ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସହିଦ ନଗର ଥାନା ଅଞ୍ଚଳରେ ଜଣେ ଯୁବକର ଆତ୍ମହତ୍ୟା ନେଇ ଚର୍ଚ୍ଚା ଚାଲିଛି । ୟୁନିଟ୍-୯ ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରେମିକା ପାଇଁ ମୋବାଇଲ୍ରେ ଲାଇଭ୍ କରି ଆତ୍ମହତ୍ୟା କରିଛି ବୋଲି କୁହାଯାଉଛି । ପୋଲିସ ଦେଇଥିବା ସୂଚନା ଅନୁସାରେ ଗତକାଲି ରାତିରେ ଦୀପକ ଭଞ୍ଜ ନାମକ ଜଣେ ଯୁବକ ୟୁନିଟ୍-୯ ସ୍ଥିତ ଜଣେ ସମ୍ପର୍କୀୟଙ୍କ ସରକାରୀ କ୍ୱାର୍ଟରରେ ଅନ୍ୟ ଦିନମାନଙ୍କ ଭଳି ଗତକଲି ମଧ୍ୟ ଆସି ରହିଥିଲେ। କିନ୍ତୁ ପୋଲିସ ଆଗରେ ସମ୍ପର୍କୀୟ ଯାହା କହିଥିଲେ ସେ ଅନୁସାରେ,ସେମାନେ ଘରେ ନଥିବା ବେଳେ ଦୀପକ ନିଜ ପ୍ରେମିକାକୁ ଫୋନ କରି କହିଲେ ଏବଂ ଫୋନ୍ରେ ଲାଇଭ୍ କରି ଆତ୍ମହତ୍ୟା କରିଥିଲେ। ସେ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ ।
ଯାହା ଚର୍ଚ୍ଚା ହେଉଛି ଦୀପକ ଓ ତାଙ୍କ ପ୍ରେମିକା ଭିତରେ ସେମିତି କିଛି ଘଟଣା ଘଟିଛି ଯେଉଁଥି ପାଇଁ ସେ ମାନସିକ ଆଘାତ ପାଇ ଆତ୍ମହତ୍ୟା କରି ଦେଲେ । ତେବେ ଏ ନେଇ ସମ୍ପର୍କୀୟମାନେ ସିଧାସଳଖ କିଛି କହି ନାହାନ୍ତି । ଯଦି ଏଭଳି ଘଟି ନାହିଁ ତେବେ ଘଟଣା ପଛରେ ଅନ୍ୟ କଣ ରହସ୍ୟ ରହିଛି ସେ କଥା ଦୀପକ ଭଞ୍ଜଙ୍କ ମୋବାଇଲ୍ରୁ ଜଣାପଡ଼ିବ ବୋଲି ଆଶା କରାଯାଉଛି । କାରଣ ଏହା ସତ ଯେ ଦୀପକଙ୍କର ମୃତ୍ୟୁ ହୋଇଛି ।
ଏପଟେ ପୁଅର ମୃତ୍ୟୁକୁ ନେଇ ପରିବାର ଲୋକେ ସହିଦ ନଗର ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡ଼ିଛି । ଦୀପକ ଆତ୍ମହତ୍ୟା କରିଥିବା ସ୍ଥାନଟି ଯେହେତୁ ପୋଲିସ କ୍ୱାର୍ଟର, ତେଣୁ ଘଟଣାଟି ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି । ଏହାର ତଦନ୍ତ ହେଲେ ଦୀପକ ମୃତ୍ୟୁ ଉପରୁ ପରଦା ହଟି ପାରିବ ।
ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…
ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…
ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…
ବାଲେଶ୍ୱର (କେନ୍ୟୁଜ୍): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…
ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…
କେନ୍ୟୁଜ୍: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…