ଦେଶ ବିଦେଶ

ଇମ୍ରାନ ଖାନଙ୍କ ରାଲିରେ ଗୁଳିମାଡ, ଆହତ ହୋଇ ହସପିଟାଲ ଭର୍ତ୍ତି ହେଲେ ପୂର୍ବ ପ୍ରଧାନମନ୍ତ୍ରୀ

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିକୁ ଗଳିମାଡ। ଗୁଳିମାଡରେ ପୂର୍ବତନ ପ୍ରଧାନମନ୍ତ୍ରୀ ଆହତ ହୋଇଥିବା ଜଣାପଡିଛି। ତାଙ୍କ ଛଡା ଚାରି ଅନ୍ୟ ଲୋକ ଆହତ ହୋଇଛନ୍ତି। ପୋଲିସ ଏହି ମାମଲାରେ ଜଣକୁ ଗିରଫ କରିଛି। ଇମ୍ରାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଇମ୍ରାନଙ୍କୁ ଲାହୋର ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଛି। ଡାକ୍ତର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି।

ସୂଚନା ମୁତାବକ, ଓ୍ଵାଜିରାବାଦ ନିକଟରେ ରାଲି ଚାଲିଥିବା ବେଳେ ଗୁଳିମାଡ ହୋଇଛି। ଏହି ଆକ୍ରମଣରେ କିଛି ଦଳୀୟ କର୍ମୀ ଆହତ ହୋଇଛନ୍ତି। ସମସ୍ତେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଇମ୍ରାନଙ୍କ ପାଦରେ ୩ରୁ ୪ଟି ଗୁଳି ବାଜିଥିବା ଖବର ମିଳିଛି।

ଇମ୍ରାନ ଖାନ ବର୍ତ୍ତମାନର ସରକାର ବିରୋଧରେ ଲଗାତର ପ୍ରଦର୍ଶନ କରୁଛନ୍ତି। ତୋଶଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ ଦେଶରେ ସ୍ୱାଧୀନତା ପାଇଁ ମୋର୍ଚ୍ଚା ଆରମ୍ଭ କରିଛନ୍ତି। ଆଜି ମଧ୍ୟ ଏଥିପାଇଁ ରାଲି ବାହାରିଥିଲା। ଏଥିଲାଗି ଇମ୍ରାନ ଯେଉଁ କଣ୍ଟନରରେ ବସି ଯାତ୍ରା କରୁଥିଲେ ତା ନିକଟରେ ଗୁଳିକାଣ୍ଡ ହୋଇଥିଲା। ଫଳରେ ଲୋକେ ଧାଁ ଧଉଡ ହୋଇଥିବା ବେଳେ ଇମ୍ରାନଙ୍କୁ କଣ୍ଟୈନରରୁ ଓହ୍ଲାଇ କାରରେ ବସାଇ ହସ୍ପିଟାଲ ନିଆଯାଇଛି।  କିନ୍ତୁ ଏହି ରାଲିରେ ତାଙ୍କ ଉପରେ ଗୁଳିମାଡ ହୋଇଥିଲା। ଇମ୍ରାନଙ୍କ ବ୍ୟତୀତ ପୂର୍ବତନ ରାଜ୍ୟପାଳ ଇମ୍ରାନ ଇସ୍ତେମେଲ ମଧ୍ୟ ଆହତ ହୋଇଛନ୍ତି।

ତେବେ ଗୁଳିମାଡରେ ଇମ୍ରାନଙ୍କ ପାଦରେ ଗୁଳି ବାଜିଛି। ଇମ୍ରାନଙ୍କ ଉପରକୁ ଏକେ ୪୭ରେ ଗୁଳିମାଡ କରାଯାଇଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଆକ୍ରମଣକାରୀ ହାତରେ ଏକେ ୪୭ ଧରିଥିବା ନଜର ଆସିଛନ୍ତି। ପୋଲିସ ଫାୟାରିଂ ପରେ ତୁରନ୍ତ ସେହି ବ୍ୟକ୍ତିଙ୍କୁ ଗିରଫ କରିଛି। ଆଉ ତଦନ୍ତ ଜାରି ରଖିଛି।

Swagatika

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

8 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

24 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

39 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

51 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

52 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago