Below header

ବର୍ଷେ ପରେ ଡ୍ରଗ୍ସ ଲିଙ୍କ କେଶରେ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ବସ୍ତି, ଚାଲୁ ହେବ ସମସ୍ତ ବ୍ୟାଙ୍କ ଆକାଉଣ୍ଟ

ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କୁ ଆଶ୍ୱସ୍ତି । ରିୟାଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଫ୍ରିଜ ବା ଚାଲୁ କରିବାକୁ NDPS ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରିୟାଙ୍କ ଲ୍ୟାପଟପ ଏବଂ ମୋବାଇଲ ଫେରାଇବାକୁ କୋର୍ଟ କହିଛନ୍ତି । ୨୦୨୦ ସେପ୍ଟେମ୍ବର ୮ ତାରିଖରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ଲିଙ୍କ ମାମଲାରେ ରିୟାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ତାଙ୍କୁ ଜାମିନ ମିଳିଥିଲା ।

ସୂଚନା ଦେବା ଉଚିତ ହେବକି ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପରେ ଡ୍ରଗ୍ସ ଲିଙ୍କ ନେଇ ଅନେକ କଥା ଉଠିଥିଲା । ସୁଶାନ୍ତଙ୍କ ବାନ୍ଧବୀ ଡ୍ରଗ୍ସ କାରବାର କରୁଛନ୍ତି ବୋଲି ଧରା ପଡିବା ପରେ ତାଙ୍କୁ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା । ସେପ୍ଟେମ୍ବର ମାସରେ ରିଆ ଗିରଫ ହୋଇଥିବା ବେଳେ ପରେ ତାଙ୍କୁ ଜାମିନ ମିଳିଥିଲା । ସେସମୟରେ ଏହି କଥାକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଥିଲା । ତାଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ବ୍ଲକ କରାଯିବା ସହ ରିଆଙ୍କ ମୋବାଇଲ ଓ ଲାପଟପକୁ ଜବତ କରିଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.