ସ୍ପେଶାଲ

ପଞ୍ଚାମୃତ ଈଶ୍ୱରଙ୍କୁ ପ୍ରସନ୍ନ କରିବା ସହିତ ଆପଣଙ୍କ ଭାଗ୍ୟକୁ ବି ଚମକାଇ ଦେବ, ଜାଣନ୍ତୁ ୧୦ଟି ଫାଇଦା

ହିନ୍ଦୁ ଧର୍ମରେ ଅଧିକାଂଶ ଶୁଭ କାର୍ଯ୍ୟରେ ପଞ୍ଚାମୃତ ବ୍ୟବହାର କରାଯାଇଥାଏ। ଏହାକୁ ଦୁଧ, ଦହି, ଘିଅ, ଚିନି ଓ ମହୁର ମିଶ୍ରଣରେ ପ୍ରସ୍ତୁତ କରାଯାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପଞ୍ଚାମୃତରେ ମିଶୁଥିବା ଏହି ୫ଟି ଜିନିଷ ଈଶ୍ୱରଙ୍କୁ ପ୍ରସନ୍ନ କରିବା ସହିତ ଆପଣଙ୍କ ଭାଗ୍ୟକୁ ମଧ୍ୟ ଚମକାଇପାରେ। ଆଜି ଆମେ ଆପଣଙ୍କୁ ପଞ୍ଚାମୃତର ଲାଭ ବିଷୟରେ କହିବୁ।

୧. ପଞ୍ଚାମୃତରେ କ୍ଷୀର ବ୍ୟବହାର ହୋଇଥାଏ। ଏହାକୁ ଶୁଭ୍ରତାର ପ୍ରତୀକ କୁହାଯାଇଥାଏ। ଏଣୁ ପୂଜା ପରେ ଏହାକୁ ସେବନ କଲେ ବ୍ୟକ୍ତିର ରାଗ ଶାନ୍ତ ହୋଇଥାଏ ଏବଂ ମସ୍ତିଷ୍କର ଶକ୍ତି ବଢ଼ିଥାଏ।

୨. ଯଦି ଆପଣଙ୍କ କାମରେ ବାଧା ଉପୁଜୁଛି, ତା’ହେଲେ ପଞ୍ଚାମୃତକୁ ଘରର ସବୁ କୋଣରେ ସିଞ୍ଚନ କରି ଦିଅନ୍ତୁ। ଏହାଦ୍ୱାରା ନକାରାତ୍ମକତା ଦୂର ହୋଇଯିବ।

୩. ପଞ୍ଚାମୃତରେ ଦହି ପ୍ରୟୋଗ ହୋଇଥାଏ। ଏହାର ଗୁଣ ହେଉଛି, ଅନ୍ୟକୁ ନିଜ ଭଳି ବନାଇବା। ଏହାକୁ ସେବନ କଲେ ବ୍ୟକ୍ତିଠାରେ ସଦଗୁଣର ବିକାଶ ହୋଇଥାଏ।

 

୪. ଯେଉଁ ଲୋକଙ୍କ ମନ କୌଣସି କାମରେ ଲାଗି ନ ଥାଏ, ତାଙ୍କୁ ପଞ୍ଚାମୃତ ପିଇବା ଉଚିତ। ଏହାକୁ ନିଜ ବିରୋଧୀଙ୍କୁ ଦେଲେ ସେ ଆପଣଙ୍କ ଉପରେ ଖୁସି ହେବେ। ଏହାଦ୍ୱାରା ଆପଣଙ୍କ କାମ ମଧ୍ୟ ସହଜରେ ହୋଇଯିବ।

୫. ଘିଅର ପ୍ରୟୋଗ ହେତୁ ପଞ୍ଚାମୃତ ସ୍ନେହ ବଢ଼ାଇଥାଏ। ଏହାକୁ ସେବନ କଲେ ପରିବାର ପ୍ରତି ବ୍ୟକ୍ତିର ଦାୟିତ୍ୱବୋଧ ବଢ଼ିଥାଏ। ଏହାସହିତ ଈଶ୍ୱରଙ୍କର ବି କୃପା ରହିଥାଏ।

୬. ଯଦି ଆପଣଙ୍କ ଘରେ ସବୁବେଳେ କଳି, ଝଗଡ଼ା ଲାଗି ରହୁଛି, ତା’ହେଲେ ପରିବାର ସଦସ୍ୟ ଗୁରୁବାର ବ୍ରତ ପୂଜନ ପରେ ପଞ୍ଚାମୃତ ପିଇବା ଉଚିତ। ଏହାଦ୍ୱାରା ପରିବାର ଲୋକଙ୍କ ମଧ୍ୟରେ ତାଳମେଳ ବଜାୟ ରହିବ।

 

୭. ଏଥିରେ ଚିନି ବ୍ୟବହାର ହୋଇଥାଏ। ଏହା ମଧୁରତା ବଢ଼ାଇଥାଏ, ଯଦ୍ଦ୍ୱାରା ବୈବାହିକ ଜୀବନ ବଢ଼ିଆ ରହିଥାଏ।

୮. ଯେଉଁ ଲୋକଙ୍କୁ ତାଙ୍କ ଭାଗ୍ୟ ସାଥ ଦେଇ ନ ଥାଏ, ସେମାନେ ସୋମବାର ଦିନ ଭଗବାନ ଶିବଙ୍କୁ ପଞ୍ଚାମୃତ ଚଢାଇବା ଉଚିତ। ଏହାପରେ ଏହାକୁ ପିଇବା ଉଚିତ। ଏହାଦ୍ୱାରା ଆପଣଙ୍କ ଭାଗ୍ୟ ଚମକିବ।

୯. ଯଦି ଆପଣଙ୍କ ପାଖରେ ପଇସା ରହୁନି, ତା’ହେଲେ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଚଢ଼ାଯାଇଥିବା ପଞ୍ଚାମୃତକୁ ୧୦୦ ଟଙ୍କିଆ ନୋଟ ଉପରେ ସିଞ୍ଚନ କରି ଦିଅନ୍ତୁ। ଏବେ ଏହାକୁ ପୁଟୁଳିରେ ବାନ୍ଧି ଲକରରେ ରଖି ଦିଅନ୍ତୁ। ଏହାଦ୍ୱାରା ଧନ ବୃଦ୍ଧି ଘଟିବ।

୧୦. ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟ ସବୁବେଳେ ବେମାର ରହୁଛନ୍ତି, ତେବେ ରବିବାର ଦିନ ତାଙ୍କୁ ପଞ୍ଚାମୃତ ପିଆନ୍ତୁ। ଏମିତି କଲେ ଜଲଦି ରୋଗ ଭଲ ହୋଇଯିବ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago