ଟେକ୍

ଆସିଲା ନେଟଫ୍ଲିକ୍ସର ସବୁଠୁ ଶସ୍ତା ମାସିକ ରିଚାର୍ଜ ପ୍ଳାନ, ଯାହା ରହିଛି ୨୦୦ ଟଙ୍କାରୁ ବି କମ୍‌

ନେଟଫ୍ଲିକ୍ସ ଆଣୁଛି ବଢ଼ିଆ ସବସ୍କ୍ରିପସନ। ଆଜି କା ଦିନରେ ଯଦି ଲୋକପ୍ରିୟତାରେ ସିନେମାକୁ ଯଦି କେହି ଟକ୍କ ର ଦେଉଛି ତେବେ ତାହା ହେଉଛି ଓଟିଟି ପ୍ଲାଟଫର୍ମ। ଯଦି ଆପଣ ବି ଓଟିଟି କଣ୍ଟେଟ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ବହୁତ ଭଲ ଫାଇଦା ଦେବ। ଅନଲାଇନ ଭିଡିଓ ଷ୍ଟ୍ରିମିଂ କମ୍ପାନୀ ନେଟଫ୍ଲିକ୍ସ ଭାରତୀୟ ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ ଆରମ୍ଭ କରିଛି। ଆଜି ଜାଣନ୍ତୁ ଯେ ଆପଣ କିପରି ନେଟଫ୍ଲିକ୍ସରେ ସବସ୍କ୍ରିପସନ ପ୍ଲାନକୁ ଅତି କମ ଦାମରେ ପାଇପାରିବେ।

ନେଟଫ୍ଳିକ୍ସର ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଅଧିକ ବେନିଫିଟ୍ସ ମିଳିବ। ନେଟଫ୍ଲିକସ୍‌ ଏମିତି ଏକ ପ୍ଲାଟଫର୍ମ ଯେଉଁଥିରେ ଅନେକ ଲୋକ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ନେଟଫ୍ଳିକ୍ସ ନା ହିଁ କେବଳ ଆପଣଙ୍କୁ ଭଲ କ୍ୱାଲିଟିର କଣ୍ଟେଟ ଦିଏ ତାହା ନୁହେଁ ଏଥିରେ ଆପଣ ଅନେକ ଭେରାଇଟି ଅପସନ ମଧ୍ୟ ପାଇବେ। ଯେଉଁଥିରେ ଆପଣ ନିଜ ମନ ପ ସନ୍ଦର କଣ୍ଟେଟକୁ ଚୁଜ କରିପାରିବେ। ଏଥିରେ ଆପଣ ନିଜ ପସନ୍ଦ ଭାଷାର ଫିଲ୍ମ ଓ େଓ୍ଵବସିରିଜ ଦେଖିପାରିବେ। ଏମିତିକି ଆପଣ ଏଥିରେ ଟିଭି ସୋ ମଧ୍ୟ ପାଇପାରିବେ।

ସାଧାରଣ ଭାବେ ଏସବୁର ପ୍ଲାନ ରେଟ୍‌ ଅଧିକ ରହୁଥିବା କାରଣରୁ ଚାହିଁଲେ ବି ସମସ୍ତେ ବ୍ୟବହାର କରିପାରନ୍ତି ନାହିଁ। କିଛି ସମୟ ପୂର୍ବରୁ ନେଟଫ୍ଲିକ୍ସ ଏକ ନୂଆ ପ୍ଲାନର ଆନାଉସମେଣ୍ଟ କରିଛି। ଯେଉଁଥିରେ ଏବେ ଶସ୍ତା ଲଞ୍ଚ ହୋଇଛି। ଏହି ପ୍ଲାନ ଭାରତରେ କେବେ ଆଉ କେତେ ଦାମରେ ଲଞ୍ଚ ହେବ ଜାଣନ୍ତୁ ..

ତେବେ କିଛି ଜଣଙ୍କୁ ଏହାର ରିଚାର୍ଜ ପ୍ଲାନ ମହଙ୍ଗା ଲାଗେ। ଯଦି ଆପଣ ବି ଏହା ଭାବୁଛନ୍ତି ତେବେ ଏହା ଭୁଲ। ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ପ୍ଳାନ ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ ଖୁସି ହୋଇଯିବେ। ଏଥିରେ ସମସ୍ତେ ନିଜ ବଜେଟରେ ମନୋରଞ୍ଜନ କରିପାରିବେ। ଆପଣ ଏହାର ଦାମ ଶୁଣିଲେ ଆହୁରି ଖୁସି ହୋଇଯିବେ। ଜାଣନ୍ତୁ ଶୀଘ୍ର ଏହି ପ୍ଲାନ ବିଷୟରେ..

ନେଟଫ୍ଳିକ୍ସର ଯେଉଁ ପ୍ଳାନ ବିଷୟରେ କହିବୁ ତାହାର ଦାମ ହେଉଛି ମାତ୍ର ୧୪୯ ଟଙ୍କା। ଯାହା କି ସାଧାରଣ ମୋବାଇଲ ରିଚାର୍ଜରୁ ବି କମ। ଏହି ପ୍ଳାନ କିଛି ମାସ ପୂର୍ବରୁ ପାଖାପାଖି ୧୯୯ ଟଙ୍କା ଥିଲା। କିନ୍ତୁ କମ୍ପାନୀ ଏହାକୁ କମାଇ ଦେଇଛି। ଯାହା କାରଣରୁ ଏହା ସାଧାରଣ ଲୋକଙ୍କ ବଜେଟକୁ ସୁହାଇବ। ଏମିତି ନୁହେଁ ଯେ ଦାମ କମ ହେଲା ପରେ ଏଥିରେ ବେନିଫିଟ୍ସ କମ ମିଳିବ। ଏଥିରେ ଆପଣଙ୍କୁ ବହୁତ ବେନିଫିଟ୍ସ ମିଳିବ।

ଏଥିରେ ଦିଆଯାଉଥିବା ବେନିଫିଟ୍ସ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଦୁଇଟି ସ୍କ୍ରିନ ମିଳିବ। ଏଥିରେ ଗୋଟିଏ ସ୍କ୍ରିନ ଟାବଲେଟର ରହିଛି। ଅନ୍ୟ ଟି ଫୋନର ସ୍କ୍ରିନ। ଦୁଇ ଜଣ ୟୁଜର୍ସ ଏକ ସାଙ୍ଗରେ ଏହି ଦୁଇଟି ସ୍କ୍ରିନର ଲାଭ ଉଠାଇପାରିବେ। ଏଥିରେ ଆପଣ ଗୁଡ଼ କ୍ୱାଲିଟିର ଭିଜୁଆଲ ଏକ୍ସପିରିଏନ୍ସ ମିଳୁଛି। ଏହି ପ୍ଳାନରେ ୪୮୦ ପିକ୍ସଲର ରିଜଲ୍ୟୁସନ ଦେଖିବାକୁ ପାଇବେ। ଏମିତିରେ କମ ଟଙ୍କାରେ ୟୁଜର୍ସ ବଢ଼ିଆ ଲାଭ ଉଠାଇପାରିବେ।

D Sonali

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

22 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

22 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

29 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

35 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

52 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago