କେନ୍ଦୁଝର ଜିଲ୍ଲାରେ ବିଦ୍ୟୁତର ଅଭାବ ପୂରଣ କରିଛି ସୋଲାର ଲାଇଟ୍, ଯାହା ଦ୍ୱାରା ଉପକୃତ ହୋଇପାରିଛନ୍ତି ପାଖାପାଖି ୫ ଲକ୍ଷ ଲୋକେ

କେନ୍ଦୁଝର: କୁହାଯାଏ ଯେ ସୂର୍ଯ୍ଯ ହେଉଛନ୍ତି ସକଳ ଶକ୍ତିର ଆଧାର। ମାତ୍ର ସୂର୍ଯ୍ଯ ବୁଡିଗଲେ ଅନ୍ଧାର ଘୋଟି ଆସୁଥିବା ସେଇ ଇଲାକାର ଲୋକଙ୍କ ମୁଁହରେ ଏବେ ହସ ଦେଖିବାକୁ ମିଳିଛି । ଅନ୍ଧାରକୁ ଭେଦ କରି ସୋଲାର ଲାଇଟ ଏବେ ସେମାନଙ୍କ ଜୀବନର ଗତିକୁ ବଦଳାଇ ଦେଇଥିବା ସହ ମୁଁହରେ ହସ ଖେଳାଇଦେଇଛି ।

କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମଏଫର ଆର୍ଥିକ ସହାୟତାରେ ଜିଲ୍ଲା ପ୍ରଶାସନ ତରଫରୁ ଖଣି ପ୍ରଭାବିତ ଗ୍ରାମ ମାନଙ୍କରେ ସୌରଚାଳିତ  ଆଲୋକ ବା ଷ୍ଟ୍ରିଟ୍ ଲାଇଟ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ପ୍ରାୟ ପାଞ୍ଚ ଲକ୍ଷ ଲୋକ ଉପକୃତ ହୋଇପାରୁଥିବା ସହ ରାସ୍ତାରେ ଉଜ୍ୱଳ ଆଲୋକ ଯୋଗୁଁ ସନ୍ଧ୍ୟା ପରେ ମହିଳାମାନେ ଗାଁ କୂଅରୁ ପାଣି ଆଣିବା , ଏକତ୍ରିତ ହୋଇ ପିଲାମାନେ ପାଠ ପଢିପାରିବା, ଗ୍ରାମ ମନ୍ଦିରକୁ ଯାଇ ପ୍ରାର୍ଥନା ବା ସନ୍ଧ୍ୟା ଦୀପ ଦେଇପାରିବା କାମ ସହଜରେ ଏବଂ ର୍ନିଭୟ ସହକାରେ କରିପାରୁଛନ୍ତି  ।

studentକେନ୍ଦୁଝର ଜିଲ୍ଲାର ଯୋଡା, ଚମ୍ପୁଆ, ହରିଚନ୍ଦନପୁର , ବାଂଶପାଳ , ହାଟଡିହି, ଝୁମ୍ପୁରା, ସଦର ଆଦି ସାତଗୋଟି ବ୍ଲକରେ ଏହି ସୋଲାର ଲାଇଟ ସ୍ଥାପନା କରାଯାଇଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମଏଫ ତରଫରୁ ୨୫ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୧ ହଜାର ସୋଲାର ଲାଇଟ କରାଯାଇଥିବା ସୂଚନା ମିଳିଛି । ଡିଏମଏଫ-ସୋଲାର ଷ୍ଟ୍ରିଟ୍ ଲାଇଟ ନାମରେ ଏହି ଯୋଜନା ଏବେ ଖଣି ପ୍ରଭାବିତ ଲୋକଙ୍କ ବେଶ କାମରେ ଆସୁଥିବା ବେଳେ ଏହି ଗ୍ରାମର ଲୋକଙ୍କ ଜୀବନର ମାନକୁ ଅଧିକ ଉନ୍ନତ କରିପାରିଥିବା ଜଣାପଡିଛି ।

solarଅତ୍ୟାଧୁନିକ ସୋଲାର ଫଟୋ ଭୋଲାଟିଲକ ସିଷ୍ଟମର ଏହି ଲାଇଟ ଉନ୍ନତ ତଥା ଅତ୍ୟାଧୁନିକ କୌଶଳରେ ନିର୍ମିତ ହୋଇଥିବା ବେଳେ ମନିଟର ସେନସର ମାଧ୍ୟମରେ ଏହାକୁ ସଂଯୋଗ କରାଯାଇଥିବାରୁ ଏହା ବିଭିନ୍ନ ଦିଗକୁ ତାର ମୋଡ ବଦଳାଇବା ସହିତ ଅଧିକ ଉଜ୍ୱଳ ଆଲୋକ ପ୍ରଦାନ କରିପାରିବ । ଏଠାରେ ସଂଯୋଗ ସଂଯୋଗ ହୋଇଥିବା ବ୍ୟାଟେରି ଏବଂ ଏଲଇଡି ଲାଇଟ ଖ୍ୟାତନାମା କମ୍ପାନୀର , ଯାହାକି ଦୀର୍ଘଦିନ ପର୍ଯ୍ଯନ୍ତ ଯାଇପାରିବ ଏବଂ ବର୍ଷା ଦିନେ ମଧ୍ୟ ଆଲୋକର ଚାହିଦା ପୂରଣ କରିପାରିବ । ଦିନରେ କର୍ମକ୍ରାନ୍ତ ତଥା ଖଣି ଖାଦନରେ ଖଟି ଘରକୁ ଫେରିଥିବା ପରିଶ୍ରମୀ ମଣିଷ ସନ୍ଧ୍ୟା ପରେ ଗାଁକୁ ଆସି ଯେକୌଣସି ଆଧ୍ୟାତ୍ମିକ ବା ନିଜ ମଧ୍ୟରେ ଗ୍ରାମ ବିକାଶର ଆଲୋଚନା କରିପାରିବେ । ଏହା ସହିତ ରାତିର ଅନ୍ଧକାର ମଧ୍ୟରେ ଯେ କୌଣସି ଖେଳ ମଧ୍ୟ ଏହି ଡିଏମଏଫ ସୋଲାର ଷ୍ଟ୍ରିଟ ଲାଇଟ ଯୋଗୁଁ ଖେଳିପାରିବେ । ଏସମସ୍ତ ସୁବିଧା ଏହି ସୋଲାର ଲାଇଟ ଯୋଗୁଁ ସମ୍ଭବ ହୋଇପାରଥିବାରୁ ଏଠାକାର ବାସିନ୍ଦା ଏହାକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.