Categories: ଟେକ୍

ଆପଣଙ୍କ ମୋବଇଲରୁ ତୁରନ୍ତ ଡିଲିଟ୍‌ କରନ୍ତୁ ଏହି ଆପ୍‌, ନଚେତ ଖାଲି ହୋଇଯାଇପାରେ ଆକାଉଣ୍ଟ

ଏଇ କିଛି ଦିନ ଭିତରେ ସାଇବର ଆଟାକ ବହୁତ କମ୍‌ ହେଉଥିବା ଦେଖୁବାକୁ ମିଳୁଛି। ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ନିଜ ନିଜ ପ୍ଲାଟଫର୍ମରୁ ଅନେକ ଭାଇରସ୍‌ ଆପକୁ ହଟାଇଛନ୍ତି କାରଣ ହ୍ୟାକର୍ସ ଏହି ସବୁ ଆପ୍ଲିକେସନ ଜରିଆରେ ଲୋକଙ୍କୁ ନିଜର ଶିକାର ବନାଉଛନ୍ତି। ଏହାସହିତ ସେମାନଙ୍କର ବ୍ୟକ୍ତିଗତ ଡାଟାକୁ ଲିକ୍‌ କିମ୍ବା ଚୋରି କରି ନେଉଛନ୍ତି। ଯାହାଫଳରେ ୟୁଜର୍ସଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଉଠାଇ ନେଉଛନ୍ତି। ଲୋକଙ୍କୁ କେମିତି ସହଜରେ ଠକାମିର ଶିକାର କରି ଟଙ୍କା ନେଇପାରିବେ ସେଥିପାଇଁ ହ୍ୟାକର୍ସ ଅନେକ ନୂଆ ନୂଆ ତରିକା ଆପଣାଉଛନ୍ତି। ଏହି ପରିପ୍ରେକ୍ଷୀରେ ଏବେ ଏକ ନୂଆ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଲୋକଙ୍କର ସ୍ମାର୍ଟଫୋନରେ ଥିବା ଗୋଟିଏ ଆପ୍‌ ସାହାଯ୍ୟରେ ହ୍ୟାକର୍ସ ଲୋକଙ୍କୁ ବଡ ସହଜରେ ଚୂନା ଲଗାଇପାରୁଛନ୍ତି।

ଅପଷ୍ଟ୍ରୀମ (Upstream) ରିପୋର୍ଟ ଅନୁଯାୟୀ ଲୋକଙ୍କର କ୍ଷତି କରୁଥିବା ଏହି ଆପ୍‌ ହେଉଛି ଲୋକପ୍ରିୟ କି-ବୋର୍ଡ (ai.type)। କାରଣ ଏହି ଆପ୍‌ ସାହାଯ୍ୟରେ ହ୍ୟାକର୍ସ ସିଧା ଲୋକଙ୍କ ଆକାଉଣ୍ଟ ପର୍ଯ୍ୟନ୍ତ ଯାଇପାରୁଛନ୍ତି। ଆପଣ ହୁଏତ ଜାଣିନଥିବେ ଏହି ଆପ୍‌ ୟୁଜର୍ସଙ୍କ ଡିଭାଇସ୍‌ରେ ଥାର୍ଡ ପାର୍ଟି ଆପକୁ ଆକସେସ୍‌ ଦେଇଥାଏ, ଯାହା ବ୍ୟାକଗ୍ରାଉଣ୍ଡରେ ରହି ରନ୍‌ କରିଥାଏ। କିନ୍ତୁ ଲୋକମାନଙ୍କୁ ଏହା ବିଷୟରେ ଟିକେ ହେଲେ ବି ଜଣାନଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଥାର୍ଡ ପାର୍ଟିର ନଜର ୟୁଜର୍ସଙ୍କ ବ୍ୟାଙ୍କ୍‌ ଆକାଉଣ୍ଟର ଠାରୁ ନେଇ ଟ୍ରାନଜାକସନ ପର୍ଯ୍ୟନ୍ତ ରହିଥାଏ। ସେହିପରି ରିସର୍ଚ୍ଚର ମାନେ ଜଣାଇଛନ୍ତି ଯେ ଏହି କି-ବୋର୍ଡ ଆପ୍‌ ଜରିଆରେ ୧.୪ କୋଟି ଥାର୍ଡ ପାର୍ଟି ରିକ୍ୱେଷ୍ଟ ଅପରେଟ୍‌ ହୋଇଛି। ଏହି ଥାଡ ପାର୍ଟି ଆପକୁ ସିକ୍ୟୁର ଡି ପ୍ଲାଟଫର୍ମ ଦ୍ୱାରା ବ୍ଲକ କରାଯାଇଛି।

ଏକ ଲକ୍ଷରୁ ଅଧିକ ଫୋନ୍‌ ହ୍ୟାକ୍‌

ରିପୋର୍ଟ ଅନୁଯାୟୀ ଏହି କି-ବୋର୍ଡ ଆପ୍‌ ପାଖାପାଖି ଏକ ଲକ୍ଷ ଫୋନଙ୍କୁ ନିଜ ଅକ୍ତିଆରରେ କରିଛି। ସେହିପରି ସର୍ଚ୍ଚ ଇଞ୍ଜିନ ଗୁଗଲ ଜୁନରେ ହିଁ ଏହି ଆପକୁ ଡିଲିଟ୍‌ କରିଦେଇଥିଲା। କିନ୍ତୁ ଏବେ ବି କିଛି ୟୁଜର୍ସ ଏହି ଆପର ବ୍ୟବହାର କରୁଛନ୍ତି। ଏଥିପାଇଁ ଯଦି ଆପଣଙ୍କ ଫୋନରେ ବି ଏହି ଆପ୍‌ ଡାଉନଲୋଡ୍‌ ଥାଏ ତେବେ ଏହାକୁ ତୁରନ୍ତ ଡିଲିଟ୍‌ କରନ୍ତୁ।

ଏହାସହ ପଢନ୍ତୁ : ଆଣ୍ଡ୍ରଏଡ୍‌ ୟୁଜରଙ୍କ ପାଇଁ ଖୁସି ଖବର, ମାଲଓ୍ଵୟାର ବିରୁଦ୍ଧରେ Google ନେଉଛି ବଡ ପଦକ୍ଷେପ

ଏମିତି କରନ୍ତୁ ଡାଟା ସୁରକ୍ଷିତ

ଯଦି ଆପଣଙ୍କ ଫୋନରେ ମଧ୍ୟ ଏହି ପ୍ରକାରର ଆପ୍‌ ଇନଷ୍ଟଲ ଥାଏ ତେବେ ଏହାକୁ ତୁରନ୍ତ ଫୋନରୁ ଅନଇନଷ୍ଟଲ କରନ୍ତୁ। ଯଦି ଏହି ଆପ୍‌ ଡିଲିଟ୍‌ ହେଉନାହିଁ ତେବେ ଆପଣ ଆପର ସେଟିଙ୍ଗ ବିକଳ୍ପକୁ ଯାଇ ଏହାକୁ ଡିଲିଟ୍‌ କରିପାରିବେ। ଏହାବ୍ୟତୀତ ଆପଣ ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ଆଣ୍ଟି ଭାଇରସକୁ ମଧ୍ୟ ଇନଷ୍ଟଲ କରିପାରିବେ।

ଗୁଗୁଲ ଏହାପୂର୍ବରୁ ଏହିସବୁ ଆପକୁ କରିଥିଲା ଡିଲିଟ୍‌

ରିପୋର୍ଟ ଅନୁଯାୟୀ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ଅକ୍ଟୋବରରେ Feel Camera HD, Filter Photo Frame, Lens Flares, Magic Effect, QR Code Scanner, Super Mark, Photo Effect Pro, Art Filter, Lie Detector prank, New Hair Fashion ଏବଂ Smart Magnifier Pro ଭଳି ଆପକୁ ପ୍ଲେ ଷ୍ଟୋରରୁ ହଟାଇଥିଲା।

ତେବେ ଆମେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଆପଣ ଏହି ସବୁ ଆପରୁ ନିଜ ସ୍ମାର୍ଟଫୋନକୁ ଯଥାସମ୍ଭବ ଦୁରେଇ ରଖନ୍ତୁ, ନଚେତ କେତେବେଳେ ହ୍ୟାକର୍ସ ଆପଣଙ୍କୁ ମଧ୍ୟ ଶିକାର ବନାଇପାରେ। ତେଣୁ ଫୋନରୁ ତୁରନ୍ତ ଡିଲିଟ୍‌ କରନ୍ତୁ ଏହି ଆପ୍‌ ।

Pritiparna

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

10 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

20 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

29 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

45 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

54 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago