ଅଧିକ ଯୁବକ ଯୁବତୀ ଏହି ୱେବସାଇଟ୍ ପାଇଁ ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଲକ୍ ଡାଉନ୍ ସମୟରେ ଗୋ ଫଟା ଫଟ ଗୋ ଲୋକଙ୍କ ଅତି ନିକଟର ହୋଇ ପାରିଛି ୧ ୱେବସାଇଟ ର ନାଁ ଭଳି ଫଟା ଫଟ ଲୋକଙ୍କ ପାଖରେ ଅର୍ଡର ସାମଗ୍ରୀ ମଧ୍ୟ ପହଞ୍ଚାଇ ଥାନ୍ତି ଏଠାରେ କାମକରୁଥିବା ଡେଲିଭର ବୟ। ତେଣୁ ସଂସ୍ଥା ଏବେ ଜିଲ୍ଲାରେ ବେଶ୍ ଭରଷାଯୋଗ୍ଯ ମଧ୍ଯ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.