ଟେକ୍

ଆପଣ ବି କରିଛନ୍ତି କି ଏହି ୩ ଆପ୍ସକୁ ଡାଉନଲୋଡ୍‌, ତୁରନ୍ତ ଫୋନରୁ କରନ୍ତୁ ଡିଲିଟ୍‌ ନଚେତ ଖାଲି ହୋଇଯିବ ଖାତା

ଗୁଗଲ ପ୍ଲେ ଷ୍ଟୋରରେ ଲକ୍ଷ ଲକ୍ଷ ଅପ୍ସ ମହଜୁଦ୍‌ ରହିଛି। ଏହି ଆଣ୍ଡ୍ରଏଡ୍‌ ଆପ୍ସ ରୁ ୟୁଜର୍ସଙ୍କ କାମ ସହଜ ହୋଇଯାଏ। ଯଦିଓ ଅନେକ ଥର ଭାଇରସ ଥିବା ଆପ୍ସକୁ ବି ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ କରାଇ ଦିଆଯାଏ। ଏହାଦ୍ୱାରା ୟୁଜର୍ସଙ୍କ ପ୍ରାଇଭେସୀ ଏବଂ ସିକ୍ୟୁରିଟୀ ବିପଦରେ ପଡିଯାଇଥାଏ। ଯଦିଓ ରିପୋର୍ଟ ଆସିବା ପରେ ଆପ୍ସରେ କାର୍ଯ୍ୟାନୁଷ୍ଠାନ କରାଯାଇଥାଏ ଏବଂ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଏ।

କମ୍ପାନୀ ଏହିସବୁ ଆପ୍ସ ଉପରେ ନଜର ରଖିବା ପାଇଁ ପ୍ଲେ ପ୍ରୋଟକ୍ଟ ଦ୍ୱାରା ନଜର ରଖିଛି। କିନ୍ତୁ ଅନେକଥର ଏହି ଆପ୍ସ କମ୍ପାନୀକୁ ଚକମା ଦେଇ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଯାଏ। ଏହା ଫୋନର ଡାଟାକୁ ଚୋରାଇବା ବ୍ୟତୀତ ଫାଇନାନ୍ସିଆଲ ଫ୍ରଡ କରିବାକୁ ମଧ୍ୟ ଚେଷ୍ଟା କରିଥାଏ। ଏବେ ୩ ଏମିତି ଆପ୍ସ ରହିଛି ଯାହା ବିଷୟରେ ରିପୋର୍ଟ ଆସିଛି ଯାହା ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି।

Synopsys ସାଇବର ସିକୁରିଟୀ ରିସର୍ଚ୍ଚ ସେଣ୍ଟର ନିକଟରେ ରିପୋର୍ଟରେ ୩ଟି ଗୁଗଲ ପ୍ଲେ ଷ୍ଟୋର ଆପ୍ସ ବିଷୟରେ ସୂଚନା ଦେଇଛି। ଏହି ଆପ୍ସ ଆଟାକର୍ସଙ୍କୁ ଫୋନରେ ଆର୍ବିଟରୀ କମାଣ୍ଡ ଏଗଜିକ୍ୟୁଟ୍‌ କରିବା ପାଇଁ ଆଟାକର୍ସକୁ ଆକ୍ସେସ ଦେଇଥାଏ। ଏହି ତିିନିଟି ଆପ୍ସ ରିମୋଟ କିବୋର୍ଡ ଏବଂ ମାଉସର କାମ କରିଥାଏ। ଏହି ଆପ୍ସର ବ୍ୟବହାର କରି ଫୋନକୁ ମାଉସ୍‌ କିମ୍ବା କିବୋର୍ଡ ବନାଯାଇପାରିବ। ଏଥିପାଇଁ ଆପ୍ସ ଏବଂ ପିସିକୁ ସର୍ଭରରୁ କନେକ୍ଟ କରିବାକୁ ପଡିଥାଏ।

ଏହା ହେଉଛି ସେହି ତିନିଟି ଖତରନାକ୍‌ ଆପ୍ସ

1. Lazy Mouse

2. Telepad

3. PC Keyboard

ଏହି ତିନିଟି ଆପ୍ସ ବହୁତ ଅଧିକ ପପୁଲାର। ଏହି ଆପ୍ସକୁ କମ୍ବାଇନଡ ୨ ମିଲିୟନରୁ ଅଧିକ ଥର ଡାଉନଲୋଡ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଅଥେଣ୍ଟିକେସନ ଏବଂ ଅଥରାଇଜେସନରେ ଅଭାବ କାରଣରୁ ରିମୋଟ ଅନଅଥେଣ୍ଟିକେଟେଡ ଅର୍ବିଟରୀ କମାଣ୍ଡକୁ ଏକଜିକ୍ୟୁଟ୍‌ କରିପାରିିବେ।

ଏମିତିରେ ଯଦି ଆପଣ ମଧ୍ୟ ନିଜ ଆଣ୍ଡ୍ରଏଡ୍‌ ଫୋନରେ ଏହି ତିନିଟି ମଧ୍ୟରୁ କୌଣସି ଆପକୁ ଡାଉନଲୋଡ କରି ରଖିଛନ୍ତି ତାହେଲେ ତୁରନ୍ତ ଏହାକୁ ଡିଲିଟ୍‌ କରିଦିଅନ୍ତୁ। ଭବିଷ୍ୟତରେ କୌଣସି ଆପକୁ ଡାଉନଲୋଡ କରିବା ପୂର୍ବରୁ କିଛି କଥାକୁ ଧ୍ୟାନ ନିଶ୍ଚୟ ରଖନ୍ତୁ। ଆପ୍‌ ଡାଉନଲୋଡ୍‌ କରିବା ପୂର୍ବରୁ ଆପ୍‌ ପରମିଶନକୁ ନିଶ୍ଚୟ ଚେକ୍‌ କରନ୍ତୁ।

ଯଦି କୌଣସି ଆପ୍‌ ଅସାମାନ୍ୟ ପରମିସନ୍‌ ମାଗେ ତାହେଲେ ସେଥି ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। କୌଣସି ବି ଆପକୁ ଡାଉନଲୋଡ କରିବା ପୂର୍ବରୁ ରିଭ୍ୟୁକୁ ନିଶ୍ଚୟ ଚେକ୍‌ କରନ୍ତୁ। ୟୁଜରଙ୍କ ଏକ୍ସପେରିୟନ୍ସ ଏବଂ ରିଭ୍ୟୁ ର ଆଧାରରେ ହିଁ ଆପକୁ ଡାଉନଲୋଡ୍‌ କରନ୍ତୁ। ଏହାବ୍ୟତୀତ ଆପଣ ଡାଉନଲୋଡ୍‌ ନମ୍ବର୍ସ ଏବଂ ଆପ୍‌ ଡେସକ୍ରିପସନ୍‌ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ।

Pritiparna

Recent Posts

ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର

ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ଆଜି ସୁନା କିଣିବାକୁ…

22 mins ago

ଚଳଚଞ୍ଚଳ ଶ୍ରୀମନ୍ଦିର: ଆଜି ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ); ଆଜି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

40 mins ago

ରାଜ୍ୟରେ କିଛି ସ୍ଥାନରେ ଖୋଲିଲା ସ୍କୁଲ,୧୧ ଜିଲ୍ଲାରେ ୨୦ ଯାଏ ଛୁଟି

ଭୁବନେଶ୍ୱର (କେନ୍ୟୁଜ); ସରିଲା ଗ୍ରୀଷ୍ମ ଅବକାଶ, ଖୋଲିଲା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି କିଛି…

48 mins ago

ଚଳଚଞ୍ଚଳ ବିଧାନସଭା: ଆଜି ଓ ଆସନ୍ତାକାଲି ଶପଥ ଗ୍ରହଣ କରିବେ ନବନିର୍ବାଚିତ ବିଧାୟକ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଧାୟକଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ବିଧାନସଭା ।  ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…

1 hour ago

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା : ସହରରେ କର୍ଫ୍ୟୁ; ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ପୌରପାଳିକାରେ କର୍ଫ୍ୟୁ ଜାରି। ସହରରେ ସ୍କୁଲ, କଲେଜ ଓ…

1 hour ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

9 hours ago