ଭୁବନେଶ୍ୱର : ଫୋନ୍‌ରେ ଲାଇଭ୍‌ କରି ଆତ୍ମହତ୍ୟା କଲେ ଯୁବକ !

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସହିଦ ନଗର ଥାନା ଅଞ୍ଚଳରେ ଜଣେ ଯୁବକର ଆତ୍ମହତ୍ୟା ନେଇ ଚର୍ଚ୍ଚା ଚାଲିଛି । ୟୁନିଟ୍-୯ ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରେମିକା ପାଇଁ ମୋବାଇଲ୍‌ରେ ଲାଇଭ୍‌ କରି ଆତ୍ମହତ୍ୟା କରିଛି ବୋଲି କୁହାଯାଉଛି । ପୋଲିସ ଦେଇଥିବା ସୂଚନା ଅନୁସାରେ ଗତକାଲି ରାତିରେ ଦୀପକ ଭଞ୍ଜ ନାମକ ଜଣେ ଯୁବକ ୟୁନିଟ୍-୯ ସ୍ଥିତ ଜଣେ ସମ୍ପର୍କୀୟଙ୍କ ସରକାରୀ କ୍ୱାର୍ଟରରେ ଅନ୍ୟ ଦିନମାନଙ୍କ ଭଳି ଗତକଲି ମଧ୍ୟ ଆସି ରହିଥିଲେ। କିନ୍ତୁ ପୋଲିସ ଆଗରେ ସମ୍ପର୍କୀୟ ଯାହା କହିଥିଲେ ସେ ଅନୁସାରେ,ସେମାନେ ଘରେ ନଥିବା ବେଳେ ଦୀପକ ନିଜ ପ୍ରେମିକାକୁ ଫୋନ କରି କହିଲେ ଏବଂ ଫୋନ୍‌ରେ ଲାଇଭ୍‌ କରି ଆତ୍ମହତ୍ୟା କରିଥିଲେ। ସେ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ ।

DEADBODY

ଯାହା ଚର୍ଚ୍ଚା ହେଉଛି ଦୀପକ ଓ ତାଙ୍କ ପ୍ରେମିକା ଭିତରେ ସେମିତି କିଛି ଘଟଣା ଘଟିଛି ଯେଉଁଥି ପାଇଁ ସେ ମାନସିକ ଆଘାତ ପାଇ ଆତ୍ମହତ୍ୟା କରି ଦେଲେ । ତେବେ ଏ ନେଇ ସମ୍ପର୍କୀୟମାନେ ସିଧାସଳଖ କିଛି କହି ନାହାନ୍ତି । ଯଦି ଏଭଳି ଘଟି ନାହିଁ ତେବେ ଘଟଣା ପଛରେ ଅନ୍ୟ କଣ ରହସ୍ୟ ରହିଛି ସେ କଥା ଦୀପକ ଭଞ୍ଜଙ୍କ ମୋବାଇଲ୍ରୁ ଜଣାପଡ଼ିବ ବୋଲି ଆଶା କରାଯାଉଛି । କାରଣ ଏହା ସତ ଯେ ଦୀପକଙ୍କର ମୃତ୍ୟୁ ହୋଇଛି ।

ଏପଟେ ପୁଅର ମୃତ୍ୟୁକୁ ନେଇ ପରିବାର ଲୋକେ ସହିଦ ନଗର ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡ଼ିଛି । ଦୀପକ ଆତ୍ମହତ୍ୟା କରିଥିବା ସ୍ଥାନଟି ଯେହେତୁ ପୋଲିସ କ୍ୱାର୍ଟର, ତେଣୁ ଘଟଣାଟି ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି । ଏହାର ତଦନ୍ତ ହେଲେ ଦୀପକ ମୃତ୍ୟୁ ଉପରୁ ପରଦା ହଟି ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.