ଟେକ୍

ଗରମରୁ ତ୍ରାହି ପାଇବା ପାଇଁ ଆଣନ୍ତୁ ଏହି AC ଜ୍ୟାକେଟ୍‌ , ଆମାଜନ ଏବଂ ଫ୍ଲିପକାର୍ଟରେ ମିଳୁଛି ଭାରି ଡିସକାଉଣ୍ଟ

କୌଣସି ସ୍ଥାନକୁ ଯିବା ପୂର୍ବରୁ ଆପଣ ନିଶ୍ଚିତ ଚିନ୍ତା କରୁଥିବେ ଯେ ଏତେ ଖରାରେ ବାହାରକୁ କେମିତି ଯିବେ । ଏପରି ପରିସ୍ଥିତିରେ ଆପଣ ବାହାରକୁ ଯିବାର ପ୍ଲାନକୁ ବେଳେବେଳେ କ୍ୟାନ୍ସଲ କରନ୍ତି । କିନ୍ତୁ ଆମେ ଆପଣଙ୍କୁ ଏକ ବଢ଼ିଆ ଡିଭାଇସ୍‌ ବିଷୟରେ କହିବାକୁ ଯାଉଛୁ । ଏହି ଡିଭାଇସକୁ ବ୍ୟବହାର କରି ଆପଣ ଟାଇଁ ଟାଇଁ ଖରାରେ ବି ଆରାମରେ ବାହାରେ ବୁଲି ପାରିବେ ଆଉ ଥଣ୍ଡା ପବନର ମଜା ନେଇ ପାରିବେ । ସବୁଠାରୁ ବଡ଼ କଥା ହେଉଛି ଏହି ଡିଭାଇସକୁ ଆପଣଙ୍କୁ ଧରିବାକୁ ପଡ଼ିବନି । ଏହାକୁ ପିନ୍ଧି ଆପଣମାନେ ଏହାର ଲାଭ ଉଠାଇ ପାରିବେ । ଆମେ ଯେଉଁ ଡିଭାଇସ୍‌ ବିଷୟରେ କହୁଛୁ ତାହା ଡ୍ରେସରେ ଫିଟ ହୋଇ ରହିଛି । ତେବେ ଏହି ଡ୍ରେସର ନାଁ ହେଉଛି ଏୟାର କଣ୍ଡିସନର୍‌ ଜ୍ୟାକେଟ । ଏହି ଜ୍ୟାକେଟକୁ ଆପଣ ଯେକୌଣସି ସ୍ଥାନରେ ପିନ୍ଧି ପାରିବେ । ଏହି ଜ୍ୟାକେଟ୍ ପିନ୍ଧିବା ପରେ ଆପଣଙ୍କୁ ଲାଗିବ ଆପଣ ଯେମିତି ଏସି କିମ୍ବା କୁଲର୍ ପିନ୍ଧିଛନ୍ତି । ଏହି ଜ୍ୟାକେଟ୍ କିପରି କାମ କରେ, ଏହାର ଦାମ୍‌ କେତେ ଏବଂ ଆପଣ ଏହାକୁ କେମିତି କିଣିବେ ଆସନ୍ତୁ ଜାଣିବା ।

ଏୟାର କଣ୍ଡିସନର ଜ୍ୟାକେଟ୍‌:
ଯଦି ଆପଣ ନିଜ ପାଇଁ ଏୟାର କଣ୍ଡିସନରର ଏହି ଜ୍ୟାକେଟ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ଅନଲାଇନ୍ ଇ-କମର୍ସ ପ୍ଲାଟଫର୍ମ ଆମାଜନ ଏବଂ ଫ୍ଲିପକାର୍ଟରୁ କିଣି ପାରିବେ । ଏହି ଜ୍ୟାକେଟର ରିଏଲ ପ୍ରାଇସ୍‌ ୨୦,୧୮୪ ଟଙ୍କା କିନ୍ତୁ ଆପଣ ଏହାକୁ ୩୧ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୧୩,୯୨୦ ଟଙ୍କାରେ କିଣି ପାରିବେ । ପ୍ଲାଟଫର୍ମ ଆପଣଙ୍କୁ ଆହୁରି ଅନେକ ବ୍ୟାଙ୍କ ଡିସକାଉଣ୍ଟ ଅଫର କରୁଛି । ଆପଣ ଏହି ଜ୍ୟାକେଟ୍କୁ ନୋ କଷ୍ଟ EMI ରେ ମଧ୍ୟ କିଣିପାରିବେ, ଯାହାର ମାସିକ EMI ମାତ୍ର ୬୨୬ ଟଙ୍କା ହେବ ।

ଯଦି ଆମେ ଏହି ଜ୍ୟାକେଟର ଫିଚର ବିଷୟରେ କହିବା ତେବେ ଏହି ଜ୍ୟାକେଟରେ ୧୦,୦୦୦ mAhର USB ବ୍ୟାଟେରୀ ଅଛି, ଯେଉଁଥିରେ ଆପଣ ୨ ଟି ଫ୍ୟାନ୍‌ ଏବଂ ଏକ କେବୁଲ୍ ପାଇପାରିବେ । ଏହି ଜ୍ୟାକେଟକୁ ଆପଣ ପ୍ରତିଦିନ ୧୩ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହା ଏକ ୱାଟରପ୍ରୁଫ୍ ଜ୍ୟାକେଟ୍ ହୋଇଥିବାରୁ ଆପଣ ଏହାକୁ ବର୍ଷା ସମୟରେ ବି ବ୍ୟବହାର କରିପାରିବେ ।

ବିଆରଆରଏଫ୍‌ େଓ୍ଵରଏବଲ୍‌ ଫ୍ୟାନ୍‌ :

୯ ବ୍ଲେଡ୍ ରହିଥିବା ଫ୍ୟାନ୍ ସହିତ ଏହି ଜ୍ୟାକେଟ୍ ପିନ୍ଧିଲେ ଆପଣ ଜମା ବି ଗରମ ଅନୁଭବ କରିବେ ନାହିଁ । ଏହି ଜ୍ୟାକେଟ୍ ସ୍ଲିଭଲେସ୍ ରହିଛି ଅର୍ଥାତ ଏହି ଜ୍ୟାକେଟରେ ହାତ ଦିଆଯାଇ ନାହିଁ । ଏଥିରେ ୧୦,୦୦୦ mAh ବ୍ୟାଟେରୀ ମିଳିବ । ଏହି ଜ୍ୟାକେଟକୁ ଉଭୟ ପୁଅ ଏବଂ ଝିଅ ପିନ୍ଧିପାରିବେ । ଏହି ଜ୍ୟାକେଟ୍ ବହୁତ ଷ୍ଟାଇଲିସ୍ ଏବଂ ଆପଣ ଏଥିରେ ଭଲ କଲର ଅପ୍ସନ ବି ପାଇବେ । ଏହି ଜ୍ୟାକେଟରେ ଆପଣ ୪ ରନିଂ ସ୍ପିଡ୍ ମୋଡ୍ ପାଇବେ । ଏହି ଜ୍ୟାକେଟ୍ ୧୪ ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍ ଦେଇପାରେ କିନ୍ତୁ ଏହା କେତେ ସମୟ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ ଏହାର ସ୍ପିଡ୍‌ ଉପରେ ନିର୍ଭର କରେ । ଏହି କୁଲିଂ ଜ୍ୟାକେଟର ରିଏଲ ପ୍ରାଇସ୍‌ ହେଉଛି ୫,୯୯୯ ଟଙ୍କା କିନ୍ତୁ ଆପଣ ଏହାକୁ ଆମାଜନରୁ ୨୦ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୪,୭୯୯ ଟଙ୍କାରେ କିଣି ପାରିବେ ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago