ଟେକ୍

ଖୁବଶୀଘ୍ର ଏୟାରଟେଲ ବଢ଼ାଇପାରେ ନିଜ ରିଚାର୍ଜ ପ୍ଲାନ, ଜାଣନ୍ତୁ କଣ କହୁଛି ନୂଆ ରିପୋର୍ଟ

ଆଜିକା ଦିନରେ ସ୍ମାର୍ଟଫୋନ ଏକ ଏଭଳି ଜରୁରୀ ଜିନିଷ ହୋଇଗଲାଣି ଯାହା ବିନା କୌଣସି କାମ କରିବା ଏବେ ମୁସ୍କିଲ। ଏବେ ତ କିଛି କାମ ନଥିଲେ ବି ଆମର ଫୋନର ଆବଶ୍ୟକତା ରହୁଛି। ଅନେକ କାମ ସହିତ ନିଜ ମନୋରଞ୍ଜନ ପାଇଁ ଏହା ଏକ ବଢ଼ିଆ ମାଧ୍ୟମ । ତେବେ ବିନା ରିଚାର୍ଜରେ ଆପଣ ଫୋନ ବ୍ୟବହାର କରିବା ଅସମ୍ଭବ। ଏବେ ର ସମୟରେ ରିଚାର୍ଜ କଲେ ହିଁ ସବୁ ସୁବିଧା ମିଳିବ। ମାଗଣାରେ ଆପଣ ଫୋନରୁ ମଧ୍ୟ କୌଣସି କାମ ବାହାର କରିପାରିବେ ନାହିଁ।

ତେବେ ସମସ୍ତେ ଫୋନ ତ ବ୍ୟବହାର କରୁଛନ୍ତି। କିନ୍ତୁ ରିଚାର୍ଜ ଭାଲ୍ୟୁ ସମସ୍ତଙ୍କ ପକେଟକୁ ସୁହାଇନଥାଏ। ଅନେକ ଜଣ ଏହି ଦର ପାଇଁ ଖୁୁସି ନଥାନ୍ତି। କିନ୍ତୁ କାମ ପାଇଁ ବାଧ୍ୟରେ ରିଚାର୍ଜ କରିଥାନ୍ତି। ଏମିତିରେ ଟେଲକମ କମ୍ପାନୀ ମଧ୍ୟରେ ସବୁବେଳେ ରେସ୍‌ ଲାଗେ ଦର ନିର୍ଣ୍ଣୟକୁ ନେଇ.. ଅନେକ ଅଫର ଦେଇଥାନ୍ତି ତ କେହି କେହି ରିଚାର୍ଜ ବୃଦ୍ଧି କରିଥାନ୍ତି। ଏବେ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖୁବ ଶୀଘ୍ର ମୋବାଇଲ ରିଚାର୍ଜ ପୁଣିଥରେ ବଢ଼ିପାରେ… ଜାଣନ୍ତୁ କଣ କହୁଛି ରିପୋର୍ଟ

ଭାରତୀ ଏୟାରଟେଲ ଖୁବ ଶୀଘ୍ର ନିଜର ନୂଆ ପ୍ଳାନରେ ପୁଣିଥରେ ଦର ବଢ଼ାଇବାର ଯୋଜନା କରୁଛି। ଏହାକୁ ନେଇ ଦୂରସଞ୍ଚାର କମ୍ପାନୀ ର ଚେୟାରମ୍ୟନେ ସୁନୀଲ ମିତ୍ତଲ ଏକ ଘୋଷଣା କରିଛନ୍ତି। ଯଦି ଆପଣ ବି ଜଣେ ଏୟାରଟେଲ ୟୁଜର ତେବେ ଏହି ଖବର ସମ୍ପର୍କରେ ଜାଣିନିଅନ୍ତୁ ।

ଚଳିତ ଥର ପୁଣି ଥରେ ଏୟାରଟେଲ ନିଜର ପ୍ୟାକର ଦାମକୁ ବଢ଼ାଇବାକୁ ଯାଉଛି। ଯାହର ପ୍ରଭାବ ଲକ୍ଷାଧିକ ୟୁଜର୍ସଙ୍କ ଉପରେ ପଡ଼ିବ। କମ୍ପାନୀ ଗତ ମାସରେ ନିଜ ର ନ୍ୟୁନତମ ରିଚାର୍ଜ ପ୍ଳାନ ୨୮ ଦିନର ପ୍ଳାନକୁ ବଢ଼ାଇ ଦେଇଥିଲା। ଯାହାକି ଥିଲା ୫୭% । ଏହା ୧୫୫ ଟଙ୍କା ହୋଇଥିଲା। ଯାହାକି ୮ଟିଚ ସର୍କିଲ ରେ ଲାଗୁ ହୋଇଥିଲା। ଜାଣନ୍ତୁ ଏବେ ନୂଆ ସୁଚନା କଣ ରହିଛି..

ବର୍ତ୍ତମାନ ସମସ୍ତ ଜିନିଷର ଦର ବଢିବାର ଦେଖାଯାଉଥିବା ବେଳେ ଗୋଟିଏ ଜିନିଷର ଦର ସ୍ଥର ରହିଛି । ତାହା ହେଉଛି ମୋବାଇଲ ରିଚାର୍ଜ । ଏନେଇ ଏୟାରଟେଲ ଅଧ୍ୟକ୍ଷ ସୁନୀଲ ମିତ୍ତଲ କହିଛନ୍ତି ଯେ, ଲୋକେ ୩୦ଜିବି ଡାଟା ନାମକୁ ମାତ୍ର ଟଙ୍କା ଖର୍ଚ୍ଚ କରି ବ୍ୟବହାର କରୁଛନ୍ତି । ତେବେ ଆଗକୁ ମୋବାଇଲ କଲ୍ ଓ ଡାଟା ବଢିପାରେ ବୋଲି ସେ ଜଣାଇଛନ୍ତି ।

ସୂଚନା ଅନୁସାରେ ଏୟାରଟେଲ ଅଧ୍ୟକ୍ଷ ସୁନୀଲ ମିତ୍ତଲ କହିଛନ୍ତି ଯେ, ଭାରତରେ ଟେଲିକମ ହେଉଛି ଏପରି ଏକ ଶିଳ୍ପ ଯେଉଁଥିରେ ଅଧିକ ପୁଞ୍ଜିନିବେଶ କରିବାକୁ ପଡୁଛି । କିନ୍ତୁ ତାହା ଉପରେ ମିଳୁଥିବା ରିଟର୍ଣ୍ଣ ବହୁତ କମ୍ ରହୁଛି । ତେବେ ଏଭଳି ପରିସ୍ଥିତିରେ ରିଚାର୍ଜ ମୂଲ୍ୟରେ ଅଳ୍ପ ବୃଦ୍ଧି ଆବଶ୍ୟକ ହେଉଛି । ଦେଶରେ ଦୁର୍ବଳ ଲୋକଙ୍କ କଥାକୁ ନେଇ ସେ ପୁଣି କହିଛନ୍ତି ଯେ, ଲୋକମାନେ ଅନ୍ୟ ଜିନିଷରେ ଯେତିକି ବ୍ୟୟ କରୁଛନ୍ତି ଏହା ତା ଅପେକ୍ଷା ବହୁତ କମ । ବିଏସଏନଏଲ ଓ ଭୋଡାଫୋନ ଆଇଡିଆକୁ ସାହାଯ୍ୟ କରି ସରକାର ଟେଲିକମ ଶିଳ୍ପର ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ବହୁତ କାମ କରିଛନ୍ତି ବୋଲି ସେ କହିଛନ୍ତି ।

ଭାରତରେ ୩ଟି ଟେଲିକମ କମ୍ପାନୀ ଆବଶ୍ୟକ ଏବଂ ତୃତୀୟ ସଂସ୍ଥାଟି ଏବେ ବିଏସଏନଏଲ ରହିଛି ଏବଂ ଭୋଡାଫୋନ ଆଇଡିଆ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବ ବୋଲି ସୁନୀଲ ମିତ୍ତଲ କହିଛନ୍ତି । ଭୋଡାଫୋନ ଆଇଡିଆ ର ୧୬,୧୩୩ କୋଟି ଟଙ୍କା ଦେୟ ବଦଳରେ ସରକାର କଂପାନିର ୩୩.୪୪ ପ୍ରତିଶତ ଅଂଶ ଗ୍ରହଣ କରିଛନ୍ତି ।

D Sonali

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

21 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

37 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago