ଟେକ୍

ଚୀନ୍‌ ଲଞ୍ଚ କଲା ଏମିତି ଆପ୍‌, ଯିଏ ଜଣାଇବ ଆପଣଙ୍କୁ କରୋନା ଭାଇରସ ହୋଇଛି ନା ନାହିଁ

ସାରା ଦୁନିଆକୁ ଭୟର ସଞ୍ଚାରରେ ରଖିଥିବା କରୋନା ଭାଇରସ୍‌ ଦିନକୁ ଦିନ ଆହରି ଭୟଙ୍କର ହେବାରେ ଲାଗିଛି। ଲୋକମାନେ ଏହାଠାରୁ ନିଜକୁ ତଥା ନିଜ ପୋଷା ଜୀବ ଜନ୍ତୁଙ୍କୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧାଉଛନ୍ତି। ସମୟ ସହିତ ଏହି ଭାଇରସର ଭୟ ବଢ଼ିବାରେ ଲାଗିଛି। ଏମିତିରେ ଚୀନ ଦ୍ୱାରୀ ନିକଟରେ ‘କ୍ଲୋଜ କଣ୍ଟାକ୍ଟ ଡିଟେକଟର’ ନାମକ ଏକ ଆପ୍‌ ଲଞ୍ଚ କରାଯାଇଛି। ଯାହାଦ୍ୱାରା କରୋନା ଭାଇରସର ପତ୍ତା ଲଗାଇବାରେ ସାହାଯ୍ୟ ମିଳିବ। ଯଦି ଆପଣ କୌଣସି କରୋନା ଭାଇରସ ସମ୍ପର୍କିତ ବ୍ୟକ୍ତିଙ୍କ ପାଖକୁ ଆସନ୍ତି ତେବେ ଏହି ଆପ୍‌ ଆପଣଙ୍କୁ ଆଲର୍ଟ କରିବ ଏବଂ ନିକଟସ୍ଥ କୌଣସି ହସପିଟାଲକୁ ଯିବାକୁ ପରାମର୍ଶ ଦେବ।

କୋଡ ସହିତ ସ୍କାନ କରି କରିବାକୁ ହେବ ରେଜିଷ୍ଟର୍ଡ

ଏହି ଆପ୍‌ ଦ୍ୱାରା ନିଜର ଯାଞ୍ଚ କରିବା ପାଇଁ ୟୁଜର୍ସଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଭଳି ଆପର କ୍ୟୁଆର କୋଡକୁ ସ୍କାନ କରିବାକୁ ହେବ। ଏହାପରେ ମୋବାଇଲ ନମ୍ବର ଏବଂ ନାମ ସହିତ ରେଜିଷ୍ଟର୍ଡ କରିବାକୁ ହେବ। ଏହି ଆପକୁ ଚୀନର ଇଲେକଟ୍ରୋନିକ୍ସ ଟେକ୍ନୋଲୋଜି ଗ୍ରୁପ କର୍ପୋରେସନ ସହିତ ମିଶି ତିଆରି କରାଯାଇଛି। ଏବେ ପ୍ରଶ୍ନ ଯେ ଏହା କାମ କେମିତି କରିବ ଏବଂ କେମିତି ଏକ ଆପ୍‌ ଜଣାଇପାରିବ ଆପଣଙ୍କୁ କରୋନା ଭାଇରସ୍‌ ହୋଇଛି ନା ନାହିଁ?

କେମିତି କାମ କରେ ଏହି ଆପ୍‌

ଚୀନ ସରକାର ଏହାଉପରେ ତ କିଛି ସୂଚନା ଦେଇନାହାନ୍ତି ଯେ ଏହି ଆପ୍‌ କେମିତି କରୋନା ଭାଇରସର ସୂଚନା ଦେବ କିନ୍ତୁ ଏହି ଆପର ସୀକ୍ୟୁରିଟିକୁ ନେଇ ଅନେକ ପ୍ରଶ୍ନ ଉଠୁଛତ। ରିପୋର୍ଟ ଅନୁଯାୟୀ ଏହି ଆପ୍‌ ଲୋକେସନ ଆଧାରରେ ଆପଣଙ୍କୁ ଜଣାଇବ ଆପଣ କରୋନା ସଂକ୍ରମିତ ନା ନାହିଁ।

ଏହା ଆପ୍‌ ଆପଣଙ୍କ ଲୋକେସନ୍‌ ହିଷ୍ଟ୍ରୀକୁ ଚେକ୍‌ କରିଥାଏ ଏବଂ ଯେମିତି ଏହି ଆପକୁ ଜଣାପଡିବ ଯେ ଆପଣ ଏମିତି ଅଞ୍ଚଳକୁ ଯାଇଛନ୍ତି ଯେଉଁଠି କରୋନ ଭାଇରସ ବ୍ୟାପିଛି, ସେତେବେଳେ ଏହା ଆପଣଙ୍କୁ ଆଲର୍ଟ କରିବ। କିନ୍ତୁ ଏହି ଆପ୍‌ ଜରିଆରେ ଆପଣଙ୍କୁ ପୂରା ଗତିବିଧୀର ସୂଚନା ମିଳିପାରିବ। ଏହାସହିତ ଆପଣଙ୍କୁ ଜଣାଇବ କେବେ ଆପଣ କେଉଁ ଜାଗାରେ ଥିଲେ।

Pritiparna

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

16 mins ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

57 mins ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

1 hour ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

2 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

3 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

3 hours ago