ଟେକ୍

ଭାରତରେ ଲଞ୍ଚ ହେଲା 2021ର ସବୁଠୁ ଶସ୍ତା 5G ସ୍ମାର୍ଟଫୋନ Xiaomi Mi 10i

ସାଓମୀ ଇଣ୍ଡିଆ କମ୍ପାନୀ 2021ର ପ୍ରଥମ 5ଜି ସ୍ମାର୍ଟଫୋନ Mi 10i ଲଞ୍ଚ କରିଛି । ଏହା ହେଉଛି ବର୍ଷ 2021ର ପ୍ରଥମ ସ୍ମାର୍ଟଫୋନ । ଭାରତୀୟ ୟୁଜର୍ସଙ୍କ ଚାହିଦା ଅନୁଯାୟୀ ଏହାକୁ ଡ଼ିଜାଇନ କରାଯାଇଥିବା ନେଇ କହିଛନ୍ତି କମ୍ପାନୀ ଅଧିକ୍ଷକ । ଏଥିରେ ୧୦୮ ମେଗାପିକସଲ ସେନ୍ସର ଦିଆଯାଇଥିବା ଜଣାଯାଇଛି । Mi 10i ର ୪ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ଭେରିୟାଣ୍ଟର ମୂଲ୍ୟ ୨୦ ହଜାର ୯୯୯ ଟଙ୍କା ଓ ୬ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୨୧ ହଜାର ୯୯୯ ଟଙ୍କା ରହିବା ନେଇ ସୂଚନା ମିଳିଛି । ଆସନ୍ତା ୭ ତାରିଖ ରାତି ୧୨ ଠାରୁ ଏହି ଫୋନ ଏମଆଇ ସାଇଟ, ଏମଆଇ ଷ୍ଟୋର, ଆମାଜନ ଇଣ୍ଡିଆରେ ଆରମ୍ଭ ହୋଇଯିବ ।

ଫୋନ୍କୁ ପାସିଫିକ ସନରାଇଜ, ମିଡ଼ନାଇଟ ବ୍ଲାକ, ଆଟଲାଣ୍ଟିକ ବ୍ଲୁ ପରି ରଙ୍ଗରେ ଗ୍ରାହକ ମାନେ ପାଇପାରିବେ । ଲଂଚିଙ୍ଗ ଅଫରରେ ଗ୍ରାହକଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତର ଦିଆକାଉଣ୍ଟ ବି ମିଳିପାରିବ । ଫୋନରେ ୬.୬୭ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେ ଦିଆ ଯାଇଥିବା ବେଳେ ଏହାର ରିଜୋଲୁସନ 1080X 2400 ପିକସଲ ପର୍ଯ୍ୟନ୍ତ ରହିବ । ଡିଷ୍ପ୍ଲେ ସହିତ ୱାଟର ଡ୍ରପ ନଚ ପରି ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି । ଫ୍ରଣ୍ଟ ଓ ବ୍ୟାକ ଉଭୟ ପଟର ପ୍ରୋଟେକ୍ସନ ପାଇଁ ଗରିଲା ଗ୍ଲାସ ୫ ପ୍ରୋଟେକ୍ସନ ଦିଆଯାଇଛି । ଫୋନରେ ସ୍ନାପଡ୍ରାଗନ ୭୫୦G ପ୍ରୋସେସର ଅଛି ।

ଏସବୁ ବ୍ୟତୀତ ଏହି ଫୋନରେ ଚାରି ଚାରିଟି ରିୟର କ୍ୟାମେରା ଅଛି । ମେନ ଲେନ୍ସ ୧୦୮ ମେଗାପିକ୍ସଲ ହେବ । ଦ୍ଵିତୀୟ ଲେନ୍ସ ୧୬ ମେଗାପିକସଲ ହେବ । ଏସବୁ ବ୍ୟତୀତ 4k ଭିଡିଓ ରେକର୍ଡିଙ୍ଗ ସୁବିଧା ମଧ୍ୟ ରହିଛି ।  4820mAh ଦମଦାର ବ୍ୟାଟେରୀ ରହିଛି ଯାହା ୩୩
ୱାଟର ଫାଷ୍ଟ ଚାରଜିଙ୍ଗ ସପୋର୍ଟ ଦେଇପାରିବ । ମାତ୍ର ୩୦ ମିନିଟରେ ଏହା ଫୁଲ ଚାର୍ଜ ହୋଇପାରିବାର କ୍ଷମତା ରଖିଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago