ଟେକ୍

ଗରମରେ AC ଅନ୍‌ କରିବା ଆଗରୁ ଜାଣିନିଅନ୍ତୁ ଏହି ଜରୁରୀ କଥା, ନଚେତ୍‌ ଟିକେ ଭୁଲରେ ବ୍ଳାଷ୍ଟ ହୋଇପାରେ ଏସି

ଫେବୃଆରୀ ମାସରୁ ବଢ଼ିଲାଣି ଖରାର ପ୍ରଭାବ। ଆଉ ଖରା ବଢ଼ିଲେ ଏସି କଥା ପ୍ରଥମେ ମନେପଡ଼େ। କାରଣ ଗରମ ଦିନରେ ଆରାମ ଆମକୁ ଏୟାର କଣ୍ଡିସନରୁ ଅଧିକ ମିଳିଥାଏ। ଆଉ କିଛି ଜଣ ଏମିତି ଥାନ୍ତି ଯେଉଁମାନେ କି ଏସିକୁ ଛାଡ଼ି ବାହାରକୁ ଯାଇପାରନ୍ତି ନାହିଁ। ଅସହ୍ୟ ଗରମ ସେମାନେ ନିଜକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ। ଅନେକ ଜଣକୁ ସନଷ୍ଟ୍ରୋକ ମଧ୍ୟ ହୋଇଯାଏ ।ଆଉ ସେମାନଙ୍କୁ ଥଣ୍ଡା ସ୍ଥାନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

ତେବେ ଏସି ହେଉଛି ଏମିିତି ଏକ ଜିନିଷ ଯାହା ଭୀଷଣ ଗରମରେ ମଧ୍ୟ ଶାନ୍ତି ଦେଇଥାଏ। କିନ୍ତୁ ସବୁ ଜିନିଷକୁ ବ୍ୟବହାର କରିବାର କିଛି ତରିକା ଥାଏ। ସଠିକ ତରିକାରେ ଆମେ ତାହାକୁ ବ୍ୟବହାର ନକଲେ କିଛି ଦୁର୍ଘଟଣା ମଧ୍ୟ ଘଟିପାରେ। ଆଉ ଆମ ପାଖରେ ଥିବା ସମସ୍ତ ଇଲେକଟ୍ରିକ ପ୍ରଡକ୍ଟ ଉପରେ ଏଥପାଇଁ ଅଧିକ ଧ୍ୟାନ ଦେବା ଆବଶ୍ୟକ।

ଗତ ବର୍ଷ ଏସି ବ୍ଲାଷ୍ଟ ହେବା ଖବର ଅନେକ ସାମ୍ନାକୁ ଆସିଛି। ଯଦି ଆପଣ ଏସିକୁ ସଠିକ ଭାବେ ବ୍ୟବହାର ନକରିବେ ତେବେ ଆପଣଙ୍କ ସହ ବି ବଡ଼ ଦୁର୍ଘଟଣା ଘଟିପାରେ।

ଏସି କାହିଁକ ଫାଟେ?
ଏସି ବ୍ଲାଷ୍ଟ ହେବା ଏକ ସାଧାରଣ କଥା। ବିଦ୍ୟୁତ ତଥା ଇଲେକଟ୍ରିର ପ୍ରପର ସପ୍ଲାଏ ନମିଳିଲେ ଏସି ବ୍ଲାଷ୍ଟ ହୋଇଥାଏ। ବିଦ୍ୟୁତର କମ ସପ୍ଲାଏ ରେ ଲୋଡ୍‌ ଅଧିକ ପଡ଼ିବା କାରଣରୁ ଏସି ବ୍ଲାଷ୍ଟ ହୋଇଥାଏ। ଆଉ ଗରମ ଦିନରେ ଅଧିକ ଗରମ କାରଣରୁ ଏସି ମଧ୍ୟ ଗରମ ହୋଇଯାଏ। ଆଉ ଏହା ମଧ୍ୟ ବ୍ଲାଷ୍ଟିଂ ର ଅନ୍ୟ ଏକ କାରଣ ହୋଇପାରେ।

ଏବେ ଜାଣନ୍ତୁ OverHeatingର କାରଣ:
-ଏସି ମଧ୍ୟରେ ଥିବା କଣ୍ଡେନସର କଏଲ ରେ ଧୂଳି, ମଳି ଜମିବାର ର ହଟସ୍ପଟ। କାମ ସମୟରେ ଉତ୍ପନ୍ନ ହେଉଥିବା ଗରମ ବାହାରକୁ ଯାଇପାରେ ନାହିଁ। ଆଉ ଏହାର ପରିଣାମ ସ୍ୱରୂପ ଓଭରହିଟିଂ ହୋଇଥାଏ।
-ବେକାର ବା ଖରାପ କ୍ୱାଲିଟିର କେବଲ ଓ ପ୍ଲଗ ର ବ୍ୟବହାର ସର୍ଟ ସର୍କିଟର ପ୍ରମୁଖ କାରଣ ହୋଇଥାଏ।

ଏବେ ଜାଣନ୍ତୁ ଏମିିତିରେ ଆପଣ କିପରି ସୁରକ୍ଷିତ ରହିବେ:
-ସବୁବେଳେ ନିଜ ଏସିର ଏୟାର ଫିଲ୍ଟରକୁ ସଫା ରଖନ୍ତୁ। ଏହାର ବାହାର ପାର୍ଶ୍ୱକୁ ବି ସଫା ରଖନ୍ତୁ।
-ଏସିର ୟୁନିଟ କୁ ଏପରି ଭାବେ ରଖନ୍ତୁ ଯେପରି ଏହାର ଏକ ଭାଗ ବାହାରକୁ ରହିବ। ପ୍ରୋଜେକ୍ଟେଡ ଓ କଣ୍ଡେନସେସନ କୁ ଖୁବ ଶୀଘ୍ର ବାହାରକୁ ଆସୁଥିବ।
-ଝଡ଼ ତୋଫାନ ଆସିଲେ ତୁରନ୍ତ ଏସିକୁ ଅନପ୍ଲଗ କରନ୍ତୁ।
-ସର୍ଟ ସର୍କିଟରୁ ବଞ୍ଚିବା ପାଇଁ ବିଦ୍ୟୁତ ତାରକୁ ନିୟମିତ ଚେକ୍‌ କରନ୍ତୁ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

13 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago