Categories: ଟେକ୍

ଆଣ୍ଡ୍ରଏଡକୁ ପୂରିଲା ୧୨ ବର୍ଷ, ଜାଣନ୍ତୁ ଆଣ୍ଡ୍ରଏଡ ବିଷୟରେ କିଛି ଅଜଣା କଥା

ଆଜି ବା ନଭେମ୍ବର୫ ତାରିଖକୁ ଆଣ୍ଡ୍ରୋଏଡ ଅପରେଟିଙ୍ଗ ସିଷ୍ଟମକୁ ୧୨ ବର୍ଷ ପୁରଣ ହୋଇଛି । ସର୍ବପ୍ରଥମେ ଆଣ୍ଡ୍ରଏଡକୁ ଆଣ୍ଡ୍ରଏଡInc ପ୍ରସ୍ତୁତ କରିଥିଲା କିନ୍ତୁ ୨୦୦୫ ମସିହାରେ ଗୁଗଲ ଏହାକୁ କିଣି ନେଇଥିଲା । ୨୦୦୭ ମସିହାରେ ପ୍ରଥମ ଥର ପାଇଁ ଆଣ୍ଡ୍ରଏଡ ଆସିଥିଲା ଯଦିଓ ଏହାର କମରସିଆଲ ଲଂଚିଙ୍ଗ ସେପ୍ଟେମ୍ବର ୨୩ ତାରିଖ ୨୦୦୮ ମସିହାରେ ହୋଇଥିଲା । ଲଂଚିଙ୍ଗ ପରଠାରୁ ଆଜି ପର‌୍ୟ୍ୟନ୍ତ ଆଣ୍ଡ୍ରଏଡ଼ର ୧୦ମ ଭର୍ସନ ଅନେକ ସ୍ମାର୍ଟଫୋନରେ ଆସି ସାରିଛି । ଚଳିତ ବର୍ଷ ସେପ୍ଟେମ୍ବର ୩ ତାରିଖରେ ଆଣ୍ଡ୍ରଏଡର ୧୦ମ ଭର୍ସନ ଲଂଚ କରାଯାଇଥିଲା ।

ଗୁଗଲର କୋ-ଫାଉଣ୍ଡର ଆଣିଥିଲେ ଡୁନିଆର ପ୍ରଥମ ଆଣ୍ଡ୍ରଏଡ ଫୋନ

୨୦୦୮ ମସିହା ସେପ୍ଟେମ୍ବର ୨୩ ତାରିଖରେ ଗୁଗଲର କୋ-ଫାଉଣ୍ଡର ସର୍ଗେଇ ବ୍ରିନ ଏବଂ ଲ୍ୟାରୀ ପେଜ ପ୍ରଥମ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଲଂଚ କରିଥିଲେ । ପ୍ରଥମ ଆଣ୍ଡ୍ରଏଡ ଫୋନର ନାମ ଥିଲା G1 ଯାହାର ଦାମ ଥିଲା ୩୯୯ ଡଲାର ବା ପାଖାପାଖି ୨୮,୯୯୭ ଟଙ୍କା । ଅନ୍ୟ ବଜାରରେ ଏହି ଫୋନକୁ ଏଚଟିସି ଡ୍ରିମ ମଧ୍ୟ କୁହାଯାଉଥିଲା । ଏହି ଫୋନକୁ ଗୁଗଲ, ଏଚଟିସି ଏବଂ ଟି-ମୋବାଇଲ ମିଶି ପ୍ରସ୍ତୁତ କରିଥିଲେ । ତାହେଲେ ଆସନ୍ତୁ ଜାଣିବା ଆଣ୍ଡ୍ରଏଡ ସ୍ମାର୍ଟଫୋନ ବିଷୟରେ କିଛି ଅଜଣା କଥା ।

ଏହାସହ ପଢନ୍ତୁ ଏୟାରଟେଲର ବଡ଼ ଅଫର, ଏହି ପ୍ରିପେଡ଼ ଗ୍ରାହକଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ବୀମା

ଆଣ୍ଡ୍ରୋଏଡ ଭର୍ସନର ଲିଷ୍ଟ ଏବଂ ଲଂଚିଙ୍ଗ ଇୟର

Android 1.0 (2008), Android 1.5 Cupcakes (2009), Android 1.6 Donut (2009), Android 2.0 Eclair (2009), Android 2.2 Froyo (2010), Android 2.3 Gingerbread (2010), Android 3.0 Honeycomb (2011), Android 4.0 Ice Cream Sandwich (2011), Android 4.1 Jellybean (2012), Android 4.4 KitKat (2013), Android 5.0 Lollipop (2014),
Android 6.0 Marshmallow (2015), Android 7.0 Nougat (2016), Android 8.0 Oreo (2017), Android 9.0 Pai (2018), Android 10 (2019)

ପ୍ରଥମ ଆଣ୍ଡ୍ରୋଏଡ ଫୋନର ଫିଚର

ଯଦିଓ ଆଜି ସମସ୍ତ ଆଣ୍ଡ୍ରଏଡ ଫୋନରେ ଟଚସ୍କ୍ରୀନ ମିଳିଯାଉଛି କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରଥମେ ଆଣ୍ଡ୍ରଏଡ ଫୋନରେ ଟଚସ୍କ୍ରୀନ ଉପଲବ୍ଧ ନଥିଲା ବରଂ ସ୍ଲାଇଡର ବୋର୍ଡ ସହିତ ଟ୍ରାକବଲ ଭଳି ନାଭିଗେସନ ବଟନ ଦିଆଯାଇଥିଲା । ପ୍ରଥମେ ଆଣ୍ଡ୍ରଏଡ ଫୋନକୁ ଆମେରିକାରେ G1 ନାମରେ moniker ଦ୍ୱାରା ବିକ୍ରି କରାଯାଇଥିଲା । ଏହାସହିତ ଅନ୍ୟ ବଜାରରେ ଏହାକୁ ଏଚଟିସି ଡ୍ରିମ କୁହାଯାଉଥିଲା । G1/HTC ଡ୍ରିମରେ 1150 MmHର ବ୍ୟାଟେରୀ, Qualcomm ପ୍ରୋସେସର ଏବଂ 256MB ରାମ ଥିଲା । ଏଥିରେ 3.2 ଇଞ୍ଚର ଡ଼ିସପ୍ଲେ ମଧ୍ୟ ରହିଥିଲା ଓ ଏହି ଫୋନରେ ହେଡ଼ଫୋନ ଜ୍ୟାକ ବି ନଥିଲା ।

ଭାରତରେ ଲଞ୍ଚ ହୋଇଥିବା ପ୍ରଥମ ଆଣ୍ଡ୍ରଏଡ ଫୋନ

ପ୍ରଥମ ଫୋନର ଲୋକପ୍ରିୟତାର ଏକ ବର୍ଷ ପରେ ଦ୍ଵିତୀୟ ଆଣ୍ଡ୍ରୋଏଡ ଫୋନ ଭାରତୀୟ ବଜାରରେ ଲଞ୍ଚ କରାଯାଇଥିଲା ଯାହାକୁ HTC Magic ନାମ ଦିଆଯାଇଥିଲା । ଏହାକୁ ୨୦୦୯ ମସିହାରେ ଲଞ୍ଚ କରାଯାଇଥିଲା । ଲଞ୍ଚ ପରେ HTC Magic ଭାରତରେ ଲଞ୍ଚ ହୋଇଥିବା ପ୍ରଥମ ଆଣ୍ଡ୍ରଏଡ ଫୋନ ବୋଲି କୁହାଯାଏ । ଏହାର ଦାମ ପାଖାପାଖି ୩୦ ହଜାର ଟଙ୍କା ରହିଥିଲା । ଏଥିରେ 3.2 ଇଞ୍ଚର ଡ଼ିସପ୍ଲେ ସହିତ 288MB RAM, ଆଣ୍ଡ୍ରଏଡ 1.6 ଡୋନଟ, 3.15 ମେଗାପିକ୍ସଲର କ୍ୟାମେରା ଏବଂ ୱାଇଫାଇ ସହିତ Bluetooth 2.0 ମଧ୍ୟ ରହିଥିଲା ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

18 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

25 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

32 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

40 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

42 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

50 mins ago