ଟେକ୍

ଏବେ Alexa ରେ ଶୁଭିବ ଅମିତାଭ ବଚ୍ଚନଙ୍କ ସ୍ୱର, ଆମାଜନ ସହିତ କଲେ ପାର୍ଟନରସିପ

ବଲିଉଡର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଏବେ ଆମାଜନ ସହ ସହଭାଗିତା କରିଛନ୍ତି । ଏହି ସହଭାଗିତା ଅଧୀନରେ ଆଲେକ୍ସା ଭାରତରେ ପ୍ରଥମ ଥର ପାଇଁ ଜଣେ ସେଲିବ୍ରିଟିଙ୍କ ଭଏସରେ ଉପଲବ୍ଧ ହେବ | ଆମାଜନ ଇଣ୍ଡିଆ ଅନୁଯାୟୀ, ଭାରତରେ ଗ୍ରାହକମାନେ ଆଲେକ୍ସାରେ ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣି ପାରିବେ। ଏଥିପାଇଁ ଅମିତାଭ ବଚ୍ଚନ ଭଏସ୍ ଏକ୍ସପେରିଏନ୍ସ କିଣିବାକୁ ପଡିବ ଏବଂ ଏହି ଫିଚର ଆସନ୍ତାବର୍ଷ ଠାରୁ ଉପଲବ୍ଧ ହେବ |

ଆମାଜନ ଇଣ୍ଡିଆ କହିଛି ଯେ, ଆମାଜନ ଆଲେକ୍ସାର ଦଳ ଅମିତାଭ ବଚ୍ଚନଙ୍କ ସହ କାମ କରିବ, ଯାହାଦ୍ବାରା ଆଲେକ୍ସା ପାଇଁ ତାଙ୍କ ସ୍ୱର ଭଲ ଭାବରେ କଏଦ ହୋଇପାରିବ। ଆଲେକ୍ସାର ଲୋକପ୍ରିୟ ଭଏସ୍ କମାଣ୍ଡ୍ ଅମିତାଭ ବଚ୍ଚନଙ୍କ ସ୍ୱରରେ ମିଳିବ | ଯେପରିକି ମଜାକଥା, ପାଣିପାଗ, କବିତା, ପ୍ରେରଣାଦାୟକ ଉଦ୍ଧୃତି ଏବଂ ପରାମର୍ଶ ଅମିତାଭ ବଚ୍ଚନଙ୍କ ସ୍ୱରରେ ଉପଲବ୍ଧ ହେବ |

ଏହାକୁ ନେଇ ଅମିତାଭ ବଚ୍ଚନ କହିଛନ୍ତି ଯେ, ସେ ଏହାକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଭଏସ୍ ଟେକ୍ନୋଲୋଜିର ସାହାଯ୍ୟରେ ସେ ଏପରି କିଛି ସୃଷ୍ଟି କରିଛନ୍ତି ଯାହା ତାଙ୍କୁ ଶ୍ରୋତା ଏବଂ ଶୁଭେଚ୍ଛୁମାନଙ୍କ ସହିତ ଏକ ଭଲ ଉପାୟରେ ଯୋଡ଼ିବାରେ ସକ୍ଷମ କରିବ। ତେବେ ଅମିତାଭ ବଚ୍ଚନ ଭଏସ୍ ଏକ୍ସପେରିୟନ୍ସ କିଣିବା ପାଇଁ ଉପଭୋକ୍ତାଙ୍କୁ କେତେ ଟଙ୍କା ଦେବାକୁ ପଡିବ ତାହା କମ୍ପାନି ବର୍ତ୍ତମାନ ସ୍ପଷ୍ଟ କରିନାହିଁ।

Swagatika

Recent Posts

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

56 seconds ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

14 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

17 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

40 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

53 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

55 mins ago