ରାଜ୍ୟ

କଲେରା ସ୍ଥିତି ଅଣାୟତ୍ତ: ହଇଜା ନେଲା ଆଉ ଏକ ଜୀବନ

ରାଉରକେଲା (କେନ୍ୟୁଜ): କଲେରା ଆକ୍ରାନ୍ତଙ୍କ ସଂଖ୍ୟା କମ ହେଉଥିବା ପ୍ରଶାସନ ତରଫରୁ କୁହାଯାଉଥିବା ବେଳେ ଏବେ ମଧ୍ୟ ସ୍ଥିତି ଚିନ୍ତା ଜନକ ରହିଛି। ହଇଜା ନେଇଛି ଆଉ ଏକ ମୁଣ୍ଡ। ମୃତକ ହେଲେ ପଙ୍କଜ ମଣ୍ଡଳ। ତାଙ୍କର ବୟସ ୪୪ ବର୍ଷ। ପଙ୍କଜଙ୍କୁ ମିଶାଇ ଆଜି ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି।

ଗତକାଲି ରାତିରେ ଜେପି ହସ୍ପିଟାଲରେ ଜଣେ ୪୨ ବର୍ଷୀୟ ଯୁବକ ପଙ୍କଜ ମଣ୍ଡଳଙ୍କ କଲେରାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ମଧ୍ୟ କଲେରା ଆକ୍ରାନ୍ତ ମାନେ ହସ୍ପିଟାଲରେ ଆସି ଭର୍ତ୍ତି ହେଉଛନ୍ତି। କଲେରା ବ୍ୟାପିବା ୧୦ ଦିନ ହୋଇ ଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣଧୀନ ହୋଇ ପାରିନାହିଁ। ରାଉରକେଲା ସରକାରୀ ହସ୍ପିଟାଲରେ ଶୁକ୍ରବାର ଦିନ କଲେରା ନିୟନ୍ତ୍ରଣ ବାବଦରେ ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଧିକାରୀ , ଆରଜିଏଚ କର୍ତ୍ତୃପକ୍ଷ , କଟକ , ଭୁବନେଶ୍ୱରରୁ ଆସିଥିବା ଡାକ୍ତରୀ ଟିମ୍ ସାମିଲ ଥିଲେ। ସହରରେ କଲେରା ନିୟନ୍ତ୍ରଣଧୀନ ଅଛି ଏବଂ ଖୁବ ଶୀଘ୍ର ରାଉରକେଲାର ଜୀବନ ଯାତ୍ରା ସାମାନ୍ୟ ସ୍ତରକୁ ଆସିଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଡକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି।

Barsha

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

4 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

58 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago