ଟେକ୍

ମୋବାଇଲ୍‌ରେ ପାଇପାରିବେ LIC ସହ ଜଡ଼ିତ ସମସ୍ତ ସୂଚନା, ଏପରି ଅପଡେଟ୍ କରନ୍ତୁ ନିଜର କଣ୍ଟାକ୍ଟ ଡିଟେଲ୍ସ

ଭାରତୀୟ ଜୀବନ ବୀମା ନିଗମ ନିଜ ଗ୍ରାହକଙ୍କୁ ପ୍ରିମିୟମ ଏବଂ ଏହାସହ ଜଡିତ ସୂଚନା ପଠାଇଥାଏ । ଏହି ସୂଚନା ଗ୍ରାହକଙ୍କ ମୋବାଇଲକୁ ନୋଟିଫିକେସନ୍ ଆଲର୍ଟ ରୂପରେ ଆସିଥାଏ । ମୋଟାମୋଟି ଭାବରେ କହିବାକୁ ଗଲେ ଏଲଆଇସି ନିଜର କୌଣସି ବି ସୂଚନା ଗ୍ରାହକଙ୍କ ମୋବାଇଲକୁ ନୋଟିଫିକେସନ୍ ଜରିଆରେ ପଠାଇଥାଏ। ଏଲ୍‌ଆଇସି ଠାରୁ ଏହି ସୂଚନା ପାଇବା ପାଇଁ ଗ୍ରାହକଙ୍କୁ ନିଜର କଣ୍ଟାକ୍ଟ ଡିଟେଲ ଏଲଆଇସି ସହିତ ରେଜିଷ୍ଟର କରିବା ଜରୁରୀ।

ଅନେକ ଥର ଏମିତି ହୋଇଥାଏ ଯେ ଗ୍ରାହକ ସମୟ ଭିତରେ ପ୍ରିମିୟମ ଭରିବାକୁ ଭୁଲିଯାନ୍ତି। ଏମିତି ପରିସ୍ଥିତିରେ ଯଦି ତାଙ୍କୁ ନିଜ ମୋବାଇଲକୁ ଏହାକୁ ନେଇ ସୂଚନା ମିଳିଯିବ ତାହେଲେ ଗ୍ରାହକ ସମୟ ଭିତରେ ନିଜ ପ୍ରିମିୟକୁ ପେମେଣ୍ଟ କରିପାରିବେ। ଏଲଆଇସି ଏକ ଟ୍ଵିଟ କରି ନିଜ ଗ୍ରାହକଙ୍କୁ ନିଜର କଣ୍ଟାକ୍ଟ ଡିଟେଲ ଏଲଆଇସି ସହିତ ରେଜିଷ୍ଟର କରିବାର ପ୍ରୋସେସ୍ ଜଣାଇଛି। ଏଲଆଇସି ଏକ ଭିଡିଓ ମାଧ୍ୟମରେ ଏହି ସୂଚନା ଦେଇଛି। ଗ୍ରାହକ କିଛି ସହଜ ଷ୍ଟେପସକୁ ଫଲୋ କରି ଅନଲାଇନ୍ ଦ୍ୱାରା ନିଜ କଣ୍ଟାକ୍ଟ ଡିଟେଲ ରେଜିଷ୍ଟର କରିପାରିବେ। ଯାହାଦ୍ୱାରା ଏଲଆଇସିର ସମସ୍ତ ସୂଚନା ମୋବାଇଲର ନୋଟିଫିକେସନ୍ ଆଲର୍ଟରେ ପାଇପାରିବେ। ଆସନ୍ତୁ ଜାଣିବା କ’ଣ ସେହି ପ୍ରକ୍ରିୟା।

ଷ୍ଟେପ୍ ୧ – ସର୍ବପ୍ରଥମେ ଆପଣଙ୍କୁ ଏଲଆଇସିର େଓ୍ଵବସାଇଟ www.licindia.inକୁ ଯିବାକୁ ହେବ।
ଷ୍ଟେପ ୨ – ଏବେ ଆପଣଙ୍କୁ ହୋମ ପେଜ୍‌ ର ଉପର ପାର୍ଶ୍ୱରେ ଏକ କଷ୍ଟମର ସର୍ଭିସେଜ୍ ନାମର ବଟନ ଦେଖାଦେବ, ତାହା ଉପରେ ଯାଇ ସ୍କ୍ରୋଲ୍ ଡାଉନ୍ କରନ୍ତୁ।
ଷ୍ଟେପ ୩ – ଏବେ ଲିଷ୍ଟରେ ‘ଅପଡେଟ୍ ଇୟର କଣ୍ଟାକ୍ଟ ଡିଟେଲ୍ସ-ଅନଲାଇନ’ ଉପରେ କ୍ଲିକ କରନ୍ତୁ।
ଷ୍ଟେପ ୪ – ଏବେ ଆପଣ ଏକ ନୂଆ ପେଜରେ ପହଁଚିଯିବେ। ଏଠାରେ ଅପଡେଟ୍ ଇୟର କଣ୍ଟାକ୍ଟ ଡିଟେଲ୍ସ’ ଲିଙ୍କ ଉପରେ କ୍ଲିକ କରନ୍ତୁ।
ଷ୍ଟେପ ୫ – ଏବେ ଆପଣଙ୍କୁ ସ୍କ୍ରିନ ଉପରେ ଖୋଲିଥିବା ଏକ ନୂଆ ପେଜରେ ନିଜର ବିବରଣୀ ଦେବାକୁ ହେବ।
ଷ୍ଟେପ ୬ – ଏବେ ନିଜ କଣ୍ଟାକ୍ଟ ଡିଟେଲ୍ସ ଚେକ୍‌ କରନ୍ତୁ ଏବଂ ଡିକ୍ଲାରେସନ ବକ୍ସ ଏବଂ ସବମିଟ୍ ଉପରେ କ୍ଲିକ କରନ୍ତୁ।
ଷ୍ଟେପ ୭ – ଏବେ ନିଜର ପଲିସୀ ନମ୍ବର/ ନମ୍ବର୍ସ ଏଣ୍ଟର କରିବାକୁ ହେବ।
ଷ୍ଟେପ ୮ – ଏବେ ‘ଭେଲିଡେଟ୍ ପଲିସୀ ଡିଟେଲ୍ସ’ ଉପରେ କ୍ଲିକ କରନ୍ତୁ ଏବଂ ପଲିସି ନମ୍ବର/ନମ୍ବର୍ସକୁ ଭେଲିଡେଟ କରନ୍ତୁ। ଏହିପରି ଭାବେ ଆପଣଙ୍କ ଡିଟେଲ୍ସ ସଫଳତାପୂର୍ବକ ଅପଡେଟ୍‌ ହୋଇଯିବ । ଏବେ ଆପଣ କିଛି କ୍ଲିକସ ସହିତ ଅନଲାଇନ୍ରେ ନିଜର ପଲିସି ପ୍ରିମିୟମକୁ ପେମେଣ୍ଟ କରିପାରିବେ।

Pritiparna

Recent Posts

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

7 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

22 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

30 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

35 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

38 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

52 mins ago