Below header

ସାମ୍ନାକୁ ଆସିଲା ନାସାର ପ୍ରଥମ ଇଲେକ୍ଟ୍ରିକ୍‌ ବିମାନ

ନାସାର ପ୍ରଥମ ଅଲ୍‌ ଇଲେକ୍ଟ୍ରିକ୍‌ ବିମାନ ଏକ୍ସ-୫୭ ମ୍ୟାକ୍ସେଓ୍ଵଲ ଗତ ଶୁକ୍ରବାର ଦିନ ସାମ୍ନାକୁ ଆସିଛି। ଏହା କାଲିଫର୍ଣ୍ଣିୟାର ଏରୋନୋଟିକ୍ସ ଲ୍ୟାବରେ ତିଆରି କରାଯାଇଥିଲା। ଏଥିରେ ଇଟାଲୀରେ ନିର୍ମିତ ହୋଇଥିବା ଟେକନେମ ପି ୨୦୦୬ଟି ଡବଲ ଇଞ୍ଜିନ୍‌ ପ୍ରୋପେଲର ଲାଗିଛି। ୨୦୧୫ରୁ ଏହି ବିମାନ ନିର୍ମାଣ କରାଯାଉଥିଲା। ବିମାନର ଫ୍ଲାଇଙ୍ଗ୍‌ ଟେଷ୍ଟ ଆସନ୍ତା ବର୍ଷ ହେବ। ଏହି ବିମାନରେ ଲିଥିୟମ ଆୟନ ବ୍ୟାଟେରୀ ଭଳି ୧୪ଟି ମଟର ଲାଗିବା ପରେ ଏହା ଲୋକମାନଙ୍କ ପାଇଁ ସାର୍ବଜନିକ କରିବା ପାଇଁ ମଞ୍ଜୁରୀ ମିଳିସାରିଛି। ଗତ ଶୁକ୍ରବାର ଦିନ ବିମାନକୁ ଏଡଓ୍ଵର୍ଡ ଏୟାରଫୋର୍ସ ବେସ୍‌ କାଲିଫର୍ଣ୍ଣିୟାରେ ଏହାକୁ ସାମ୍ନାକୁ ଅଣାଯାଇଛି। ଏହି ବିମାନରେ ଅନ୍ୟ ବିମାନ ଭଳି ଉଡାଣ ଭରିବାର କ୍ଷମତା ରହିଛି।

NASAଗତ ଦୁଇ ଦଶକରେ ଏଜେନ୍ସି ପାଇଁ କାମ କରୁଥିବା ମାକ୍ସେଓ୍ଵଲର ଏହା ପ୍ରଥମ ବିମାନ, ଯେଉଁଥିରେ ମଣିଷମାନେ ମଧ୍ୟ ଉଡି ପାରିବେ। ଏହା ପୂର୍ବରୁ କମ୍ପାନୀ ଇଲେକ୍ଟ୍ରିକ୍‌ ବିମାନ ଏବଂ ଟ୍ୟାକ୍ସି ମଧ୍ୟ ତିଆରି କରିସାରିଛି। ନାସାର ଏକ୍ସ-୫୭ ବିମାନକୁ ବିକଶିତ କରିବାର ଇଛା ହେଉଛି ଉନ୍ନତ ଟେକ୍ନୋଲୋଜି ଉପଲବ୍ଧ କରାଇବା ଏବଂ ବ୍ୟବସାୟିକ ବ୍ୟବହାର ପାଇଁ ସରକାରଙ୍କ ଠାରୁ ପ୍ରମାଣପତ୍ର ହାସଲ କରିବା।

ଏହାସହ ପଢନ୍ତୁ: ୧ ଲିଟର ପେଟ୍ରୋଲରେ ୧୨୧ କିଲୋମିଟର ଯାତ୍ରା କରିପାରୁଥିବା ସିଙ୍ଗଲ ସିଟର କାର ବନାଇଲେ ଏହି ଛାତ୍ରଛାତ୍ରୀ

ଲସ୍‌ ଏଞ୍ଜେଲସ୍‌ ଠାରୁ ୧୬୦ କିମି ଦୂର ଏଡଓ୍ଵଡର୍ସରେ ନାସାର ଆର୍ମଷ୍ଟ୍ରଙ୍ଗ ବିମାନ ରିସର୍ଚ୍ଚ ଷ୍ଟୋରର ପ୍ରୋଜେକ୍ଟ ମ୍ୟାନେଜର ବ୍ରେଟ କୋବଲିଗଙ୍କ କହିବା ଅନୁଯାୟୀ, ଆମେ ସେହି ଜିନିଷ ଉପରେ ଧ୍ୟାନ ଦେଉଛୁ, ଯାହା କେବଳ ଗୋଟିଏ କମ୍ପାନୀ ନୁହେଁ ବରଂ ପୁରା ଉଦ୍ୟୋଗର ସାହାଯ୍ୟ କରିପାରିବ। ବର୍ତ୍ତମାନ ଆମର ଲକ୍ଷ୍ୟ ହେଉଛି ୨୦୨୦ ଶେଷ ସୁଦ୍ଧା ଏହି ବିମାନର ଉଡାଣ ସେବା ଆରମ୍ଭ କରିବା। ଏହି ବିମାନର ଉଡିବା କ୍ଷମତା ସହ ଶକ୍ତି ସଂରକ୍ଷଣ ଏବଂ ଧ୍ୱନି ପାଇଁ ମଧ୍ୟ ମାନକ ସ୍ଥିର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.