ଟେକ୍

BSNLର ଦମଦାର ପ୍ଲାନ୍ ଆଗରେ ଫିକା ପଡିଲା Jio, ୨୫୦ରୁ କମ୍‌ ଟଙ୍କାରେ ଦେଉଛି ୫୦ ଜିବି ଡାଟା ସହ ଫ୍ରି କଲିଂ

ଭାରତର ସର୍ବବୃହତ ଘରୋଇ ଟେଲିକମ୍ କମ୍ପାନୀ ଜିଓ ଏବଂ ଏକମାତ୍ର ସରକାରୀ ପରିଚାଳିତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏବେ ଅନେକ ଦାମଦାର ପ୍ଲାନ ଅଫର କରୁଛି। ଏହି ପର୍ଯ୍ୟାୟରେ, ଆଜି ଆମେ ଆପଣଙ୍କୁ Jio ଏବଂ BSNL ର ଏକ ପ୍ଲାନ ବିଷୟରେ କହୁଛୁ ଯାହା ୨୫୦ରୁ କମ୍, କିନ୍ତୁ ତଥାପି ଏହା ମହଙ୍ଗା ପ୍ଲାନ ପରି ସେବା ଯୋଗାଏ । ଆସନ୍ତୁ ଏହି ପ୍ଲାନ ଗୁଡିକ ବିଷୟରେ ବିସ୍ତୃତ ଭାବରେ ଜାଣିବା।

ବିଏସ୍‌ଏନ୍‌ଏଲ୍‌ର ୨୪୭ ଟଙ୍କିଆ ପ୍ଲାନ୍‌ରେ କୌଣସି ଦୈନିକ ଡାଟା ଲିମିଟ୍ ନଥାଇ ୫୦ ଜିବି ହାଇସ୍ପିଡ୍ ଡାଟା ଦିଆଯାଉଛି। ଅର୍ଥାତ ୟୁଜର୍ସ ମାନେ ସମଗ୍ର ୫୦ ଜିବି ଡାଟା ବ୍ୟବହାର କରିପାରିବେ । ଏହାପରେ ଇଣ୍ଟର୍‌ନେଟ୍ ସ୍ପିଡ୍ 80Kbps ପର୍ଯ୍ୟନ୍ତ କମ୍ ହୋଇଯିବ ଏହି ପ୍ଲାନ ୩୦ ଦିନ ପାଇଁ ରହିବ। କେବଳ ସେତିକି ନୁହେଁ, ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍ ଭଏସ୍ କଲ୍ ସହିତ Eros Now ସବସ୍କ୍ରିପ୍‌ସନ ମାଗଣାରେ ଦିଆଯିବ। ତା ସହିତ ଗ୍ରାହକଙ୍କ ପାଇଁ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ମଧ୍ୟ ଏହି ପ୍ୟାକ୍‌ରେ ଉପଲବ୍ଧ ରହିଛି।

ଜିଓ ୨୪୯ ଟଙ୍କା ପ୍ଲାନରେ ୨୩ ଦିନର ବୈଧତା ରହିଛି। ଏହି ପ୍ଲାନରେ ପ୍ରତିଦିନ ୨ଜିବି ହାଇ ସ୍ପିଡ୍ ଇଣ୍ଟରନେଟ୍ ଡାଟା ସହିତ ଆସିଥାଏ । ଏହା ସହିତ, ଜିଓ ଏହାର ଉପଭୋକ୍ତାମାନଙ୍କୁ ଅସୀମିତ ଭଏସ୍ କଲିଂ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ଦିଆଯାଇଛି। ଏହି ରିଚାର୍ଜ ସହିତ,JioTV ଓ JioCinema ଭଳି ସହିତ ଅନେକ କିଛି ମାଗଣା ଆକ୍ସେସ୍ ମିଳିବ।

>> BSNL ୨୪୭ ଟଙ୍କା ରିଚାର୍ଜ ପ୍ଲାନରେ ଡାଟାର କୌଣସି ଲିମିଟ ନାହିଁ । ଅନ୍ୟପକ୍ଷରେ, ଜିଓ ୨୪୯ ଟଙ୍କା ରିଚାର୍ଜ ପ୍ଲାନରେ ହାଇ ସ୍ପିଡ୍ ଡାଟା ପ୍ରତିଦିନ 2GB ରେ କ୍ୟାପ୍ କରେ । ଥରେ 2GB ଡାଟା ସରିଯିବା ପରେ, ହାଇ ସ୍ପିଡ୍ ଡାଟା ଉପଭୋଗ କରିବାକୁ ଜଣକୁ ପରଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

>> BSNL ର ୨୪୭ ଟଙ୍କା ରିଚାର୍ଜ ପ୍ଲାନରେ ସମୁଦାୟ ୫୦ ଜିବି ଡାଟା ପ୍ରଦାନ କରାଯାଇଥିବାବେଳେ ଜିଓର ୨୪୯ ଟଙ୍କା ରିଚାର୍ଜ ପ୍ଲାନରେ ମୋଟ ୪୬ ଜିବି ଡାଟା ପ୍ରଦାନ କରାଯାଇଛି ।

>> BSNL ୨୪୭ ଟଙ୍କା ପ୍ଲାନରେ ଶସ୍ତା ଏବଂ ୩୦ ଦିନର ବୈଧତା ପ୍ରଦାନ କରୁଥିବାବେଳେ Jio ୨୪୭ ଟଙ୍କା ରିଚାର୍ଜ ପ୍ଲାନ ଟିକେ ମହଙ୍ଗା ଏବଂ ମାତ୍ର ୨୩ ଦିନର ବୈଧତା ପ୍ରଦାନ କରେ ।

>> ଜିଓ ୨୪୯ ଟଙ୍କା ରିଚାର୍ଜ ପ୍ଲାନ ସହିତ 4G ସ୍ପିଡ୍ ଉପଭୋଗ କରିବାକୁ ସକ୍ଷମ ହୋଇଥିବାବେଳେ BSNL କେବଳ 3G ଏବଂ 2G ସ୍ପିଡ୍ ପ୍ରଦାନ କରିବ ।

ଯଦି ଆପଣ 3G ସ୍ପିଡ୍‌ରେ ସନ୍ତୁଷ୍ଟ ତେବେ BSNLର ୨୪୭ ଟଙ୍କିଆ ପ୍ୟାକ୍‌ ଜିଓର ୨୪୯ ଟଙ୍କିଆ ପ୍ଲାନ୍‌ ଠାରୁ ଅନେକ ଗୁଣରେ ଭଲ ରହିଛି।

Barsha

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

18 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

26 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

43 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago