ଟେକ୍

ବହୁତ ଜଲଦି ସରକାର ବଦଳାଉଛନ୍ତି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ସିମ୍‌ କିଣିବା ନିୟମ, ଏଠାରେ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ସରକାର ବହୁତ ଜଲଦି ଦେଶରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ସିମ୍‌ କାର୍ଡ ନେବା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଦେଶରେ ଅନଲାଇନ୍‌ ଫ୍ରଡର ବଢ଼ୁଥିବା ମାମଲା ଉପରେ ରୋକ ଲଗାଇବା ପାଇଁ ସରକାର ଏବେ ନୂଆ ନିୟମକୁ ଆଣିବାକୁ ବିଚାର କରୁଛନ୍ତି। ଏହାକୁ ନେଇ ସରକାର ନୂଆ ସିମ୍‌ କାର୍ଡ ଜାରି କରିବା ଏବଂ ଆକାଉଣ୍ଟ ଖୋଲିବା ନିୟମକୁ ଆହୁରି କଠୋର କରିପାରନ୍ତି।

ବାସ୍ତବରେ ସରକାର ଏମିତି ନିୟମକୁ ଆଣିବା ପାଇଁ ବିଚାର କରୁଛନ୍ତି ଯେଉଁଥିରେ ମୋବାଇଲ ସିମ୍‌ ନେବାକୁ ଚାହୁଁଥିବା ଲୋକ ଏବଂ ବ୍ୟାଙ୍କ ଖାତା ଖୋଲିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସହ ସମ୍ବନ୍ଧୀତ ସୂଚନାର ସମ୍ପୂର୍ଣ୍ଣ ଯାଞ୍ଚ ହୋଇପାରିବ। ଏହାଦ୍ୱାରା ଅନ୍ୟ କେଉଁ ବ୍ୟକ୍ତିଙ୍କ ଡିଟେଲ୍ସକୁ ଏହି କାମ ପାଇଁ ବ୍ୟବହାର କରାଯାଇପାରିବନାହିଁ। ଏହାଦ୍ୱାରା ବ୍ୟାକିଙ୍ଗ ଏବଂ ସିମ୍‌ କିଣିବା ମାମଲାରେ ହେଉଥିବା ଫ୍ରଡକୁ ରୋକିହେବ।

ଏକ ରିପୋର୍ଟ ଅନୁଯାୟୀ ଆଗାମୀ ସମୟରେ ଟେଲିକମ୍‌ ଅପରେଟର ଏବଂ ବ୍ୟାଙ୍କ ସମ୍ବନ୍ଧୀତ ପାଇଁ କଷ୍ଟମରଙ୍କ ଫିଜିକାଲ ଭେରିଫିକେସନ କରିବା ବାଧ୍ୟତାମୂଳକ କରାଯାଇପାରେ। ଯଦିଓ ବ୍ୟାଙ୍କ ଖାତା ଖୋଲିବା ଏବଂ ସିମ୍‌ ପାଇଁ ଯେତେବେଳେ ବି କିଏ ଆବେଦନ କରନ୍ତି ସେତେବେଳେ ଅନଲାଇନ୍‌ ଇକେଓ୍ଵାଇସୀ ଜରିଆରେ ଆଧାର ରୁ ଡିଟେଲ୍ସ ନେଇ ତାକୁ ସତ୍ୟପାଠ କରାଯାଇଥିବା। କିନ୍ତୁ ଅନ୍ୟପଟେ କମ୍ପାନୀର ଖାତା କେବଳ ଇନକର୍ପୋରେସନ୍‌ ସାର୍ଟିଫିକେଟ୍‌ ଦ୍ୱାରା ହିଁ ଖୋଲିଯାଇଥାଏ।

ଯଦିଓ ଗତ କିଛି ଦିନରେ ବ୍ୟାଙ୍କରେ ହେଉଥିବା ଫ୍ରଡ ମାମଲା ବହୁତ ଅଧିକ ବଢ଼ିଛି। ଏହାର ସବୁଠାରୁ ବଡ କାରଣ ହେଉଛି ସିମ୍‌ ସହଜରେ ମିଳିଯିବା ଏବଂ ବ୍ୟାଙ୍କ ଆକାଉଣ୍ଟ ସହଜରେ ଖୋଲିଯିବା ପାଇଁ ହେଉଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟ ମୁତାବକ ୨୦୨୧-୨୨ରେ ବ୍ୟାଙ୍କ ଫ୍ରଡ ମାମଲାରେ ୪୧,୦୦୦ କୋଟି ଟଙ୍କା ଫସି ରହିଥିଲା।

ଏବେ ସରକାର ନୂଆ ସିମ୍‌ କାର୍ଡ ଜାରି କରିବା ଏବଂ ବ୍ୟାଙ୍କ ଖାତା ଖୋଲିବା ପ୍ରକ୍ରୀୟାରେ ପରିବର୍ତ୍ତନ କରିବା ପ୍ରସ୍ତୁତିରେ ଅଛନ୍ତି। ଏଥିପାଇଁ କେଓ୍ଵାଇସୀ ନିୟମକୁ ଶକ୍ତି କରିବା ପାଇଁ ବିଚାର କରୁଛନ୍ତି। ସୂଚନା ମୁତାବକ ଟେଲିକମ୍‌ ଅପରେଟର ଏବଂ ବ୍ୟାଙ୍କକୁ ସରକାର ବହୁତ ଜଲଦି ନୂଆ ନିୟମ ଲାଗୁ କରିବାକୁ କହିପାରନ୍ତି। ଗୃହ ମନ୍ତ୍ରାଳୟ ଅର୍ଥ ଏବଂ ଟେଲିକମ୍‌ ମନ୍ତ୍ରାଳୟଙ୍କ ସହିତ ଏହି ବିଷୟରେ ଏକ ରିଭ୍ୟୁ ମିଟିଙ୍ଗ ମଧ୍ୟ କରିଛନ୍ତି। ବୈଠକରେ ଏହି ନିଷ୍ପତ୍ତିର ରୋଡମ୍ୟାପ ଉପରେ ଚର୍ଚ୍ଚା ବି ହୋଇସାରିଛି।

Pritiparna

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

12 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

27 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

37 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

46 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago