Categories: ଟେକ୍

ସାମ୍ନାକୁ ଆସିଲା ନାସାର ପ୍ରଥମ ଇଲେକ୍ଟ୍ରିକ୍‌ ବିମାନ

ନାସାର ପ୍ରଥମ ଅଲ୍‌ ଇଲେକ୍ଟ୍ରିକ୍‌ ବିମାନ ଏକ୍ସ-୫୭ ମ୍ୟାକ୍ସେଓ୍ଵଲ ଗତ ଶୁକ୍ରବାର ଦିନ ସାମ୍ନାକୁ ଆସିଛି। ଏହା କାଲିଫର୍ଣ୍ଣିୟାର ଏରୋନୋଟିକ୍ସ ଲ୍ୟାବରେ ତିଆରି କରାଯାଇଥିଲା। ଏଥିରେ ଇଟାଲୀରେ ନିର୍ମିତ ହୋଇଥିବା ଟେକନେମ ପି ୨୦୦୬ଟି ଡବଲ ଇଞ୍ଜିନ୍‌ ପ୍ରୋପେଲର ଲାଗିଛି। ୨୦୧୫ରୁ ଏହି ବିମାନ ନିର୍ମାଣ କରାଯାଉଥିଲା। ବିମାନର ଫ୍ଲାଇଙ୍ଗ୍‌ ଟେଷ୍ଟ ଆସନ୍ତା ବର୍ଷ ହେବ। ଏହି ବିମାନରେ ଲିଥିୟମ ଆୟନ ବ୍ୟାଟେରୀ ଭଳି ୧୪ଟି ମଟର ଲାଗିବା ପରେ ଏହା ଲୋକମାନଙ୍କ ପାଇଁ ସାର୍ବଜନିକ କରିବା ପାଇଁ ମଞ୍ଜୁରୀ ମିଳିସାରିଛି। ଗତ ଶୁକ୍ରବାର ଦିନ ବିମାନକୁ ଏଡଓ୍ଵର୍ଡ ଏୟାରଫୋର୍ସ ବେସ୍‌ କାଲିଫର୍ଣ୍ଣିୟାରେ ଏହାକୁ ସାମ୍ନାକୁ ଅଣାଯାଇଛି। ଏହି ବିମାନରେ ଅନ୍ୟ ବିମାନ ଭଳି ଉଡାଣ ଭରିବାର କ୍ଷମତା ରହିଛି।

ଗତ ଦୁଇ ଦଶକରେ ଏଜେନ୍ସି ପାଇଁ କାମ କରୁଥିବା ମାକ୍ସେଓ୍ଵଲର ଏହା ପ୍ରଥମ ବିମାନ, ଯେଉଁଥିରେ ମଣିଷମାନେ ମଧ୍ୟ ଉଡି ପାରିବେ। ଏହା ପୂର୍ବରୁ କମ୍ପାନୀ ଇଲେକ୍ଟ୍ରିକ୍‌ ବିମାନ ଏବଂ ଟ୍ୟାକ୍ସି ମଧ୍ୟ ତିଆରି କରିସାରିଛି। ନାସାର ଏକ୍ସ-୫୭ ବିମାନକୁ ବିକଶିତ କରିବାର ଇଛା ହେଉଛି ଉନ୍ନତ ଟେକ୍ନୋଲୋଜି ଉପଲବ୍ଧ କରାଇବା ଏବଂ ବ୍ୟବସାୟିକ ବ୍ୟବହାର ପାଇଁ ସରକାରଙ୍କ ଠାରୁ ପ୍ରମାଣପତ୍ର ହାସଲ କରିବା।

ଏହାସହ ପଢନ୍ତୁ: ୧ ଲିଟର ପେଟ୍ରୋଲରେ ୧୨୧ କିଲୋମିଟର ଯାତ୍ରା କରିପାରୁଥିବା ସିଙ୍ଗଲ ସିଟର କାର ବନାଇଲେ ଏହି ଛାତ୍ରଛାତ୍ରୀ

ଲସ୍‌ ଏଞ୍ଜେଲସ୍‌ ଠାରୁ ୧୬୦ କିମି ଦୂର ଏଡଓ୍ଵଡର୍ସରେ ନାସାର ଆର୍ମଷ୍ଟ୍ରଙ୍ଗ ବିମାନ ରିସର୍ଚ୍ଚ ଷ୍ଟୋରର ପ୍ରୋଜେକ୍ଟ ମ୍ୟାନେଜର ବ୍ରେଟ କୋବଲିଗଙ୍କ କହିବା ଅନୁଯାୟୀ, ଆମେ ସେହି ଜିନିଷ ଉପରେ ଧ୍ୟାନ ଦେଉଛୁ, ଯାହା କେବଳ ଗୋଟିଏ କମ୍ପାନୀ ନୁହେଁ ବରଂ ପୁରା ଉଦ୍ୟୋଗର ସାହାଯ୍ୟ କରିପାରିବ। ବର୍ତ୍ତମାନ ଆମର ଲକ୍ଷ୍ୟ ହେଉଛି ୨୦୨୦ ଶେଷ ସୁଦ୍ଧା ଏହି ବିମାନର ଉଡାଣ ସେବା ଆରମ୍ଭ କରିବା। ଏହି ବିମାନର ଉଡିବା କ୍ଷମତା ସହ ଶକ୍ତି ସଂରକ୍ଷଣ ଏବଂ ଧ୍ୱନି ପାଇଁ ମଧ୍ୟ ମାନକ ସ୍ଥିର କରାଯାଇଛି।

KNews Bureau

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

5 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

21 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

30 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

39 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

55 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago