ଜାଣନ୍ତି କି ଆପଣଙ୍କ ଫ୍ରିଜରେ ଥିବା ‘ଗାଜର’ ଆପଣଙ୍କ ଶରୀରକୁ ପ୍ରଦୂଷଣରୁ ରକ୍ଷା କରିପାରିବ

ଦେଶରେ ପ୍ରଦୂଷଣର ମାତ୍ରା ବଢି଼ବା କଥାତ ନକହିବା ଭଲ । ବିଶେଷ କରି ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏମିତି ବଢ଼ିଲାଣି ଯେ ଘରୁ ପାଦ କାଢ଼ିବା ବି ଅସମ୍ଭବ ହେଲାଣି । ଏମିତିକି ଏହି କାରଣରୁ ସରକାର ଦିଲ୍ଲୀର ସ୍କୁଲ, କଲେଜକୁ କିଛି ଦିନ ପାଇଁ ବନ୍ଦ କରିଦେଇଛନ୍ତି । ଖାଲି ଦିଲ୍ଲୀ କାହିଁକି ଦେଶର ଅନ୍ୟ ସହର ଗୁଡିକରେ ପ୍ରଦୂଷଣର ମାତ୍ରା ବିଗତ ୫ ବର୍ଷ ଭିତରେ ବେଶ ବଢି ଯାଇଛି । ଅତ୍ୟଧିକ ଯାନବାହାନ ଚଳାଚଳ, ନିର୍ମାଣ ଧୀନ କାର୍ଯ୍ୟ ଗୁଡିକର ବୃଦ୍ଧି, ମାତ୍ରାଧିକ ଗଛ କଟା ହେଉଛି ପ୍ରଦୂଷଣ ବୃଦ୍ଧିର ଗୋଟେ ଗୋଟେ ପ୍ରମୁଖ କାରଣ । ତେଣୁ ଆମକୁ ବେଳହୁଁ ସାବଧାନ ହୋଇ ଏହି ପ୍ରଦୂଷଣରୁ ନିଜକୁ ରକ୍ଷା କରିବାକୁ ପଡିବ । ଆପଣ ଜାଣନ୍ତି ଆପଣଙ୍କ ଘରେ ପ୍ରାୟ ସମୟରେ ରହୁଥିବା ଏକ ସାଧାରଣ ପରିବା ଗାଜର ପ୍ରଦୂଷଣ ଠାରୁ ଆମକୁ ବଞ୍ଚାଇବାରେ ବିଶେଷ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେମିତି ଏହା ସୁରକ୍ଷା ଦେଇଥାଏ ।

୧. ଗାଜରରୁ ଶରୀରକୁ ଆଣ୍ଟି ଆକ୍ସିଡେଣ୍ଟ, ଭିଟାମିନ ଏ ଓ ପୋଟାସିୟମ ଭଳି ତତ୍ତ୍ୱ ମାନ ମିଳିଥାଏ । ଏଗୁଡିକ ପ୍ରଦୂଷଣ ଠାରୁ ଶରୀରକୁ ରକ୍ଷା କରିଥାଏ । ଏହା ସହ ଏହା ଅନ୍ଧାରକଣା ଭଳି ମାରାତ୍ମକ ରୋଗକୁ ମଧ୍ୟ ଟକ୍କର ଦେଇଥାଏ ।

୨. ଗାଜରରେ ବିଟା କାରୋଟିନ, ଭିଟାମିନ କେ , ପୋଟାସିୟମ, ଫାଇବର ପରି ବହୁ ଗୁରୁତ୍ୱପୁର୍ଣ ତତ୍ତ୍ୱ ମାନ ରହିଛି । ଯାହାକି ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ପରି ମାରାତ୍ମକ ଘାତକ ମାନଙ୍କ ଠାରୁ ବଂଚାଇଥାଏ ।

୩. ଆଉ ମଧ୍ୟ ଗାଜର ଖାଇବା ଦ୍ୱାରା ଓଜନ କମ ହୋଇଥାଏ । ଏହା ସହ ଆଖିକୁ ସୁସ୍ଥ ରଖିଥାଏ । ଗାଜର ଖାଇବା ଦ୍ୱାରା ଶରୀରକୁ ନାଚୁରାଲ ଗ୍ଲୁକୋଜ ଓ ଶୁକ୍ରଜ ମିଳିଥାଏ । ଏହା ଖାଇବା ଦ୍ୱାରା ଗ୍ଲିକେମିକ୍ସ ଇଣ୍ଡେକ୍ସ କମ ହୋଇଥାଏ ଯାହା ଡାଇବେଟିସ ପରି ମାରାତ୍ମକ ରୋଗ ପ୍ରକୋପରୁ ଶରୀରକୁ ଦୁରେଇ ରଖେ ।

ଏହା ସହ ପଢନ୍ତୁ: ଶୀତଦିନେ ହାତ ଶୁଷ୍କ ହୋଇଯାଉଥିଲେ ଲଗାନ୍ତୁ ଏହି ଚାରିଟି ଘରୋଇ ମାସ୍କ, ତ୍ୱଚା ହେବ ମୁଲାୟମ

୪. ଗାଜରରେ ମହଜୂତ ଥିବା ବିଟା କାରୋଟିନ ତତ୍ତ୍ୱ ଭିଟାମିନ ଏ କୁ ରୂପାନ୍ତରିତ ହୋଇଥାଏ । ଯାହାକି ଶରୀରର ଇମ୍ମ୍ୟୁନିଟି ବା ରୋଗ ପ୍ରତିରୋଧ ଶକ୍ତିକୁ ଅଧିକ ଶକ୍ତ କରିଥାଏ । ଫଳରେ ପ୍ରଦୂଷଣ ଯୋଗୁଁ ହେଉଥିବା ରୋଗ ଶରୀରକୁ ସେତେଟା ଭେଦ କରିପାରେ ନାହିଁ । ଏହା ଛଡା ଏହା ବହୁ ଅନ୍ୟାନ ରୋଗକୁ ମଧ୍ୟ ମାତ ଦେଇ ପାରିଥାଏ ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

22 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

30 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

36 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

44 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

47 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

54 mins ago