Categories: ଟେକ୍

ସିମ୍ ନେବା ବେଳେ ଏଜେଂଟ୍ ବାରମ୍ବାର ଆଙ୍ଗୁଠି ସ୍କାନ୍ କରୁଛନ୍ତି କି ? ସାବଧାନ୍, ହୋଇପାରନ୍ତି ବଡ଼ ଠକାମୀର ଶିକାର

ସିମ୍ କାର୍ଡ ନେବା ସମୟରେ ଏଜେଣ୍ଟ ଯଦି ବାରମ୍ବାର ଆପଣଙ୍କ ଅଙ୍ଗୁଠି ସ୍କାନ୍ କରାଉଛି ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ଉତ୍ତରପ୍ରଦେଶରେ ଏକ ନକଲି ସିମ୍ କାର୍ଡ ଗ୍ୟାଙ୍ଗ୍ ଧରା ପଡିଛନ୍ତି । ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସିମ୍ ଦେବା ବେଳେ ଥମ୍ବ ଇମ୍ପ୍ରେସନ୍ ନେବା ନାମରେ ବାରମ୍ବାର ଆଙ୍ଗୁଠି ସ୍କାନ୍ କରୁଥିଲେ ଏମାନେ । ଲୋକଙ୍କୁ ବୋକା ବନାଇ ସେମାନଙ୍କ ଆଇଡିରେ ଏକାଧିକ ସିମ୍ କାର୍ଡ ଆକ୍ଟିଭ୍ କରି ଅଧିକ ଦାମରେ ବିକ୍ରି କରୁଥିଲେ ଅଭିଯୁକ୍ତ ।

ପୋଲିସ୍ ସେମାନଙ୍କ ନିକଟରୁ ୨୬୦ ଚାଲୁ ସିମ୍ ଜବତ କରିଛି । ଲୋକଙ୍କୁ ଅଭିଯୁକ୍ତ ଦାବି କରୁଥିଲେ ଯେ ଆକ୍ଟିଭେଟଡ୍ ସିମକୁ କିଣିଲେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଅର୍ଥାତ୍ ଯେଉଁ ଲୋକ ଅଧିକ ମୂଲ୍ୟରେ ସିମ୍ କାର୍ଡ କିଣୁଥିଲେ ସେମାନଙ୍କୁ ନିଜ ଆଇଡି ଦେବାକୁ ପଡୁନଥିଲା ।  ଠିକ୍ ଆସୁନଥିବା କହି ବାରମ୍ବାର ଆଙ୍ଗୁଠି ଚିହ୍ନ ନେଉଥିଲେ ଅଭିଯୁକ୍ତ । ଜଣକ ଆଇଡିରେ ୫ଟି ସିମ୍ ଆକ୍ଟିଭ୍ କରୁଥିଲେ । ସୂଚନା ମୂତାବକ ଗୋଟିଏ ଗୋଟିଏ ସିମକୁ ପ୍ରାୟ ୩ହଜାର ଟଙ୍କାରେ ବିକ୍ରି କରୁଥିଲେ ଅଭିଯୁକ୍ତ ।

ତେଣୁ ଏହି ଖବର ପଢି ଆପଣ ବି ହୋଇଯାଆନ୍ତୁ ସାବଧାନ୍ । ଆପଣ ବି ଏହି ଠକାମୀର ଶିକାର ହୋଇପାରନ୍ତି । ଆପଣଙ୍କ ଆଇଡିରେ ସିମ୍ ନେଇ ଅପରାଧିକ ମାମଲାରେ ଏହାକୁ ବ୍ୟବହାର କରାଯାଇପାରେ । ଅର୍ଥାତ୍ ଆପଣଙ୍କ ନାଁରେ ଜାରି ହୋଇଥିବା ସିମରେ କିଛି ବି ଅପରାଧ ହୋଇପାରେ ।

କେମିତି ବଂଚିବେ ଠକାମୀରୁ

– ସିମର ପ୍ୟାକେଟ୍ ପ୍ରଥମରୁ ଖୋଲା ନଥିବ

– ନୂଆ ସିମ୍ ନେବା ପରେ ଟେଲି ଭେରିଫିକେସନ୍ କରନ୍ତୁ । ଯଦି ଦୋକାନୀ କିମ୍ବା ଏଜେଂଟ୍ କୁହନ୍ତି ଏହାର କୌଣସି ଆବଶ୍ୟକତା ନାହିଁ ତେବେ ଜାଣନ୍ତୁ କିଛି ଗଡବଡ ଅଛି ।

– ଠିକ୍ ଦୋକାନରୁ ଠିକ୍ ସିମ୍ ଆଣନ୍ତୁ । ସବୁଠାରୁ ଭଲ ହେବ ଯଦି ମୋବାଇଲ୍ ନେଟୱକର୍ କମ୍ପାନୀର ରିଟେଲ୍ ଆଉଟଲେଟରୁ ସିମ୍ ଆଣିବେ ।

– ସିମ୍ ପାଇଁ ଯେଉଁ ଡକ୍ୟୁମେଂଟ୍ ଦେବେ ତା ଉପରେ ପର୍ମାନେଂଟ୍ ମାର୍କରରେ ଦସ୍ତଖତ କରନ୍ତୁ । ଯାହା ଫଳରେ ଏହାକୁ ଦ୍ବିତୀୟ ଥର ବ୍ୟବହାର ହୋଇପାରିବ ନାହିଁ ।

– ବାରମ୍ବାର ଥମ୍ବ ଇମ୍ପ୍ରେସନ୍ ମାଗିଲେ ମନା କରନ୍ତୁ । ଥରେ ହିଁ ଆଙ୍ଗୁଠି ଚିହ୍ନ ଦିଅନ୍ତୁ । ନଚେତ୍ ଅନ୍ୟ ସ୍ଥାନରୁ ସିମ୍ କିଣନ୍ତୁ । ନଚେତ୍ ପୋଲିସରେ ଅଭିଯୋଗ କରନ୍ତୁ ।

KNews Bureau

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

6 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago