Categories: ଟେକ୍

କ୍ୟାମେରା ଆପ୍‌ ବ୍ୟବହାର କରୁଥିଲେ ଏବେଠୁ ହୁଅନ୍ତୁ ସାବଧାନ, ଏହି ସବୁ ଆପ୍‌ ଚୋରି କରିସାରିଲାଣି ୧୪୦ କୋଟି ଲୋକଙ୍କ ଡାଟା

ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ବିପଦ ସାମ୍ନାକୁ ଆସିଛି। ଏଥିରେ କେବଳ ସେହି ୟୁଜରଙ୍କୁ ସାବଧାନ ରହିବାକୁ ପଡ଼ିବ ଯେଉଁମାନେ ଫଟୋ ଏଡିଟ୍‌ କରିବାକୁ ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରୁଛନ୍ତି। ଯଦି ଆପଣ ବି ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରି ଫଟୋ ଏଡିଟ୍‌ କରୁଛନ୍ତି ତେବେ ଏବେ ଠୁ ସାବଧାନ ରୁହନ୍ତୁ। ଏକ ରିସର୍ଚ୍ଚରେ ଏମିତି ୩୦ଟି ଆଣ୍ଡ୍ରଏଡ୍‌ କ୍ୟାମେରା ଆପ୍‌ ବିଷୟରେ ସୂଚନା ମିଳିଛି ଯେଉଁଥିରେ ଭାଇରସ୍‌ ଥିବା ଦେଖିବାକୁ ମିଳିଛି। ଏହି ଆପ୍‌ ୟୁଜରଙ୍କ ଡାଟା ଚୋରି କରିବା ସହ ତାଙ୍କ ଲୋକେସନ୍‌କୁ ମଧ୍ୟ ଲଗାତାର ଟ୍ରାକ୍‌ କରିଥାଏ।

ଏହି ସମସ୍ତ ମାଲବେୟାର ଆପ୍‌ ଗୁଗଲ ପ୍ଲେ ଷ୍ଟୋରରେ ଅଛନ୍ତି। ରିପୋର୍ଟ ମୁତାବକ ଏହି ଆପ୍‌ ୟୁଜରଙ୍କ ଡାଟାକୁ ସଂଗ୍ରହ କରିବା ସହ ତାହାକୁ ବିକ୍ରି କରିଥାନ୍ତି। ଏଥିସହ ଏହା ୟୁଜର୍ସଙ୍କୁ ମଲିସସ୍‌ ବିଜ୍ଞାପନ ଦେଖାଇ ଫିସିଂ ୱେବ୍‌ସାଇଟ୍‌ରେ ବି ରିଡାଇରେକ୍ଟ କରିଥାଏ। ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି ସାରା ଦୁନିଆରେ ୧୪୦ କୋଟି ସ୍ମାର୍ଟଫୋନ୍‌ରେ ଏହି ଆପ୍‌ ଡାଉନ୍‌ଲୋଡ୍‌ କରାଯାଇସାରିଛି। ଏହି ଆପ୍‌ ମଧ୍ୟରେ କେତେକ ଲୋକପ୍ରିୟ ଆପ୍‌ ମଧ୍ୟ ରହିଛି ଯାହାକୁ ୩୦ କୋଟି ଥର ଇନ୍‌ଷ୍ଟଲ କରାଯାଇଛି।

ସାଇବର ନ୍ୟୁଜ୍‌ ଅନୁସାରେ ୩୦ରୁ ୧୬ଟି ଆପ୍‌କୁ ହଂକଂରେ ଡେଭଲପ୍‌ କରାଯାଇଛି। ରିପୋର୍ଟରେ କେତେକ ଚୀନୀ ଆପ୍‌ ବିଷୟରେ ମଧ୍ୟ କୁହାଯାଇଛି ଯେଉଁମାନେ ମାରାତ୍ମକ ଆଣ୍ଡ୍ରଏଡ୍‌ ଟ୍ରୋଜନ୍‌କୁ ଅଧିକରୁ ଅଧିକ ବ୍ୟବହାର କରିବାକୁ ପ୍ରବର୍ତ୍ତାଉଛନ୍ତି। ଏହି ଆପ୍‌ ସ୍ମାର୍ଟଫୋନ୍‌ ୟୁଜରଙ୍କ ଡାଟା ଚୋରି କରିବା ସହ ମାଇକ୍ରୋଫୋନ୍‌ ଓ କ୍ୟାମେରାକୁ ବି ଆକ୍ଟିଭ୍‌ କରିଥାନ୍ତି।

ରିପୋର୍ଟ ମୁତାବକ Coocent, KX Camera Team, Dream Room ଭଳି ଡେଭଲପର ୟୁଜରଙ୍କ ଡାଟା ଚୋରି କରି ବିକ୍ରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରିଥାନ୍ତି। ଲୋକେସନ୍‌ ଟ୍ରାକ୍‌ କରୁଥିବା ହେଭଲପର ମାସକୁ ୪୦୦୦ ଡଲାର ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି।

ଏହି ଆପ୍‌କୁ ତୁରନ୍ତ କରନ୍ତୁ ଅନ୍‌ଇନ୍‌ଷ୍ଟଲ:

BeautyPlus

BeautyCam

Beauty Camera

Selfie Camera

Beauty Camera Plus

Beauty Camera- Selfie Camera & Photo Editor

YouCam Perfect

Sweet Snap

Sweet Selfie Snap

Beauty Camera- Selfie Camera with Photo Editor

Beauty Camera- Best Selfie Camera & Photo Editor

B612-Beauty & Filter Camera

Face Makeup Camera & Beauty Photo Makeup Editor

Sweet Selfie- Selfie Camera & Makeup Photo Editor

HD Camera Selfie Beauty Camera

Z Beauty Camera

Candy Camera

Pretty Makeup

Beauty Photo Editor & Selfie Camera

Bestie- Camera360 Beauty Cam

Photo Editor- Beauty Camera

Photo Editor- Beauty Camera

Beauty Makeup, Selfie Camera Effects & Photo Editor

Selfie Cam- Bestie Makeup Beauty Camera & Filters

WCW 11

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

3 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

32 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

51 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

59 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago