ଟେକ୍

WhatsAppରେ କରନ୍ତୁ ଏହି ସେଟିଙ୍ଗ, ଜନ୍ମଦିନରେ ଆପେ ଆପେ ଚାଲିଯିବ ବାର୍ଥଡେ ଓ୍ଵିସ୍

ହ୍ଵାଟ୍ସଆପ୍‌ ଏକ ଏମିତି ଲୋକପ୍ରିୟ ମ୍ୟାସେଜିଙ୍ଗ୍ ଆପ୍, ଯାହା ଜରିଆରେ ଲୋକେ ଯେତେେ ବ୍ୟସ୍ତ ଥିଲେ ବି ଜଣେ ଜଣଙ୍କ ସହିତ ସହଜରେ କ ଥା ହୋଇପାରୁଛନ୍ତି। କିନ୍ତୁ ଅନେକ ଥର ଏମିତି ବି ହୋଇଥାଏ ଯେତେବେଳେ ଆମେ ନିଜ ପ୍ରିୟ ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ଜନ୍ମଦିନ ଶୁଭେଚ୍ଛା କରିବାକୁ ଭୁଲିଯାଇଥାଉ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ତରିକା ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କୁ ବାର୍ଥଡେ ଓ୍ଵିସ କରିବା ପାଇଁ ଆଉ ରାତି ୧୨ଟା ଯାଏଁ ଅନିଦ୍ରା ରହିବାକୁ ପଡିବନି। ଭୁଲିଯିବାର ମଧ୍ୟ ଟେନସନ୍ ରହିବନାହିଁ। ତାହେଲେ ଆସନ୍ତୁ ଜାଣିବା କ’ଣ ଏହି ତରିକା।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟ୍ସଆପ୍‌ ନିଜ ୟୁଜର୍ସଙ୍କ ସୁବିଧା ପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ଫିଚର ନେଇ ଆସୁଛି। ଯାହାଦ୍ୱାରା ଚାଟିଙ୍ଗ୍, ଭିଡିଓ କଲିଙ୍ଗ୍ ଏବଂ ବିଜନେସ୍ ସମ୍ବନ୍ଧିତ ଅନେକ କାମ ସହଜରେ ହୋଇଯାଏ। କିନ୍ତୁ ଯେତେବେଳେ କୌଣସି ମେସେଜକୁ ସିଡ୍ୟୁଲ କରିବାକୁ ଥାଏ ସେତେବେଳେ ୟୁଜର ଚିନ୍ତାରେ ପଡିଯାନ୍ତି। ହ୍ଵାଟ୍ସଆପ୍‌ ରେ ସିଡ୍ୟୁଲ ମେସେଜ୍ ଫିଚର ପାଇବା ପାଇଁ କିଛି ସହଜ ଉପାୟ ରହିଛି ଯାହା ସାହାଯ୍ୟରେ ଆପଣ ମେସେକୁ ସିଡ୍ୟୁଲ କରିପାରିବେ। ଯଦି ଆପଣଙ୍କୁ ରାତି ୧୨ଟାରେ କାହାକୁ ବାର୍ଥଡେ ଓ୍ଵିସ୍ କରିବାର ଥିବ କିମ୍ବା କୌଣସି ମିଟିଙ୍ଗ ସମ୍ବନ୍ଧିତ ମେସେଜ୍ କରି ବାକୁ ଥିବ ତାହେଲେ ଏହି ଟ୍ରିକ ଆପଣଙ୍କ ପାଇଁ ବଡ଼ କାମରେ ଆସିବ।

ଆଣ୍ଡ୍ରଏଡ୍ ଫୋନରେ ଏମିତି କରନ୍ତୁ ମେସେଜ୍ ସିଡ୍ୟୁଲ୍

  1. ଏଥିପାଇଁ ଆପଣଙ୍କୁ ପ୍ରଥମେ ଗୁଗଲ ପ୍ଲେ ଷ୍ଟୋରକୁ ଯିବାକୁ ହେବ। ଏକ ଥାର୍ଡ ପାର୍ଟି ଆପ୍ SKEDitକୁ ଡାଉନଲୋଡ୍ କରିବାକୁ ହେବ। ଡାଉନଲୋଡ କରିବା ପରେ ଆପକୁ ଓପନ କରନ୍ତୁ ଏବଂ Sign Up କରନ୍ତୁ।
  2. Login କରିବା ପରେ ମେନ ମେନ୍ୟୁରେ ଦିଆଯାଇଥିବା ହ୍ଵାଟ୍ସଆପ୍‌ ବିକଳ୍ପ ଉପରେ ଟ୍ୟାପ୍ କରନ୍ତୁ। ଏବେ ଆପଣଙ୍କୁ କିଛି ପରମିସନ୍ ଦେବାକୁ କୁହାଯିବ।
  3. ଯାହାପରେ Enable Accessibility ଉପରେ କ୍ଲିକ କରିବାକୁ ହେବ ଏବଂ ଏହାପରେ Use service ଉପରେ ଟ୍ୟାପ୍ କରିବାକୁ ହେବ।
  4. ଯେତେବେଳେ ଆପଣ ଯାହାକୁ ବି ହ୍ଵାଟ୍ସଆପ୍‌ ଚାଟରେ ମେସେଜ୍ ସିଡ୍ୟୁଲ କରିବାକୁ ଚାହୁଁଛନ୍ତି ସେତେବେଳେ ସେହି କଣ୍ଟାକ୍ଟଙ୍କ ନାମ ଲେଖନ୍ତୁ। ଏହାପରେ ମେସେଜ୍ ଟାଇପ୍ କରନ୍ତୁ। ସମୟ ଏବଂ ଦିନ ସେଟ୍ କରନ୍ତୁ। ବାସ୍‌ ହୋଇଗଲା ଆପଣଙ୍କ କାମ । ଏବେ ଠିକ୍‌ ସମୟରେ ଆପଣଙ୍କ ଠାରୁ ଆପଣଙ୍କ ବନ୍ଧୁଙ୍କୁ ମିଳଯିବ ମେସେଜ୍‌ ।
Pritiparna

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

5 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

8 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

15 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

17 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

53 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago