ଟେକ୍

ଡ୍ରେସ ଆଇରନ ଓ ଫୋଲ୍ଡ କରିବା ପାଇଁ ଆସିଲା ଦମଦାର ମେସିନ୍‌, ଜାଣନ୍ତୁ କିପରି କରିବେ ବ୍ୟବହାର

ବର୍ତ୍ତମାନ ଅନେକ ଘରୋଇ ଜିନିଷ ଗୁଡ଼ିକୁ ସ୍ମାର୍ଟ ଉପାୟରେ ବ୍ୟବହାର କରାଯାଉଛି । ଯେପରିକି ରୋବଟ୍ ଭାକ୍ୟୁମ୍ କ୍ଲିନର୍ ଏବଂ ୱାଶିଂ ମେସିନ୍ । କିନ୍ତୁ ଡ୍ରେସକୁ ଆଇରନ କରିବା ଏବଂ ଫୋଲ୍ଡିଂ କରିବା ଏବେ ବି ଏକ କଷ୍ଟ କାମ । ଏହି ସମସ୍ୟାର ସମାଧାନ ପାଇଁ ଏକ ଷ୍ଟାର୍ଟଅପ୍ କମ୍ପାନୀ କିଛି ନୂଆ ଟେକନିକ୍‌ ବାହାର କରିଛି ଯାହା ଦ୍ୱାରା ଆପଣ ନିଜ ଡ୍ରେସକୁ ଆଇରନ କରିବା ସହ ଫୋଲ୍ଡିଂ କରି ପାରିବେ । ଏହା ଦ୍ୱାରା ସହଜରେ ଳୁଗା ଆଇରନ ହେବ ଏବଂ ଫୋଲ୍ଡ ହେବ । ତେବେ ଆସନ୍ତୁ ଜାଣିବା ଏପରି କେଉଁ ମେସିନ ଅଛି ଯାହା ଦ୍ୱାରା ଆପଣଙ୍କ କାମ ସହଜ ହୋଇଯିବ ।

Foldimate ହେଉଛି ଏକ ରୋବଟ୍ ଯାହା ଡ୍ରେସକୁ ଆଇରନ କରିବା ଏବଂ ଫୋଲ୍ଡ୍ କରିବାରେ ସାହାଯ୍ୟ କରେ । ଏହାକୁ ଫୋଲ୍ଡିମେଟ୍ ନାମକ ଏକ କମ୍ପାନୀ ପ୍ରସ୍ତୁତ କରିଛି । ଏହି ମେସିନ୍ ୨୪୦ ୟୁରୋ ଅର୍ଥାତ୍ ପ୍ରାୟ ୨୨,୬୧୨ ଟଙ୍କାରେ ମିଳିଯିବ । ଫୋଲ୍ଡିମେଟ୍ ର ପ୍ରଥମ ପ୍ରୋଟୋ ଟାଇପ୍‌ ୨୦୧୮ରେ CES ରେ ଦେଖାଯାଇଥିଲା । ଏହା ଏକ ନନ୍‌- ଓ୍ଵାର୍କିଙ୍ଗ ପ୍ରୋଟୋଟାଇପ୍ ଥିଲା । ଅର୍ଥାତ୍ ଏହା ପ୍ରକୃତରେ ଲୁଗାକୁ ଆଇରନ ଏବଂ ଫୋଲ୍ଡ କରିପାରିବ ନାହିଁ । କିନ୍ତୁ ୨୦୧୯ରେ ଫୋଲ୍ଡିମେଟ୍ ଏକ କାର୍ଯ୍ୟ କରି ପାରୁଥିବା ପ୍ରୋଟୋଟାଇପକୁ ସାମ୍ନାକୁ ଆଣିଥିଲା ।

ଫୋଲ୍ଡିମେଟ୍ ଡ୍ରେସକୁ ଫୋଲ୍ଡ କରିବା ସହ ଆଇରନ କରିବା ଏବଂ ପଫ୍ୟୁର୍ମ ଲଗାଇବାରେ ସାହାଯ୍ୟ କରିଥାଏ । ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)କୁ ବ୍ୟବହାର କରି ଡ୍ରେସକୁ ଚିହ୍ନିଥାଏ ଏବଂ ସଠିକ୍ ଭାବରେ ଫୋଲ୍ଡ କରେ । ଏହା ଏକ ଟି-ସାର୍ଟକୁ ମାତ୍ର ୫ ସେକେଣ୍ଡରେ ଫୋଲ୍ଡ କରିପାରିବ । ମେସିନରେ ଏକ କ୍ଲିପ୍ ଥାଏ ଯାହା କପଡାକୁ ଯୋଡ଼ିଥାଏ । ଏହା ପରେ ମେସିନ୍ କାମ ଆରମ୍ଭ କରେ । ତେବେ ଏହି ମେସିନ ଛୋଟ ପିଲାମାନଙ୍କର ପୋଷାକ ଫୋଲ୍ଡ କରି ପାରିବ ନାହିଁ । ବେଡସିଟ୍ ଏବଂ ବଡ ପୋଷାକକୁ ମଧ୍ୟ ଫୋଲ୍ଡ କରି ପାରିବ ନାହିଁ ।

Subhalaxmi Das

Recent Posts

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

2 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

28 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

41 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

59 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

1 hour ago